ଜୁମ୍ କଲ୍ ମିଟିଂ ବେଳେ ମହିଳା ନିଜ ସ୍ୱାମୀଙ୍କୁ ଚୁମା ଦେବାକୁ ଚେଷ୍ଟା କଲେ; VIDEO ଭାଇରାଲ୍ ହେଲା

ପତ୍ନୀଙ୍କ ସେହି ପ୍ରେମଭରା ଚୁମା ଉଦ୍ୟମ ଓ ସ୍ୱାମୀଙ୍କ ସେହି ପ୍ରଶ୍ନକୁ ଜୁମ୍ ଭିଡିଓ ମିଟିଂରେ ଥିବା ସବୁ ଲୋକ ଦେଖିଥିଲେ ଓ ଶୁଣିଥିଲେ! ସ୍ୱାମୀ ସଙ୍ଗେ ସଙ୍ଗେ ତାଙ୍କ କମ୍ପ୍ୟୁଟରର ପରଦାକୁ ଦେଖାଇ ସେ ଏକ ଭିଡିଓ କଲରେ ଥିବା କଥା ସ୍ପଷ୍ଟ କରିଥିଲେ ।

ଜୁମ୍ କଲ୍ ମିଟିଂ ବେଳେ ମହିଳା ନିଜ ସ୍ୱାମୀଙ୍କୁ ଚୁମା ଦେବାକୁ ଚେଷ୍ଟା କଲେ; VIDEO ଭାଇରାଲ୍ ହେଲା
ଭାଇରାଲ୍ ଭିଡିଓ କ୍ଲିପରୁ ଏକ ଦୃଶ୍ୟ
  • News18 Odia
  • Last Updated: February 22, 2021, 7:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପତି ଓ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ଥିଲେ ଦିନ ସାରା ପରସ୍ପରଙ୍କ ମଧ୍ୟରେ ଏକାଧିକ ବାର ଚୁମ୍ବନ ଘଟିବା ଏକ ସାଧାରଣ କଥା । କିନ୍ତୁ ଚୁମ୍ବନର ସ୍ଥାନ ଓ କାଳ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଭିଡିଓରେ ଏକ ଜୁମ୍ କଲ୍ ମିଟିଂ ସମୟରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ୍‌ ମିଡି଼ଆରେ ଭାଇରାଲ୍‌ ହେଉଛି (wife kiss husband video)।

ଗତ ଦୁଇ ସପ୍ତାହ ଧରି ଇଣ୍ଟରନେଟର ଘୂରି ବୁଲୁଥିବା ଏହି ଭିଡିଓ କ୍ଲିପରେ ପତ୍ନୀ କୋଠରୀରେ ପ୍ରବେଶ କରିବା ସମୟରେ ତାଙ୍କ ସ୍ୱାମୀ କାନରେ ହେଡଫୋନ୍‌ ଲଗାଇ ଦେଶର ଜିଡିପି (GDP) ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଭିଡିଓ କନଫରେନ୍ସିଂ ଲିଙ୍କରେ ତାଙ୍କୁ ଅନ୍ୟମାନେ ଦେଖୁଥିବାର ବୋଧହୁଏ ପତ୍ନୀ ଜାଣି ନ ଥିଲେ । ସେ ପତିଙ୍କ ଗାଲରେ ଏକ ଚୁମା ଦେବାକୁ ନଇଁ ପଡ଼ିଥିଲେ (wife kiss for husband video) ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞ

ସ୍ୱାମୀ ସଙ୍ଗେ ସଙ୍ଗେ ଚୁମ୍ବନକୁ ଆଡ଼େଇ ଦେବାକୁ ଚେଷ୍ଟା କରି ନିଜ ମୁହଁ ଦୂରେଇ ନେଇଥିଲେ ଓ ତାଙ୍କ କମ୍ପ୍ୟୁଟରର ପରଦାକୁ ଦେଖାଇ ସେ ଏକ ଭିଡିଓ କଲରେ ଥିବା କଥା ସ୍ପଷ୍ଟ କରିଥିଲେ । ଜୁମ୍‌ ଆପରେ ହେଉଥିବା ଏହି ଭିଡିଓ କଲ୍‌ ମିଟିଂରେ ପତ୍ନୀ ବାଧା ଦେଇଥିବାରୁ ବିରକ୍ତ ହୋଇ ସ୍ୱାମୀ ତାଙ୍କୁ କହିଥିଲେ, ‘‘ତୁମେ କି ନିର୍ବୋଧତା କରୁଛ?’’ (What nonsense are you doing?) ସ୍ୱାମୀଙ୍କ ଏହି ପ୍ରଶ୍ନ ସ୍ପଷ୍ଟ ଶୁଣିବାକୁ ମିଳୁଛି । ପତ୍ନୀଙ୍କ ଚୁମା ଉଦ୍ୟମ ଓ ସ୍ୱାମୀଙ୍କ ଏହି ପ୍ରଶ୍ନକୁ ସେହି ଜୁମ୍‌ ଭିଡିଓ ମିଟିଂରେ ଥିବା ସବୁ ଲୋକ ବି ଦେଖିଥିଲେ ଓ ଶୁଣିଥିଲେ!

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ରହିଛନ୍ତି

ପ୍ରସିଦ୍ଧ ଉଦ୍ୟୋଗପତି ହର୍ଷ ଗୋଏଙ୍କା (Harsh Goenka) ଏହି ଭିଡିଓ କ୍ଲିପକୁ ଟ୍ୱିଟରରେ ଶେୟାର୍‌ କରିବା ପରେ ଏହି ଭିଡିଓ ଅନେକ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଭିଡିଓଟିକୁ ଶେୟାର୍ କରି ଗୋଏଙ୍କା ଲେଖିଥିଲେ, ‘‘ଜୁମ୍ କଲ୍ ..... ବହୁତ ମଜାଦାର ।’’

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



ଏହି ଘଟଣା ଭାରତରେ କେଉଁଠି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ, ହେଲେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଭିଡିଓଟି ପୋଷ୍ଟ୍‌ ହେବା ପର ଠାରୁ ତାକୁ ପାଞ୍ଚ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି ଓ ତା’ ଉପରେ ଶହ ଶହ ମନ୍ତବ୍ୟ ଆସିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସୋସିଆଲ୍ ମିଡ଼ିଆର ବନ୍ଧୁ ଯୁବତୀଙ୍କୁ ତାଙ୍କ କୁନି ଝିଅ ସାମନାରେ ହତ୍ୟା କଲା; ସାମନାକୁ ଆସିଲା CCTV VIDEO

ଏହି ଭିଡିଓ ଦେଖି ଅନେକ ଲୋକ ଅନୁଭବ କରିଛନ୍ତି ଯେ ସ୍ୱାମୀଙ୍କ ବିରକ୍ତ ହେବା ଯଥାର୍ଥ, ହେଲେ ଅନ୍ୟମାନେ ଅନୁଭବ କରିଛନ୍ତି ଯେ ସେ ଏହି ପରିସ୍ଥିତିକୁ ଭିନ୍ନ ଭାବରେ ପରିଚାଳନା କରିବା ଉଚିତ୍ ଥିଲା । ସ୍ୱାମୀ ଜଣଙ୍କର ବିରକ୍ତି ଉପରେ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରସିଦ୍ଧ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଅଛନ୍ତି ।



ଆନନ୍ଦ ମହିନ୍ଦ୍ରା ହର୍ଷ ଗୋଏଙ୍କାଙ୍କ ପୋଷ୍ଟ ଉପରେ ଜବାବ ଦେଇ ଲେଖିଛନ୍ତି, ‘‘ହାହା, ମୁଁ ଏହି ମହିଳାଙ୍କୁ ଏହି ବର୍ଷର ପତ୍ନୀ ଭାବରେ ମନୋନୀତ କରିଛି ।’’ (Wife of the year) ସେ ଆହୁରି ଲେଖିଛନ୍ତି: ‘‘ଯଦି ସ୍ୱାମୀ ଜଣକ ସେମିତି କରି ନ ଥାନ୍ତେ, ମୁଁ ସେ ଦୁହିଁଙ୍କୁ ଏହି ବର୍ଷର ଦମ୍ପତି (coule of the year) ପାଇଁ ମନୋନୀତ କରିଥାନ୍ତି, କିନ୍ତୁ ସେ ଅସନ୍ତୋଷ ଦେଖାଇ ସେହି ସୁଯୋଗ ହରାଇଛନ୍ତି!’’

ଅଧିକ ଦେଶ-ବିଦେଶ ଖବର ପାଇଁ ଏଇଠି କ୍ଲିକ୍ କରନ୍ତୁ
Published by: Anand Shankar Thankur Das
First published: February 22, 2021, 7:00 PM IST