News18 Odia Digital
ନୂଆ ଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍ (Bharat Sanchar Nigam Limited) ଓ ମହାନଗର ଟେଲିଫୋନ୍ ନିଗମ୍ ଲିମିଟେଡ୍ (Mahanagar Telephone Nigam Limited) ଲଗାତାର ଦୀର୍ଘ ଦିନ ଧରି କ୍ଷତି ସହୁଥିଲା । ଏହି କାରଣରୁ କିଛି ସମୟ ପୂର୍ବରୁ ଟ୍ରେଡ୍ ୟୁନିଅନ୍ ସରକାରଙ୍କୁ କମ୍ପାନୀ ବିକ୍ରୟ କରିବାକୁ ଯୋଜନା କରୁଥିବା ଅଭିଯୋଗ କରିଥିଲା । ଏହା ବ୍ୟତୀତ ଏହି ପ୍ରସଙ୍ଗରେ ମଧ୍ୟ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ ।
ଏହା ସହିତ ୧ ଫେବୃଆରୀରେ ଉପସ୍ଥାପିତ ହୋଇଥିବା ବଜେଟରେ ସରକାର ଏୟାର ଇଣ୍ଡିଆ, ଭରତ ପେଟ୍ରୋଲିୟମ ସମେତ ଅନେକ କମ୍ପାନୀରେ ଷ୍ଟକ ବିକ୍ରୟ କରିବାକୁ ପ୍ଲାନ କରିଛନ୍ତି । ତେବେ ଲୋକମାନେ ଏହା ସନ୍ଦେହ କରୁଛନ୍ତି ଯେ BSNL ଓ MTNL ରେ ଦୀର୍ଘକାଳୀନ କ୍ଷତି ସହୁଥିବାରୁ ସରକାର ଏହାକୁ ବିକ୍ରୟ କରିବାକୁ ପ୍ଲାନ କରିପାରନ୍ତି ।
ସରକାରଙ୍କ ଏପରି କୌଣସି ପ୍ଲାନ ନାହିଁମନି କଣ୍ଟ୍ରୋଲ୍ ଖବର ଅନୁଯାୟୀ ସଂସଦରେ ଟେଲିକମ୍ ମନ୍ତ୍ରୀ ସଞ୍ଜୟ ଧୋତ୍ରେ ସରକାରଙ୍କ ତରଫରୁ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ BSNL ଓ MTNL ବିକ୍ରୟ କିମ୍ବା ବନ୍ଦ କରିବାକୁ ସରକାରଙ୍କର କୌଣସି ପ୍ଲାନ ନାହିଁ ।
ଏହି ଦୁଇଟି କମ୍ପାନୀର କ୍ଷତି କେତେ?ବଜେଟ୍ ଅଧିବେଶନ ସମୟରେ ଧୋତ୍ରେ ଏହି ଆକଳନ ଉପସ୍ଥାପନ କରିଥିଲେ ଓ କହିଥିଲେ ଯେ ୨୦୧୯-୨୦ ବର୍ଷରେ BSNL ର ନିଅଣ୍ଟ ବୃଦ୍ଧି ପାଇଛି । କମ୍ପାନୀର କ୍ଷତି ବର୍ତ୍ତମାନ ୧୫୫୦୦ କୋଟିରେ ପହଞ୍ଚିଛି । ଏହା ବ୍ୟତୀତ MTNL ପ୍ରାୟ ୩୮୨୧ କୋଟି ଟଙ୍କା କ୍ଷତି ସହିଛି ।
ଲୋକସଭାରେ ଦିଆଯାଇଥିବା ସୂଚନାସଞ୍ଜୟ ଧୋତ୍ରେ ଲୋକସଭାରେ BSNL ଓ MTNL ସମ୍ବନ୍ଧରେ ଏକ ଲିଖିତ ଉତ୍ତର ଦାଖଲ କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଯେ BSNL ର ୭୮୫୬୯ କର୍ମଚାରୀ ସ୍ବେଚ୍ଛାକୃତ ଅବସର (VRS) ପାଇଛନ୍ତି । ଏହା ବ୍ୟତୀତ MTLN ର ପ୍ରାୟ ୧୪୩୮୭ କର୍ମଚାରୀ VRS ନେଇଛନ୍ତି । ଏହା ବ୍ୟତୀତ ସରକାର ଏହି ଦୁଇ କମ୍ପାନୀ ପାଇଁ ୧୬୨୦୬ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା ମଧ୍ୟ କରିଛନ୍ତି । ସେଥିମଧ୍ୟରୁ ୧୪୮୯୦ କୋଟି ଟଙ୍କା କମ୍ପାନୀମାନଙ୍କୁ ଦିଆଯାଇଛି ।