କାର୍ତ୍ତିକ ପୂର୍ଣ୍ଣିମାରେ ଏହି ଶୁଭକାମନା ସହିତ ଆପଣ ନିଜର ପ୍ରିୟଜନଙ୍କୁ ଜଣାନ୍ତୁ ଶୁଭେଚ୍ଛା

ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ନିଜ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛନ୍ତି କି? ତାହାଲେ ଜାଣନ୍ତୁ କଣ ବାର୍ତ୍ତା ଦେବେ ପ୍ରିୟଜନଙ୍କୁ ।

କାର୍ତ୍ତିକ ପୂର୍ଣ୍ଣିମାରେ ଏହି ଶୁଭକାମନା ସହିତ ନିଜର ପ୍ରିୟଜନଙ୍କୁ ଜଣାନ୍ତୁ ଶୁଭେଚ୍ଛା

କାର୍ତ୍ତିକ ପୂର୍ଣ୍ଣିମାରେ ଏହି ଶୁଭକାମନା ସହିତ ନିଜର ପ୍ରିୟଜନଙ୍କୁ ଜଣାନ୍ତୁ ଶୁଭେଚ୍ଛା

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

Kartik Purnima 2022 Wishes: ହିନ୍ଦୁ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ କୁହାଯାଇଛି । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା କାର୍ତ୍ତିକ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ପାଳନ କରାଯାଏ । କୁହାଯାଏ ଯେ, ଏହି ଦିନ ଭଗବାନ ମହାଦେବ ତ୍ରିପୁରାସୁରକୁ ହତ୍ୟା କରିଥିଲେ, ତେଣୁ ଏହାକୁ ମଧ୍ୟ ତ୍ରିପୁରୀ ବା ତ୍ରିପୁରାରୀ ପୂର୍ଣ୍ଣିମା କୁହାଯାଏ । ଆପଣଙ୍କୁ କହିବୁ ଯେ, ଦେବ ଦୀପାବଳି ମଧ୍ୟ ଏହି ଦିନ ପାଳନ କରାଯାଏ । କିମ୍ବଦନ୍ତୀ ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀ ହରି ବିଷ୍ଣୁ ମତ୍ସ୍ୟ ଅବତାର ନେଇଥିଲେ ।

କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ନଦୀରେ ସ୍ନାନ, ଦାନ, ଉପାସନା ଓ ଉପବାସର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା ନଦୀ କିମ୍ବା ପବିତ୍ର ନଦୀରେ ଗାଧୋଇଲେ ଭଗବାନ ବିଷ୍ଣୁଙ୍କ ବିଶେଷ ଆଶୀର୍ବାଦ ମିଳିଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ସ୍ନାନ କରିବା ଦ୍ୱାରା ଅଶ୍ୱମେଧ ଯଜ୍ଞ ପରି ଫଳାଫଳ ମିଳିଥାଏ । ଆଜି ଆପଣ ଆପଣଙ୍କର ବନ୍ଧୁ ଓ ସମ୍ପର୍କୀୟମାନଙ୍କୁ ବିଶେଷ ଶୁଭେଚ୍ଛା ପଠାଇ ପାରିବେ । ଆପଣ ଏହି ଶୁଭେଚ୍ଛାକୁ ଆପଣଙ୍କ ପରିଚିତମାନଙ୍କୁ SMS, ମେସେଜେସ ଇତ୍ୟାଦି ମାଧ୍ୟମରେ ପଠାଇ ପାରିବେ କିମ୍ବା ଆପଣ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିପାରିବେ ।

କାର୍ତ୍ତିକ ପୂର୍ଣ୍ଣିମାର ଶୁଭକାମନା । ହର ହର ମହାଦେବ ! ଆପଣଙ୍କୁ ଓ ଆପଣଙ୍କ ପ୍ରିୟଜନଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ବହୁତ ବହୁତ ଶୁଭେଚ୍ଛା ଓ ଶୁଭ କାମନା ।

କାର୍ତ୍ତିକ ପୂର୍ଣ୍ଣିମାରେ ଆପଣଙ୍କୁ ପବିତ୍ର ନଦୀରେ ଗାଧୋଇବାର ସୌଭାଗ୍ୟ ମିଳୁ
ଭଗବାନ ଆପଣଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ
ଶୁଭ କାର୍ତ୍ତିକ ପୂର୍ଣ୍ଣିମା ୨୦୨୨

କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଦିନରେ ଆପଣ ଭଗବାନ ଶିବ ଓ ଶ୍ରୀହରିଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ
ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେଉ
କାର୍ତ୍ତିକ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭ କାମନା

ଗଙ୍ଗାରେ ବୁଡ଼ ପକାନ୍ତୁ
ହରିଙ୍କ ଗୁଣଗାନ କରନ୍ତୁ
ଆସିଛି କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଦିନ
ଶୁଭ କାର୍ତ୍ତିକ ପୂର୍ଣ୍ଣିମା ୨୦୨୨
Published by:Soubhagya Mishra
First published: