ଚୀନ ଉପରେ ନଜର ରଖିବା ପାଇଁ ଆମେରିକା ସହଯୋଗରେ ଡ୍ରୋନ୍‌ ନିର୍ମାଣ କରିବ ଭାରତ

‘ପେଣ୍ଟାଗନ୍‌’ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଚୀନକୁ ମୁକାବିଲା କରିବା ଲାଗି ଆମେରିକା ଓ ଭାରତ ମିଳିତ ଭାବେ ଡ୍ରୋନ୍‌ ନିର୍ମାଣ କରିବେ।

ଡ୍ରୋନ୍‌ ନିର୍ମାଣ କରିବ ଭାରତ

ଡ୍ରୋନ୍‌ ନିର୍ମାଣ କରିବ ଭାରତ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ଆମେରିକା: ‘ପେଣ୍ଟାଗନ୍‌’ର ଜଣେ ବରିଷ୍ଠ ଅଧିକାରୀ ଅନୁଯାୟୀ ଚୀନ୍‌କୁ ମୁକାବିଲା କରିବା ଲାଗି ଆମେରିକା ଓ ଭାରତ ମିଳିତ ଭାବେ ଡ୍ରୋନ୍‌ ନିର୍ମାଣ କରିବେ। ‘ପେଣ୍ଟାଗନ୍‌’ର ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି ଡ୍ରୋନ୍‌ ନିର୍ମାଣ କରି ଭାରତ ସେ ଅଞ୍ଚଳରେ ଥିବା ଅନ୍ୟାନ୍ୟ ଦେଶକୁ ରପ୍ତାନି କରିବ। ଆମେ ଉଭୟ ଦିଗରେ ଭାରତକୁ ସମର୍ଥନ କରିବାକୁ ଚାହୁଁଛୁ ଏବଂ ଏହା କରୁଛୁ ବୋଲି ଇଣ୍ଡୋ-ପାସିଫିକ୍ ସୁରକ୍ଷା ବ୍ୟାପାର ପାଇଁ ସହକାରୀ ପ୍ରତିରକ୍ଷା ସଚିବ ଏଲି ରାତନର୍ ଏକ ସାମ୍ବାଦିକ ତଥା ପ୍ରତିରକ୍ଷା ବିଶେଷଜ୍ଞଙ୍କୁ କହିଛନ୍ତି। ରାତନର୍ କହିଛନ୍ତି ଯେ ବ୍ୟବହାରିକ ଦୃଷ୍ଟିରୁ ଏହାର ଅର୍ଥ ହେଉଛି ଯେ ଆମେ ସହ-ଉତ୍ପାଦନ ତଥା ସହ-ବିକାଶ କ୍ଷମତା ଉପରେ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଯାଉଛୁ ଯାହା ଭାରତର ନିଜର ପ୍ରତିରକ୍ଷା ଆଧୁନିକୀକରଣ ଲକ୍ଷ୍ୟକୁ ସମର୍ଥନ କରିବ।

ବିମାନ ଓ ଆଣ୍ଟି-ଡ୍ରୋନ୍‌ ପ୍ରତିରକ୍ଷା ବ୍ୟବସ୍ଥାରୁ ଛଡ଼ା ଯିବା ଭଳି ଡ୍ରୋନ୍‌ ନିର୍ମାଣର ସମ୍ଭାବନା ଅଛି ବୋଲି ମଧ୍ୟ ରାତନର୍‌ କହିଛନ୍ତି। ସେ କହିଛନ୍ତି ଯେ, ଏଥିପାଇଁ ଆମେ ଭାରତ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଛୁ।
Published by:Soumyashree Mishra
First published: