କାହିଁକି ନକ୍ସଲ କଲେ ଆକ୍ରମଣ? ଲୁଚିଛି ବଡ଼ କାରଣ !

ଜଗଦୀଶକୁ ଖୋଜିବା ପାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କ ଏକ ଟିମ୍ କମ୍ବିଂରେ ଯାଇଥିଲା । ଏହି ସମୟରେ ପ୍ରବଳ ବର୍ଷା ହେଉଥିଲା । ପଢ଼ନ୍ତୁ ପୂରା ଖବର ।

କାହିଁକି ନକ୍ସଲ କଲେ ଆକ୍ରମଣ? ଲୁଚିଛି ବଡ଼ କାରଣ !

କାହିଁକି ନକ୍ସଲ କଲେ ଆକ୍ରମଣ? ଲୁଚିଛି ବଡ଼ କାରଣ !

  • News18 Odia
  • Last Updated :
  • Chhattisgarh, India
  • Share this:
News 18 Odia Digital

ଛତିଶଗଡ଼: ଦାନ୍ତେୱାଡ଼ା ନକ୍ସଲ ଆକ୍ରମଣ (naxal attack) ଘଟଣା ପଛର କାରଣ କଣ, ତାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସୁଛି । ନକ୍ସଲଙ୍କ ଦାନ୍ତେୱାଡ଼ା ଡିଭିଜନ ଏହି ହିଂସାକାଣ୍ଡ ଘଟାଇଥିବା ସୂଚନା ମିଳୁଛି । ଦାନ୍ତେୱାଡ଼ା ଡିଭିଜନର ନେତା ହେଉଛି ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୋଲିସ (police)ର ମୋଷ୍ଟ ୱାଣ୍ଟେଡ୍ ଜଗଦୀଶ । ଜଗଦୀଶ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରିଛନ୍ତି ସରକାର ।

ମିଳିଥିବା ସୂଚନା ଅନୁସାରେ, ଜଗଦୀଶକୁ ଖୋଜିବା ପାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କ ଏକ ଟିମ୍ କମ୍ବିଂରେ ଯାଇଥିଲା । ଏହି ସମୟରେ ପ୍ରବଳ ବର୍ଷା ହେଉଥିଲା । ଆଉ ବର୍ଷା ଭିତରେ ଅରନପୁର ଅଞ୍ଚଳରେ ଫସିଯାଇଥିଲେ ସୁରକ୍ଷା ଟିମ୍ । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଡିଆରଜିର ଏକ ଟିମ୍ ସେଠାକୁ ଯାଇଥିଲେ । ଆଉ ଏହି ଖବର ବୋଧହୁଏ ନକ୍ସଲଙ୍କ ପାଖକୁ ପହଞ୍ଚି ଯାଇଥିଲା । କିମ୍ବା ସେମାନଙ୍କୁ ଉଦ୍ଧାର କରିବା ପାଇଁ ଡିଆରଜି (drg) ଟିମ୍ ଆସିବ ବୋଲି ତାଙ୍କର ଅନୁମାନ ଠିକ୍ ହୋଇଥିଲା । ଆଉ ଏହାର ସୁଯୋଗ ନେଇ ଅମ୍ବୁସ୍ ରଚିଥିଲେ ନକ୍ସଲପନ୍ଥୀ । ଅରନପୁର ଅଞ୍ଚଳରେ ମାଟି ତଳେ ଖଂଜିଥିଲେ ବିପୁଳ ପରିମାଣର ଆଇଇଡି ବିସ୍ଫୋରକ । କୁହାଯାଉଛି, ଏହି ବୋମାରେ ପ୍ରାୟ ୫୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର ହୋଇଥିଲା । ଡିଆରଜି ଟିମ୍ ସେହି ବାଟ ଦେଇ ଫେରୁଥିବା ବେଳେ ବିସ୍ଫୋରଣର ଶିକାର ହୋଇଥିଲେ । ଯେଉଁଥିରେ ୧୦ ଜଣ ସୁରକ୍ଷା କର୍ମୀ ଓ ଗାଡ଼ିର ଡ୍ରାଇଭର ପ୍ରାଣ ହରାଇଥିଲେ ।

ପ୍ରାୟ ଏକ ମାସ ହେଲା ଦାନ୍ତେୱାଡ଼ା ଅଞ୍ଚଳରେ ପୋଲିସ ଓ ନକ୍ସଲ ଭିତରେ ଲାଗି ରହିଥିଲା ଛକାପଞ୍ଝା । ୧୦ ଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜଣେ ବିଧାୟକଙ୍କ ଉପରେ ଆକ୍ରମଣ କରିଥିଲେ ନକ୍ସଲ । କିନ୍ତୁ ସେତେବେଳେ ସେମାନେ ସ୍ପଷ୍ଟୀକରଣ ଦେଇ କହିଥିଲେ, ନେତା ତାଙ୍କ ଟାର୍ଗେଟରେ ନାହାନ୍ତି ବରଂ ସେମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରିଥିଲେ । ପ୍ରକୃତ କଥା ହେଉଛି, ପ୍ରାୟ ଏକ ମାସ ହେଲା ସୁରକ୍ଷାକର୍ମୀମାନେ ଦାନ୍ତେୱାଡ଼ା, ନାରାୟଣପୁର ଓ ସୁକମା ଅଞ୍ଚଳରେ ଆକାଶମାର୍ଗରୁ ନକ୍ସଲଙ୍କ ଉପରେ ଆକ୍ରମଣ କରୁଥିଲେ । ଡ୍ରୋନ୍ ଯୋଗେ ଆକାଶମାର୍ଗରୁ ଏହି ଆକ୍ରମଣ ହେଉଥିଲା । ମାଓବାଦୀମାନେ ଏଥିରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏପରିକି ଏହି ଅଞ୍ଚଳରେ ତାଙ୍କ ଲୁଚିବା ସ୍ଥଳଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସୁରକ୍ଷାକର୍ମୀଙ୍କ ଏହି ଆକ୍ରମଣରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ନକ୍ସଲପନ୍ଥୀ । ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ ସୀମାବର୍ତ୍ତୀ ଇଲାକାରେ ନକ୍ସଲପନ୍ଥୀମାନେ ଲୁଚିବା ପାଇଁ ଜାଗା ଖୋଜୁଥିଲେ । ଏପରିକି ଦାନ୍ତେୱାଡ଼ା ଅଞ୍ଚଳରୁ ନକ୍ସଲପନ୍ଥୀ ସଂପୂର୍ଣ୍ଣ ସଫା ହୋଇଯିବେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ତା ଭିତରେ ସେମାନେ ବଡ଼ ଆକ୍ରମଣ ପାଇଁ ସୁଯୋଗ ଖୋଜୁଥିଲେ । ଏବଂ ବୁଧବାର ଅରନପୁର ଅଞ୍ଚଳରେ ସେମାନଙ୍କ ଆକ୍ରମଣ ଯୋଜନାକୁ ଚୂଡ଼ାନ୍ତ ରୂପ ଦେଇଥିଲେ ଲାଲବାହିନୀ ।

ଏହି ଖବର ପଢ଼ନ୍ତୁ -  ହଲରେ ଫିଲ୍ମ ଦେଖିବା ସହ ଲାପଟପରେ କାମ କରୁଥିଲେ ଯୁବକ: ଦେଖନ୍ତୁ ଭିଡିଓ
Published by:Soubhagya Mishra
First published: