News 18 Odia Digital
ନୂଆଦିଲ୍ଲୀ: କିଛି ଦିନ ତଳେ କେନ୍ଦ୍ର ସରକାର ଅଟଳ ପେନସନ ଯୋଜନାରେ (Atal Pension Yojana) କିଛିଟା ପରିବର୍ତ୍ତନ କରିଥିଲେ । ଅକ୍ଟୋବର ୧ତାରିଖରୁ ନୂଆ ଅନୁଯାୟୀ, ଆୟକର (income tax) ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତି ଅଟଳ ପେନସନ ଯୋଜନାର ଲାଭ (benefits) ପାଇପାରିବେ । ସେହି ସମୟରେ ଏହା ମଧ୍ୟ ଆଲୋଚନା ହୋଇଥିଲା ଯେ, ଏହି ଯୋଜନା ଅଧୀନରେ ପେନସନ୍ ରାଶି ବୃଦ୍ଧି ପାଇବ । ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରଣାଳୟକୁ ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଦ୍ୱାରା ଏକ ସୁପାରିଶ କରାଯାଇଛି । ସରକାର ମଧ୍ୟ ଏହା ଉପରେ ଉତ୍ତର ଦେଇଛନ୍ତି ।
ଅଟଳ ପେନସନ ଯୋଜନା ଅଧୀନରେ ପେନସନ୍ ପରିମାଣ ବୃଦ୍ଧି କରିବାକୁ ଦିଆଯାଇଥିବା ପ୍ରସ୍ତାବ ଉପରେ ସରକାର ରଖିଥିବା ଉତ୍ତରରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଯୋଜନାକୁ କାର୍ଯ୍ୟକାରୀ କରାଯାଇନାହିଁ । କେନ୍ଦ୍ର ଅର୍ଥମନ୍ତ୍ରୀ ଭାଗବତ କରଦ (bhagwat karad) କହିଛନ୍ତି ଯେ, ଅଟଳ ପେନସନ ଯୋଜନା ଅଧୀନରେ ପେନସନ୍ ଟଙ୍କାରେ କୌଣସି ବୃଦ୍ଧି ହୋଇନାହିଁ । ଲୋକସଭାରେ ଗୋଟିଏ ପ୍ରଶ୍ନର ଉତ୍ତର ରଖି ଭାଗବତ କରଦ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାର ଅଟଳ ପେନସନ ଯୋଜନା ଅଧୀନରେ ପେନସନ ପରିମାଣ ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।ଭାଗବତ କରଦ ଏହା ମଧ୍ୟ କହିଛନ୍ତି ଯେ, ଯଦି ସରକାର ପେନସନର ପରିମାଣ ବୃଦ୍ଧି କରନ୍ତି, ତେବେ ଏହା ସିଧାସଳଖ ଜନସାଧାରଣଙ୍କୁ ପ୍ରଭାବିତ କରିବ । ଏଭଳି ପରିସ୍ଥିତିରେ ସେମାନଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ ।
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, କେବଳ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ବର୍ତ୍ତମାନ ଏହି ଯୋଜନାରେ ବିନିଯୋଗ ପାଇଁ ୧ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ୫ଟି ପେନସନ ସ୍ଲାବ୍ (pension slab) ରହିଛି । ଏହାକୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି ରହିଛି । ତେବେ ସରକାର (government) ଏଭଳି ପଦକ୍ଷେପ ନେବାକୁ ମନା କରି ଦେଇଛନ୍ତି ।
ଏହି ଖବର ପଢ଼ନ୍ତୁ -
http://ଓଡ଼ିଆ ଗୀତ ଚୋରି ଅଭିଯୋଗ: ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ ଗିରଫ !ନିୟମ ଅନୁଯାୟୀ, କେବଳ ଆୟକର ଦାତାଙ୍କୁ ଛାଡିଦେଲେ ବାକି ୧୮ ବର୍ଷ ବୟସରୁ ୪୦ ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ସରକାରଙ୍କର ଏହି ପେନସନ ଯୋଜନା (pension scheme)ରେ ସାମିଲ ହୋଇପାରିବେ । ବୟସ ୬୦ ହେବାପରେ ପ୍ରତି ମାସରେ ୧ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।