ଆଜି ବିଜେପିରେ ଯୋଗ ଦେବେ ହାର୍ଦ୍ଦିକ ପଟେଲ! କଂଗ୍ରେସ ନେତା ରଖିଲେ ଜବାବ

ଗୁଜରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ରାଜନୈକ ଅଡୁଆ ଚାଲିଛି। ଏହାରି ମଧ୍ଯରେ କଂଗ୍ରେସର ପୂର୍ବତନ ନେତା ହାର୍ଦ୍ଦିକ ପଟେଲ ସୋମବାର ଦିନ ବିଜେପିରେ ଯୋଗଦେବେ ବୋଲି କୁହାଯାଉଥିବା କଳ୍ପନାକୁ ଖଣ୍ଡନ କରିଛନ୍ତି।

ହାର୍ଦ୍ଦିକ ପଟେଲ (ପ୍ରତୀକାତ୍ମକ ଛବି)

ହାର୍ଦ୍ଦିକ ପଟେଲ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗୁଜରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ରାଜନୈକ ଅଡୁଆ ଚାଲିଛି। ନିର୍ବାଚନ ପୂର୍ବରୁ କେଉଁ ଦଳର କ୍ରୋଧିତ କିମ୍ବା ଅସନ୍ତୁଷ୍ଟ ନେତା କେଉଁ ଦଳକୁ ଯିବେ ସେନେଇ କଳ୍ପନାଜଳ୍ପନା ମଧ୍ୟ ଚାଲିଛି। ଏହି ସଂପର୍କରେ କଂଗ୍ରେସର ପୂର୍ବତନ ନେତା ହାର୍ଦ୍ଦିକ ପଟେଲ ସୋମବାର ଦିନ ବିଜେପିରେ ଯୋଗଦେବେ ବୋଲି କୁହାଯାଉଥିବା କଳ୍ପନାକୁ ଖଣ୍ଡନ କରିଛନ୍ତି।

ପଞ୍ଜାବରେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ନେଇ ସେ ଟ୍ୱିଟର ମାଧ୍ୟମରେ ଆମ୍ ଆଦମୀ ପାର୍ଟି (AAP) କୁ କଡ଼ା ଟାର୍ଗେଟ କରିଛନ୍ତି। ଏଥି ସହିତ ପଟେଲ ରବିବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଆସନ୍ତାକାଲି ମୁଁ ବିଜେପିରେ ଯୋଗଦେବି ନାହିଁ। ହଁ, ତଥାପି ଯଦି ଏପରି କିଛି ଘଟେ, ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ କହିବି।

ପଞ୍ଜାବର ଭଗବନ୍ତ ମାନ ସରକାରକୁ ଟାର୍ଗେଟ କରି ପଟେଲ ଟୁଇଟ୍ କହିଛନ୍ତି, “ସରକାର ଆଇନହୀନ ହାତରେ ପଡ଼ିବାବେଳେ ଏହା କେତେ ମାରାତ୍ମକ ଘଟଣା ପଞ୍ଜାବ ଅନୁଭବ କରିଛି। କିଛି ଦିନ ପୂର୍ବରୁ ପ୍ରସିଦ୍ଧ କବାଡି ଖେଳାଳିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା ଓ ଆଜି ପ୍ରସିଦ୍ଧ ଯୁବ କଳାକାର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ ପଞ୍ଜାବର ମାନସା ଜିଲ୍ଲାରେ ୨୭ ବର୍ଷିୟ ମୋସେୱାଲାଙ୍କୁ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ପଞ୍ଜାବ ସରକାର ଗାୟକଙ୍କୁ ଦିଆଯାଇଥିବା ସୁରକ୍ଷା  ହଟାଇ ଦେଇଛନ୍ତି।
Published by:Soumya Das
First published: