ରାଜନୀତିରେ ଏଣ୍ଟ୍ରି ମାରିବେ କି ସୌରଭ ଗାଙ୍ଗୁଲି? ଜାଣନ୍ତୁ ପୂର୍ବତନ ଭାରତୀୟ ଅଧିନାୟକ କ’ଣ କହିଲେ

ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ସୌରଭ ଗାଙ୍ଗୁଲିଙ୍କ ରାଜନୀତିରେ ଏଣ୍ଟ୍ରିକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି । ଯାହାକୁ ନେଇ ଦାଦା ନିଜର ନୀରବତା ଭାଙ୍ଗିଛନ୍ତି ।

ରାଜନୀତିରେ ଏଣ୍ଟ୍ରି ମାରିବେ କି ସୌରଭ ଗାଙ୍ଗୁଲି? ଜାଣନ୍ତୁ ପୂର୍ବତନ ଭାରତୀୟ ଅଧିନାୟକ କ’ଣ କହିଲେ
ରାଜନୀତିରେ ଏଣ୍ଟ୍ରି ମାରିବେ କି ସୌରଭ ଗାଙ୍ଗୁଲି!
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ​​ଟିଏମସି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବାର ଆଶା କରାଯାଉଛି ଓ ଏହି ସମୟ ମଧ୍ୟରେ ଅନେକ କ୍ରିକେଟ୍ ପ୍ରଶଂସକ ବିସିସିଆଇ ମୁଖ୍ୟ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି । ବାସ୍ତବରେ ରାଜନୈତିକ କଳ୍ପନାଜଳ୍ପନା ହେଉଛି ଯେ ସୌରଭ ଗାଙ୍ଗୁଲି ଖୁବ୍ ଶୀଘ୍ର ରାଜନୈତିକ ପଡ଼ିଆରେ ବ୍ୟାଟିଂ କରିବାକୁ ଆସିପାରନ୍ତି । ଏହି ପ୍ରଶ୍ନ ଉପରେ ସୌରଭ ଗାଙ୍ଗୁଲି ନିଜ ନିରବତା ଭାଙ୍ଗିଛନ୍ତି ।

ଆଜ ତକ ସହ ଏକ ବିଶେଷ ବାର୍ତ୍ତାଳାପରେ ସୌରଭ ଗାଙ୍ଗୁଲି କହିଛନ୍ତି ଯେ ତାଙ୍କୁ ଜୀବନ ଅନେକ ସୁଯୋଗ ଦେଇଛି । ଦେଖାଯାଉ ଆଗକୁ କ'ଣ ହେଉଛି । ଗାଙ୍ଗୁଲି ଆହୁରି କହିଛନ୍ତି ଯେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଓ ନିଜ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଗାଙ୍ଗୁଲି ରାଜନୀତିରେ ଏଣ୍ଟ୍ରିକୁ କରିବାକୁ ନେଇ ଏକ ଗୋଳମାଳ କରି ପ୍ରତିକ୍ରିୟା ଦେଇଛନ୍ତି । ଅର୍ଥାତ୍ ଏହା ଜଣାପଡି ନାହିଁ ଯେ ତାଙ୍କର ପ୍ଲାନ କ’ଣ ରହିଛି ?

ଗାଙ୍ଗୁଲି ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ରାଲିରେ ଯୋଗଦେବା ନେଇ କଳ୍ପନାଜଳ୍ପନା କରାଯାଇଥିଲା
ରବିବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ଏକ ବଡ଼ ରାଲି କରିଥିଲେ । ଯେଉଁଥିରେ ଗାଙ୍ଗୁଲି ଏଥିରେ ସମ୍ପୃକ୍ତ ହେବା କୁହାଯାଉଥିଲା, ଯଦିଓ ଦାଦା ଏଥିରେ ଉପସ୍ଥିତ ନଥିଲେ । ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ କିଛି ସମୟ ପାଇଁ ଖରାପ ଥିଲା । ୨ ଜାନୁୟାରୀରେ ଘରେ ୱାର୍କ ଆଉଟ ସମୟରେ ଗାଙ୍ଗୁଲିକୁ ହାର୍ଟରେ ଯନ୍ତ୍ରଣା ହୋଇଥିଲା ​​। ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ୫ ଦିନ ହସ୍ପିଟାଲରେ ରହିବା ପରେ ଗାଙ୍ଗୁଲି ଘରକୁ ଆସି ୨୭ ଜାନୁଆରୀରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ କୋଲକାତାର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ । ବର୍ତ୍ତମାନ ଗାଙ୍ଗୁଲି ସମ୍ପୂର୍ଣ୍ଣ ସୁସ୍ଥ ଓ ତାଙ୍କର ଆହ୍ୱାନ ହେଉଛି ଆଇପିଏଲ ୨୦୨୧ (IPL 2021) କୁ ସଫଳତା ପୂର୍ବକ ଆୟୋଜନ କରିବା ।

ଆଇପିଏଲ ୨୦୨୧ (IPL 2021) ୯ ଏପ୍ରିଲରୁ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ୍ ଆସନ୍ତା ୩୦ ମେ' ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏଥର କୌଣସି ଦଳ ନିଜ ଘରୋଇ ମ୍ୟାଚ୍ ଖେଳିବେ ନାହିଁ । ୬ ଟି ସହରରେ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।
Published by: Jagdish Barik
First published: March 8, 2021, 6:23 PM IST