News18 Odia Digital
Cosmic Scenes: ମହାକାଶରେ ହେବ ମହାଜାଗତିକ ଦୃଶ୍ୟ। ଏମିତି ଦୃଶ୍ୟ ଯାହା ଆପଣ କେବେବି ଦେଖି ନଥିବେ। ରାତି ହୋଇଯିବ ଦିନ। ସୂର୍ଯ୍ୟଙ୍କ କିରଣ ନ ପଡ଼ିଲେ ବି ରାତିରେ ହେବ ଦିନ ଭଳି ଆଲୁଅ।
କେବଳ କିଛି ଅଞ୍ଚଳ ନୁହେଁ ପୃଥିବୀର ଅନେକ ଅଞ୍ଚଳରେ ଦେଖାଯିବ ଏହି ଦୁର୍ଲଭ ଦୃଶ୍ୟ। କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ ଆସନ୍ତା ଫେବୃଆରୀ ୧ ତାରିଖରେ।
ସୂଚନା ଅନୁସାରେ ଆସନ୍ତା ଫେବୃଆରୀ ୧ ତାରିଖରେ ପୃଥିବୀ ନିକଟ ଦେଇ ଏକ ବିଶାଳ ଧୂମକେତୁ ଅତିକ୍ରମ କରିବ। ଯାହାର ପ୍ରଭାବରେ ପୃଥିବୀର ଅନେକ ଅଞ୍ଚଳ ରାତିରେ ଦିନ ଭଳି ଆଲୋକ ହେବ।
ଏହି ଧୂମକେତୁକୁ ଆପଣ ଖାଲି ଆଖିରେ ଦେଖି ପାରିବେ। ପୃଥିବୀର ଅତି ନିକଟ ଦେଇ ଏହି ଧୂମକେତୁ ଅତିକ୍ରିମ କରୁଥିବାରୁ ଏହା ଏଭଳି ଆଲୋକିତ ହେବ ବୋଲି କୁହାଯାଉଛି।
ଗତ ୫ ହଜାର ବର୍ଷ ମଧ୍ୟରେ ପୃଥିବୀ ନିକଟ ଦେଇ ଏଭଳି ଧୂମକେତୁ ଅତିକ୍ରମ କରିବାରେ ଏହା ହେଉଛି ପ୍ରଥମ ଘଟଣା। ଏହି ଧୂମକେତୁକୁ c/2022 E3 (ZTF) କୁହାଯାଉଛି।
ଗତବର୍ଷ ଏହା ପ୍ରଥମ ଥର ପାଇଁ ବୃହସ୍ପତି ଗ୍ରହ ନିକଟ ଦେଇ ଗତି କରିଥିବା ଦେଖିବାକୁ ମିଳିଥିଲା। ଧୂମକେତୁ ସୌର ଜଗତ ବାହାରେ ଗତି କରିବା ବେଳେ ଜାନୁଆରୀ ୧୨ରେ ସୂର୍ଯ୍ୟଙ୍କ ନିକଟତର ହେବ। ଏହାପରେ ଫେବୃଆରୀ ୧ରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ। ଏହି ସମୟରେ ଧୂମକେତୁ ପୂରା ଜୋରରେ ଗତି କରୁଥିବାରୁ ଏହାର ପ୍ରଭାବରେ ପୃଥିବୀରେ ରାତିରେ ଦିନ ଭଳି ଆଲୋକ ହେବାର ସମ୍ଭାବନା ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।