ସହିଦ ସ୍ବାମୀଙ୍କ ଜୁଇରେ ଶୋଇପଡ଼ିଲେ ସ୍ତ୍ରୀ; କହିଲେ, ‘ମତେ ବି ସାଙ୍ଗରେ ନେଇଯାଅ’

Wife lay on the pyre: ସାମ୍ନାକୁ ଆସିଲା ଏକ ଅଭାବନୀୟ ଘଟଣା। ସହିଦ ସ୍ବାମୀଙ୍କ ଜୁଇରେ ଶୋଇଗଲେ ପତ୍ନୀ। କାନ୍ଦି କାନ୍ଦି କହିଲେ ମତେ ବି ସାଥୀରେ ନେଇଯାଅ।

ସହିଦ ସ୍ବାମୀଙ୍କ ଜୁଇରେ ଶୋଇପଡ଼ିଲେ ସ୍ତ୍ରୀ

ସହିଦ ସ୍ବାମୀଙ୍କ ଜୁଇରେ ଶୋଇପଡ଼ିଲେ ସ୍ତ୍ରୀ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଛତିଶଗଡ଼: ଛତିଶଗଡରେ (Chhatishgarh) ବୁଧବାର ଚଳିତ ବର୍ଷର ସବୁଠାରୁ ବଡ଼ ନକ୍ସଲ ଆକ୍ରମଣରେ (Maoist Attack) ୧୦ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣରେ (Attack) ଜଣେ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଘଟଣାରେ ଦନ୍ତେୱାଡା ଜିଲ୍ଲାର ବାଡ଼େ ଗାଡ଼ାର ବାସିନ୍ଦା ରାଜୁ କରାତମ ଏବଂ ଜଗଦୀଶ କାୱାସୀ ସହିଦ ହୋଇଥିଲେ। ଏହା ପରେ ଉଭୟ ଯବାନଙ୍କୁଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ନିଜ ଗାଁରେ ଶବଦାହ କରାଯାଇଥିଲା।

ଏହି ସମୟରେ, ଏପରି ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଥିଲା। ବାସ୍ତବରେ, ସହିଦ ରାଜୁ କରତାମର ଶେଷ ରୀତିନୀତି ସମୟରେ ଯେତେବେଳେ ତାଙ୍କୁ ଅନ୍ତିମ ସଂସ୍କାର କରାଯାଇଥିଲା, ସେତେବେଳେ ତାଙ୍କ ପତ୍ନୀ ରେଶମା ମଧ୍ୟ ଜୁଇ ଉପରେ ଶୋଇଥିଲେ।

ସେ ଜୋରରେ କାନ୍ଦି କାନ୍ଦି କହିଥିଲେ, ‘‘ମୋତେ ମଧ୍ୟ ସାଙ୍ଗରେ ନେଇଯାଅ।’’ ଏହି ଦୃଶ୍ୟ ଦେଖି ସମସ୍ତ ଗ୍ରାମବାସୀଙ୍କ ଆଖିରେ ଲୁହ ଆସିଯାଇଥିଲା। ଏହା ପରେ କୌଣସି ପ୍ରକାରେ ସେଠାରେ ଉପସ୍ଥିତ ଥିବା ମହିଳାମାନେ ଯବାନଙ୍କ ପତ୍ନୀଙ୍କୁ ଜୁଇରୁ ତଳକୁ ଆଣିଥିଲେ, ଯାହା ପରେ ଯବାନଙ୍କ ଶେଷ ରୀତିନୀତି କରାଯାଇଥିଲା।

ପ୍ରକାଶ ଥାଉକି ଛତିଶଗଡ଼ର ଦନ୍ତେୱାଡ଼ାରେ ମାଓବାଦୀଙ୍କ ଭୟଙ୍କର ଆକ୍ରମଣ (Maoist attack in Dantewada ସାର ଦେଶକୁ ଦୋହଲାଇ ଦେଇଛି। ବେଶ୍ କିଛି ଦିନ ହେଲା ମାଓବାଦୀଙ୍କ ଏଭଳି ଉଗ୍ର ରୂପ ଦେଖାଯାଇନଥିଲା। ଆଶା କରାଯାଇଥିଲା ମାଓବାଦୀମାନେ ଥଣ୍ଡା ପଡ଼ିଯାଇଛନ୍ତି ଏବଂ ତାଙ୍କ ପାଖରେ ଆକ୍ରମଣର ସେହି କ୍ଷମତା ଆଉ ନାହିଁ। କିନ୍ତୁ ଦନ୍ତେୱାଡ଼ାର ଘଟଣା ବୟାନ କରୁଛି ଯେ ମାଓବାଦୀମାନେ ପୂର୍ବ ଭଳି ସକ୍ରିୟ ଅଛନ୍ତି ଏବଂ ଯେକୌଣସି ସମୟରେ ସେମାନେ ଏଭଲି ବଡ଼ ଧରଣର ଆକ୍ରମଣ କରିପାରିବେ।

ସେହିପରି ମାଓବାଦୀମାନେ ଓଡ଼ିଶା (Odisha) ସୀମା ଆଡ଼କୁ ଗତି କରୁଥିବା ସୂଚନା ମିଳୁଛି। ଯାହାପରେ ପୂର୍ବତନ ବିଏସଏଫ ଡିଜି ପ୍ରଭାସ ମିଶ୍ର ନ୍ୟୁଜ୧୮କୁ କହିଥିଲେ, ‘‘ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ କାରଣ ଏହି ସମୟ ଭିତରେ ଆକ୍ରମଣ ଘଟାଇଥିବା ମାଓବାଦୀମାନେ ଓଡ଼ିଶା ସୀମା ଆଡ଼କୁ ଆସିପାରନ୍ତି।’’

ପ୍ରଭାସ ମିଶ୍ର ଆହୁରି କହିଥିଲେ, ‘‘ନକ୍ସଲ ଅପରେସନରେ ନିୟୋଜିତ ଥିବା ସୁରକ୍ଷା କର୍ମୀମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର ବା ଏସଓପି ଠିକ ଭାବେ ପାଳନ କରୁନାହାଁନ୍ତି। ଅପରେସନ୍ ଚାଲିଥିବା ସ୍ଥାନରେ ମାଓବାଦୀଙ୍କୁ ଠାବ କରିବା ପାଇଁ ଡ୍ରୋନର ବ୍ୟବହାର କରାଯିବା ନିହାତି ଦରକାର। ଏଥିପାଇଁ ସୁରକ୍ଷାକର୍ମୀଙ୍କୁ ଏସବୁ ଅତ୍ୟାଧୁନିକ ଯୋଗାଇ ଦିଆଯାଇଛି। କିନ୍ତୁ ସୁରକ୍ଷାକର୍ମୀ ଏହାକୁ ଠିକ ଭାବରେ ବ୍ୟବହାର କରୁନାହାଁନ୍ତି।’’
Published by:Lipina Das
First published: