ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କାହିଁକି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ? ସୋନିଆଙ୍କୁ ଚିଠି ଲେଖି ସବୁ କହିଲେ

କାହିଁକି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ? ସୋନିଆଙ୍କୁ ଚିଠି ଲେଖି ସବୁ କହିଲେ

Why Navjot Singh Siddhu resigned as Punjab Congress president; here are the reasons | ଦୁର୍ନୀତି କାରଣରୁ ପୂର୍ବରୁ ମନ୍ତ୍ରୀ ପଦ ହରାଇଥିବା ଜଣେ ନେତାଙ୍କୁ ପୁଣି ଥରେ ମନ୍ତ୍ରୀ କରିବାଠାରୁ ଆରମ୍ଭ କରି ଅମରିନ୍ଦର ସିଂଙ୍କ ‘‘ଦେଶଦ୍ରୋହୀ’’ ଅଭିଯୋଗ ବିରୋଧରେ କଂଗ୍ରେସ ନରମ ରହିବା ପର୍ଯ୍ୟନ୍ତ ଅନେକ କଥାରେ ସିଦ୍ଧୁ ନାରାଜ ଥିଲେ ।

କାହିଁକି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ? ସୋନିଆଙ୍କୁ ଚିଠି ଲେଖି ସବୁ କହିଲେ
ନବଜୋତ ସିଂ ସିଦ୍ଧୁ (ଫାଇ୍ଲ୍‌ ଫଟୋ)
  • News18 Odia
  • Last Updated: September 28, 2021, 7:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଅମନ ଶର୍ମା | News18 Odia Digital

ନୂଆ ଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ହଟଚମଟ ପୁଣି ଦ୍ରୁତ ହୋଇଯାଇଛି । ନବଜୋତ ସିଂ ସିଦ୍ଧୁ (Navjot Singh Siddhu) ପଞ୍ଜାବ କଂଗ୍ରେସର (Punjab Congress) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ (Sonia Gandhi) ବି ଏକ ଚିଠି ଲେଖିଛନ୍ତି । କ୍ୟାପଟେନ୍‌ ଅମରିନ୍ଦର୍‌ ସିଂଙ୍କୁ (Captain Amarinder Singh) ମୁଖ୍ୟ ମନ୍ତ୍ରୀ ପଦରୁ ହଟାଇବା ପରେ ଚରଣଜିତ ସିଂ ଚନ୍ନିଙ୍କୁ (Charanjit Singh Channi) ରାଜ୍ୟର ମୁଖ୍ୟ ମନ୍ତ୍ରୀ ପଦରେ ବସାଇବାj ଦଶ-ବାର ଦିନ ପରେ ସିଦ୍ଧୁଙ୍କ ଇସ୍ତଫା ଦେବା ସମସ୍ତଙ୍କୁ ତଚକିତ କରିଛି ।

ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ହଠାତ୍ କାହିଁକି ଇସ୍ତଫା ଦେଇଛନ୍ତି ସେ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି । ଯଦି ସୂତ୍ରମାନଙ୍କୁ ବିଶ୍ୱାସ କରାଯାଏ, ତେବେ ସିଦ୍ଧୁଙ୍କ ଏହି ପଦକ୍ଷେପ ବିବାଦୀୟ ବିଧାୟକ ରାଣା ଗୁରୁଜିତ ସିଂଙ୍କୁ ଚରଣଜିତ ସିଂ ଚନ୍ନିଙ୍କ ନୂଆ କ୍ୟାବିନେଟରେ ସାମିଲ କରିବା ଓ ପଞ୍ଜାବର ଆଡଭୋକେଟ୍ ଜେନେରାଲ୍ ଭାବରେ ଏ.ପି.ଏସ୍. ଦେଓଲଙ୍କୁ ନିଯୁକ୍ତି ଦେବା ଏହା ପଛର ବଡ଼ କାରଣ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ମହିଳା ନବଜାତ ଝିଅଙ୍କ ନାଁ ରଖିଲେଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?

ଗୁରୁଜିତ ସିଂଙ୍କ ନାଁରେ ବାଲି ଖଣିରେ ଦୁର୍ନୀତି କରିଥିବା ଅଭିଯୋଗ ଅଛି । ଏହା ପୂର୍ବରୁ ତାଙ୍କୁ ଅମରିନ୍ଦର୍‌ ସିଂଙ୍କ କ୍ୟାବିନେଟରୁ ବି ବରଖାସ୍ତ କରାଯାଇଥିଲା । ଚନ୍ନିଙ୍କ କ୍ୟାବିନେଟରେ ଥିବା ସିଦ୍ଧୁଙ୍କ ସମର୍ଥକ ଜଣେ ମନ୍ତ୍ରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ନ୍ୟୁଜ୧୮କୁ କହିଛନ୍ତି, ‘‘ନୂଆ ମୁଖ୍ୟ ମନ୍ତ୍ରୀ ଚରଣଜିତ ସିଂ ଚନ୍ନି ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ କୌଣସି ବାଲି ମାଫିଆ ତାଙ୍କ ନିକଟକୁ ଆସିବା ଉଚିତ ନୁହେଁ, କିନ୍ତୁ ପରେ ଦଳ ଗୁରୁଜିତ ସିଂଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ବନାଇଥିଲା । ବାଲି ଖଣି ମାଫିଆ ସହ ଜଡି଼ତ ଥିବା ଅଭିଯୋଗ ଯୋଗୁଁ ୨୦୧୮ରେ ରାଣା ଗୁରୁଜିତ ସିଂଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଥିଲା । ୨୦୧୭ ମସିହାରୁ ସିଦ୍ଧୁ ଯେଉଁଥି ପାଇଁ ଲଢ଼େଇ କରିଆସୁଛନ୍ତି ଏହା ତ ତା’ର ସ୍ପଷ୍ଟ ଉଲ୍ଲଙ୍ଘନ ।’’

କ୍ୟାପଟେନ ଅମରିନ୍ଦର ସିଂ ଓ (ଡାହାଣ) ନବଜୋତ ସିଂ ସିଦ୍ଧୁ (ଫାଇଲ୍ ଫଟୋ)


ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଇଞ୍ଜିନିଅରିଂ ପଢୁଥିବା ବିହାରୀ ଛାତ୍ରକୁ ତାବନ୍ଧୁ ଛାତିରେ ଗୁଳି ମାରି ହତ୍ୟା କଲା

ରାଜ୍ୟର ନୂଆ ଆଡଭୋକେଟ୍ ଜେନେରାଲ୍ ଭାବରେ ଏ.ପି.ଏସ୍. ଦେଓଲଙ୍କ ନିଯୁକ୍ତିକୁ ନେଇ ବି ସିଦ୍ଧୁ ବିରକ୍ତ ଥିଲେ । ଦେଓଲ୍‌ ପୂର୍ବରୁ ବଳିଦାନ (ବେଅଦବୀ) ମାମଲାରେ ରାଜ୍ୟର ପୂର୍ବତନ ଡି.ଜି.ପି. ସୁମେଧି ସିଂ ସଇନିଙ୍କ ଓକିଲ ରହିଛନ୍ତି ଓ ତାଙ୍କୁ ଏକ ଭିଜିଲାନ୍ସ ମାମଲାରେ ଜେଲରୁ ମୁକ୍ତ କରାଇଥିଲେ । ସିଦ୍ଧୁ କ୍ୟାମ୍ପ୍‌ ଅନୁଭବ କରୁଛି ଯେ ଦେଓଲଙ୍କୁ ଆଡଭୋକେଟ ଜେନେରାଲ କରାଯିବା ଦ୍ୱାରା ୨୦୧୫ର ବଳିଦାନ-ପୋଲିସ ଗୁଳି ବିନିମୟ ମାମଲାରେ ବାଦଲ ଓ ସୁମେଧ ସିଂ ସଇନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ପ୍ରଭାବିତ ହେବ ।

ଏହା ବି ପଢ଼ନ୍ତୁ | କରାଳ ରୂପ ନେଲା ବାତ୍ୟାଗୁଲାବ’; ଓଡି଼ଶାକୁ ବିପଦ ଟଳିଲା, କିନ୍ତୁ ଆନ୍ଧ୍ରରେ କ୍ଷତି କଲା; ଜଣ ମୃତ

ଯଦିଓ କଂଗ୍ରେସ ଉଭୟ ନିଯୁକ୍ତିକୁ ଠିକ୍‌ ବୋଲି କରିଛି, ତଥାପି ସିଦ୍ଧୁ କ୍ୟାମ୍ପ ସ୍ପଷ୍ଟ କରିଛି ଯେ କୌଣସି ପ୍ରକାରର ସମନ୍ୱୟ ପାଇଁ ଏହି ଦୁଇଟି ନିଯୁକ୍ତିକୁ ପ୍ରତ୍ୟାହାର କରାଯିବା ଆବଶ୍ୟକ । ଦୁଇ ଦିନ ପୂର୍ବେ ମନ୍ତ୍ରୀ ହୋଇଥିବା ସିଦ୍ଧୁଙ୍କର ଆଉ ଜଣେ ଘନିଷ୍ଠ ସହଯୋଗୀ ନ୍ୟୁଜ୍୧୮କୁ କହିଛନ୍ତି, “ଆମେ ଏମିତି ସନ୍ଦେହଜନକ ନିଯୁକ୍ତି ସହିତ ଭୋଟରଙ୍କୁ କେମିତି ସାମ୍ନା କରିବୁ? ମୁଖ୍ୟ ମନ୍ତ୍ରୀ ଚନ୍ନି ଓ ନବଜୋତ ସିଂ ସିଦ୍ଧୁଙ୍କ ନେତୃତ୍ୱରେ ଆସନ୍ତା ଚାରି ମାସରେ କାର୍ଯ୍ୟକାରୀ ହେବାକୁ ଥିବା 'ନୂଆ କଂଗ୍ରେସ'ର ଯୋଜନା ଠାରୁ ତ ଏହା ସମ୍ପୂର୍ଣ୍ଣ ଭିନ୍ନ ।’’

ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଭାଷା ବିଶେଷଜ୍ଞ ଆଲୋଚନା କଲେ

ଶେଷ ମୁହୂର୍ତ୍ତରେ ସିଦ୍ଧୁ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ତଥା ଦଳର କାର୍ଯ୍ୟକାରୀ ସଭାପତି କୁଲଜିତ ସିଂ ନାଗ୍ରାଙ୍କୁ ମନ୍ତ୍ରୀ ପଦରୁ ହଟାଯିବାକୁ ନେଇ ବି ଅସନ୍ତୁଷ୍ଟ ଥିଲେ । ନ୍ୟୁଜ୍୧୮ ପୂର୍ବରୁ ଖବର ପ୍ରକାଶ କରିଥିଲା ​​ଯେ କ୍ୟାପଟେନ୍‌ ଅମରିନ୍ଦର୍‌ ସିଂଙ୍କୁ ହଟାଯିବା ପରେ ସିଦ୍ଧୁ ନିଜକୁ ମୁଖ୍ୟ ମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରିଥିଲେ, କିନ୍ତୁ ଦଳର ହାଇ କମାଣ୍ଡ୍‌ ସେହି ପଦ ପାଇଁ ଚନ୍ନିଙ୍କୁ ବାଛିଥିଲେ । ସିଦ୍ଧୁ ସୁଖଜିନ୍ଦର ରଣଧାୱାଙ୍କୁ ମୁଖ୍ୟ ମନ୍ତ୍ରୀ ହେବାରୁ ରୋକିବାରେ ସଫଳ ହୋଇଥିଲେ, କିନ୍ତୁ ତାଙ୍କୁ ଚନ୍ନିଙ୍କୁ ସି.ଏମ୍. ଭାବରେ ଗ୍ରହଣ କରିବାକୁ ପଡି଼ଥିଲା । ଏବେ କୁହାଯାଉଛି ଯେ ୨୦୨୨ ବିଧାନ ସଭା ନିର୍ବାଚନରେ ​​ସିଦ୍ଧୁ ଦଳର ମୁଖ୍ୟ ମନ୍ତ୍ରୀ ଚେହେରା ହେବେ ବୋଲି ଆଶା କରୁଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋର୍ ବରକେ ମାରିଛନ୍ମୋ ନ୍ୟାୟ ଦରକାର, ଟଙ୍କା ନୁହେଁ’’

ଏକ ପାର୍ଟି ସୂତ୍ରରୁ ଜଣାପଡିଛି ଯେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ସମାରୋହରେ ସିଦ୍ଧୁ ଭାଗ ନେଇଥିବାରୁ କ୍ୟାପଟେନ୍‌ ଅମରିନ୍ଦର ସିଂ ତାଙ୍କୁ ‘‘ଦେଶ ବିରୋଧୀ’’ ବୋଲି କହିବା ପରେ କଂଗ୍ରେସ ହାଇ କମାଣ୍ଡ ସିଦ୍ଧୁଙ୍କୁ ଜୋରଦାର୍‌ ଢଙ୍ଗରେ ସମର୍ଥନ ନ କରିଥିବାରୁ ବି ସିଦ୍ଧୁ ଖୁବ୍‌ ଅସନ୍ତୁଷ୍ଟ ଥିଲେ । କଂଗ୍ରେସ ନେତାମାନେ ଏହାକୁ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଦ୍ୱାରା ଏକ ‘‘ଭାବପ୍ରବଣ ଆକ୍ରମଣ’’ ବୋଲି କହିଥିଲେ ।
Published by: Anand S.T. Das
First published: September 28, 2021, 7:03 PM IST