କଂଗ୍ରେସ ଅଧ୍ଯକ୍ଷ ରେସରୁ ଗେହଲଟ ଆଉଟ! ଚର୍ଚ୍ଚାରେ ୪ ନେତାଙ୍କ ନାମ

ଅଧ୍ୟକ୍ଷ ପଦ ପାଇଁ ଗେହଲଟଙ୍କ ନାମାଙ୍କନ ଓ ନୂଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ ପ୍ରକ୍ରିୟାକୁ ନେଇ ଦ୍ଵନ୍ଦ। ସଭାପତି ପଦ ରେସରୁ ବାଦ ପଡ଼ିପାରନ୍ତି ଗେହଲଟ।

ସଭାପତି ରେସରୁ ଗେହଲଟ ଆଉଟ! (ପ୍ରତୀକାତ୍ମକ ଛବି)

ସଭାପତି ରେସରୁ ଗେହଲଟ ଆଉଟ! (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ସମୟେ ସମୟେ ବଦଳୁଛି ରାଜସ୍ଥାନରେ ରାଜନୈତିକ ଅସ୍ଥିରତା। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗେହଲଟଙ୍କ ନାମାଙ୍କନ ଓ ନୂତନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ ପ୍ରକ୍ରିୟାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି। ଖବର ମଧ୍ୟ ଆସୁଛି ଯେ ଅଶୋକ ଗେହଲଟ୍ ଦଳର ସଭାପତି ପଦ ପାଇଁ ରେସରୁ ବାଦ ପଡ଼ିପାରନ୍ତି।

ଦିଲ୍ଲୀର ଜନପଥରେ କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ବୈଠକ ଚାଲିଛି। ସୂଚନା ଅନୁଯାୟୀ ସୋନିଆ ଗାନ୍ଧିଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଯୋଗଦେବା ପାଇଁ କେସି ବେଣୁଗୋପାଲ, ମଲ୍ଲିକାର୍ଜୁନ ଖଡ଼ଗେ ଓ ଅଜୟ ମାକେନ ଜନପଥରେ ପହଞ୍ଚିଛନ୍ତି। ଏହି ବୈଠକରେ ଗତ ରାତିରେ ରାଜସ୍ଥାନ କଂଗ୍ରେସରେ ଘଟିଥିବା ସମସ୍ତ ଡ୍ରାମା ଉପରେ ଆଲୋଚନା ହେବ।

ଅଶୋକ ଗେହଲଟଙ୍କ ଉପରେ କଂଗ୍ରେସର ସମସ୍ତ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି ଯେ 'ସେ (ଗେହଲୋଟ୍) କଂଗ୍ରେସ ସଭାପତିଙ୍କ ଦୌଡ଼ରୁ ବାହାରି ଯାଆନ୍ତୁ। ବର୍ତ୍ତମାନ ମୁକୁଲ ବାସନିକ, ମଲ୍ଲିକାର୍ଜୁନ ଖଡ଼ଗେ, ଦିଗ ବିଜୟ ସିଂ, କେସି ବେଣୁଗୋପାଲ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ। ସିଡବ୍ଲ୍ୟୁଡିସି ସଦସ୍ୟ ତଥା ଦଳର ନେତା ଏହା ମଧ୍ୟ କହିଛନ୍ତି ଯେ ଗେହଲଟଙ୍କ ଆଚରଣ ଦଳର ନେତୃତ୍ୱ ସହିତ ଭଲରେ ନାହିଁ।

ଏଭଳି ପରିସ୍ଥିତିରେ କେବଳ ଅନ୍ୟ ଜଣେ ନେତାଙ୍କୁ ସଭାପତି ପଦ ଦିଆଯାଇ ପାରିବ। ଏଥି ସହିତ, ରାଜସ୍ଥାନରେ ମଧ୍ୟ ଦଳର ନେତୃତ୍ୱ କିଛି ସନ୍ତୁଳନ ସୃଷ୍ଟି କରିବାକୁ ଚାହାଁନ୍ତି ଯାହା ଦ୍ୱାରା ଅଶୋକ ଗେହଲୋଟ୍ ଅଲୋଡ଼ା ନ ହୁଅନ୍ତୁ। କଂଗ୍ରେସ ନେତା କେ ମୁରଲୀଧରନ୍ କହିଛନ୍ତି ଯେ କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ଚିତ୍ର କେବଳ ସେପ୍ଟେମ୍ବର ୩୦ ରେ ସ୍ପଷ୍ଟ ହେବ। ସେହି ଦିନ ଦଳର ସଭାପତିଙ୍କ ପାଇଁ କିଏ ଲଢୁଛନ୍ତି ତାହା ଜଣାପଡିବ।
Published by:Soumya Das
First published: