News18 Odia Digital
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମହିଳା ଅଙ୍ଗରକ୍ଷୀଙ୍କୁ ନିଜ ସୁରକ୍ଷା ଦାୟିତ୍ୱ ଦେଇଛନ୍ତି। ନଅ ଜଣ ମହିଳା ଅଙ୍ଗରକ୍ଷୀଙ୍କୁତାଙ୍କ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି କରାଯାଇଛି। ସଫାରି ସୁଟ ପିନ୍ଧି ଷ୍ଟାଲିନଙ୍କ ସୁରକ୍ଷା କ୍ଷେତ୍ରରେ X-95 ସବ୍-ମେସିନ୍ ବନ୍ଧୁକ, AK-47 ଏବଂ 9mm ପିସ୍ତଲ ସହିତ ନଜର ଆସିନ୍ତି ଏହି ଅଙ୍ଗରକ୍ଷୀ। ସମସ୍ତେ ତାମିଲନାଡୁର ଅଟନ୍ତି। ୮୦ ଟି ଆବେଦନ ମଧ୍ୟରୁ ଏହି ୯ ଜଣ ମହିଳା ଷ୍ଟାଲିନଙ୍କ ମୂଳ ସୁରକ୍ଷା ଦଳ ପାଇଁ ମନୋନୀତ ହୋଇଛନ୍ତି।
ଦେଶରେ ଏହା ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କ ମୂଳ ସୁରକ୍ଷା ଦଳରେ ମହିଳା ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ସୁରକ୍ଷା ଭାର ସବ୍ ଇନ୍ସପେକ୍ଟର ଏମ ତନୁଷ କନ୍ନକୀ, ହେଡ କନଷ୍ଟେବଳ ଏମ ଦିଲସ୍ତା ବେଗମ, କନଷ୍ଟେବଳ ଆର ବିଦ୍ୟା, ଜେ ସୁମତି, ଏମ କାଳେଶ୍ୱରୀ, କେ ପବିତ୍ର, ଜି ରାମି, ଭି ମନୀଷା ଏବଂ କେ କୌଶଲ୍ୟାଙ୍କ କାନ୍ଧ ଉପରେ ରହିଛି। ତେବେ ସାରା ବିଶ୍ୱରେ ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାବେ ମହିଳା ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦେଇଛନ୍ତି।
ଚଳିତ ବର୍ଷ ମାର୍ଚ୍ଚ ୮ରେ ମହିଳା ଦିବସ ଅବସରରେ ଷ୍ଟାଲିନ୍ର ସୁରକ୍ଷା ଦଳରେ ମହିଳାଙ୍କୁ ସାମିଲ କରାଯାଇଥିଲା। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କନଭେନରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନଙ୍କଠାରୁ ଆବେଦନ କରାଯାଇଥିଲା। ଆବେଦନ କରିଥିବା ମହିଳାମାନଙ୍କୁ ଶାରୀରିକ ଓ ମାନସିକ ପରୀକ୍ଷା ଦେବାକୁ ପଡିଥିଲା। ଅନେକ ମାସର ତାଲିମ ପରେ, ୮୦ ଆବେଦନକାରୀଙ୍କ ମଧ୍ୟରୁ ୯ ଜଣ ମହିଳା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମନୋନୀତ ହୋଇଥିଲେ।
ସୁରକ୍ଷା ଦଳରେ ସାମିଲ ପାଭିଥ୍ରା କୁହନ୍ତି, ମୋର ପ୍ରଥମ ପୋଷ୍ଟିଂ ଡିଏମକେ ମୁଖ୍ୟାଳୟ ଆନ୍ନା ଏରିଭାଲାମରେ ଥିଲା। ଯେତେବେଳେ ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଆସିଲା, ମୁଁ ଆବେଦନ କଲି ଏବଂ ମନୋନୀତ ହେଲି।।ରାମି କୁହନ୍ତି, ସୁରକ୍ଷା ଦଳରେ ଅନ୍ତର୍ଭୁକ୍ତ ହେବା ପାଇଁ ଆମର ଶାରୀରିକ ଏବଂ ମାନସିକ ଦକ୍ଷତା ପରୀକ୍ଷା କରାଯାଇଥିଲା। ଯେପରି- ଏକ ମିନିଟ୍ ମଧ୍ୟରେ, ସାମ୍ନାରେ ଯାଉଥିବା କାରରେ ଉପସ୍ଥିତ ଥିବା ଲୋକଙ୍କ ସଂଖ୍ୟା ଜଣାଇବାକୁ ପଡିବ ଏବଂ ଚାରିପାଖରେ ଥିବା ସମସ୍ତ ଜିନିଷକୁ ଚିହ୍ନଟ କରିବାକୁ ପଡିବ।
ସମସ୍ତ ସୁରକ୍ଷାକର୍ମୀ ଗୋପନୀୟତା ଶପଥ ନେଇଛନ୍ତି। ସେ ପରିବାର କିମ୍ବା ଅନ୍ୟ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସହ ଜଡିତ କିଛି ସେୟାର କରିପାରିବେ ନାହିଁ। ଚୟନ ପରେ ମଧ୍ୟ ତାଙ୍କ ପ୍ରଶିକ୍ଷଣ ମାରୁଦମ୍ କମାଣ୍ଡୋ ଟ୍ରେନିଂ ସେଣ୍ଟରରେ ଜାରି ରହିଛି।।ଡ୍ୟୁଟି ପୂର୍ବରୁ ସମସ୍ତ ରକ୍ଷୀଙ୍କୁ ସକାଳ ୬ ଟାରେ ତାଲିମ ଦିଆଯାଏ। ସେମାନେ ଦୈନିକ ୩ କିଲୋମିଟର ଦୌଡ଼ନ୍ତି। ସେ କହିଛନ୍ତି ଯେ ସେ ଏକ ମିନିଟରେ ୩୦ ଟି ପୁସ୍ଅପ୍ କରିପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।