News 18 Odia Digital
ରାୟପୁର: ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ବିବାହ (marriage) ପରେ ସ୍ୱାମୀଙ୍କ ସହ ସ୍ତ୍ରୀଙ୍କର ବୈବାହିକ ବିବାଦ ଏକ ସାଧାରଣ କଥା । କିନ୍ତୁ ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଦିନେ ଏକ ବିବାଦକୁ ନେଇ ହଠାତ୍ ଝଗଡା କାରଣରୁ ପତ୍ନୀ କୂଅ ଭିତରକୁ ଡେଇଁପଡ଼ିଥିଲେ । ତତକ୍ଷଣାତ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଉଦ୍ଧାର (rescue) କରିଥିଲେ କିନ୍ତୁ ପରେ ପୁଣି ଝଗଡ଼ା ବଢିବାକୁ ଲାଗିଲା ।
ଅନୁସନ୍ଧାନରୁ ଜଣାପଡିଛି ଯେ, ଛତିଶଗଡ଼ ଯଶପୁରର ଏହି ଘଟଣାରେ ସ୍ୱାମୀ ଶଙ୍କର ଓ ସ୍ତ୍ରୀ ଆଶା ଦୁହେଁ ରାତିରେ ମଦ୍ୟପାନ କରିଥିଲେ । ପରେ ଶଙ୍କର ଯେତେବେଳେ ତାଙ୍କ ପତ୍ନୀ (wife)ଙ୍କ ସହ ଶାରୀରିକ ସମ୍ପର୍କ (physical relation) ରଖିବାକୁ ଚାହିଁଲେ ସେତେବେଳେ ଆଶା ମନା କରିଥିଲେ । ଯାହାଫଳରେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଝଗଡ଼ା ଥମିବା ବଦଳରେ ବଢିବା କାରଣରୁ ପତ୍ନୀ ଆଶା ମଦ ନିଶାରେ କୂଅ ଭିତରକୁ ଡେଇଁପଡିଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଶଙ୍କର ମଧ୍ୟ ଉକ୍ତ କୂଅକୁ ଡେଇଁପଡିଥିଲେ । ଅନେକ ପରିଶ୍ରମ କରି ଶଙ୍କର ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେଲେ । ମାତ୍ର କୂଅରୁ ବାହାରିବା ପରେ ପୁଣି ଝଗଡ଼ା ଆରମ୍ଭ ହୋଇଯାଇଥିଲା ।
ଝଗଡା ଅତ୍ୟଧିକ ହେବାରୁ ଶଙ୍କର ଆଶାଙ୍କ ଗୁପ୍ତାଙ୍ଗକୁ ଧକ୍କା ଦେଇଥିବାର ଅଭିଯୋଗ ହେଉଛି । ଯାହାଫଳରେ ଆଶାଙ୍କର ମୃତ୍ୟୁ ହୋଇଥିଲା । କେବଳ ସେତିକି ନୁହେଁ ରାତି ସାରା ମୃତ ଶରୀର ପାଖରେ ବସିଥିଲେ ଶଙ୍କର । ସକାଳେ ଖବର ସମଗ୍ର ଅଞ୍ଚଳରେ ଖବର ପ୍ରସାରିତ ହୋଇଯିବା ପରେ ପୋଲିସ ପାଖରେ ଖବର ପହଞ୍ଚିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଅଧିକ ତଦନ୍ତ ପାଇଁ ଶଙ୍କରକୁ ପଚରାଉଛରା କରୁଛି ।
ତେବେ ପଡୋଶୀଙ୍କର କହିବା କଥା, ବିବାହ ପରେ କିଛି ଦିନ ପର୍ଯ୍ୟନ୍ତ ଶଙ୍କର ଓ ଆଶାଙ୍କର ଖୁବ ଭଲ ସମ୍ପର୍କ ରହିଥିଲା । ମାତ୍ର କିଛି ମାସ ପରେ ଛୋଟ ମୋଟ କାରଣକୁ ନେଇ ଝଗଡା ଆରମ୍ଭ ହୋଇଯାଇଥିଲା । ଶଙ୍କର ଓ ତାଙ୍କ ପତ୍ନୀ ଦୁହେଁ ମିଶି କେବେ କେବେ ମଦ୍ୟପାନ କରନ୍ତି ବୋଲି ସ୍ଥାନୀୟ ଲୋକଙ୍କ ନିକଟରେ ଖବର ରହିଛି । ବର୍ତ୍ତମାନ ଶଙ୍କର ପୋଲିସ ହେପାଜତରେ ଅଛନ୍ତି । ପଚରା ଉଚରା କରିବା ପରେ ପୋଲିସ ଶଙ୍କରଙ୍କୁ କୋର୍ଟ ଫରୱାର୍ଡ କରିବ ।
ଏହି ଖବର ପଢ଼ନ୍ତୁ -
ଆଶ୍ବସ୍ତି ଖବର ଦେଲା ପାଣିପାଗ ବିଭାଗ: ୨୧ ତାରିଖରୁ ପାଗରେ ପରିବର୍ତ୍ତନ !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।