News18 Odia Digital
ଆପଣ କେବେ ଚିନ୍ତା କରିଛନ୍ତି କି ନବ ବିବାହିତ ସ୍ୱାମୀ ଓ ସ୍ତ୍ରୀଙ୍କୁ ପ୍ରଥମ ରାତିରେ ଅର୍ଥାତ୍ ହନିମୁନ୍ ଦିନରେ କ୍ଷୀର ଖାଇବାକୁ ଦିଆଯାଏ। ଅଧିକାଂଶ ଦମ୍ପତ୍ତି ବିବାହ ପରେ ଏହି ରୀତିନୀତି କରନ୍ତି। ଏହା ପଛରେ ଅନେକ ପ୍ରକାରର ତର୍କକୁ ରହିଛି। କିଛି ଲୋକ ଏହା କୁହନ୍ତି ଯେ ଏହା ଯୌନ ଶକ୍ତି ବଢ଼ାଇଥାଏ, ଅନେକ ଲୋକ ବିଶ୍ୱାସ କରନ୍ତି ଯେ ରାତିରେ ଭଲ ନିଦ ହେବା ପାଇଁ କ୍ଷୀର ଦିଆଯାଏ। ତେବେ ଏହା ପଛରେ ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବା। ଅନେକ ଚଳଚ୍ଚିତ୍ର, ଟିଭି ସିରିଏଲରେ ବରକୁ ଏକ ଗ୍ଲାସ୍ ସାଫ୍ରନ୍ କ୍ଷୀର ଦେବାର ରୀତିନୀତି ବାବଦରେ ଆପଣ ନିଶ୍ଚୟ ଦେଖିଥିବେ। କିମ୍ବା ଆପଣ ହୁଏତ ବ୍ୟକ୍ତିଗତ ଜୀବନରେ ମଧ୍ୟ ଏହା ଅନୁଭବ କରିଥିବେ, କିନ୍ତୁ ଏହି ରୀତିନୀତି ପାଳନ କରିବାର କାରଣ କ’ଣ?
ସ୍ପେସିଆଲ କ୍ଷୀରଜାଣନ୍ତୁ ଏହି କ୍ଷୀର କିପରି ତିଆରି ହୁଏ। ଏହା ସାଧାରଣ ଦୁଗ୍ଧ ନୁହେଁ। ଏଥିରେ କେଶର, ଚିନି, ହଳଦୀ, ଗୋଲ ମରିଚ ପାଉଡର, ବାଦାମ, ପାନ ମହୁରୀ ଓ ଅନ୍ୟାନ୍ୟ ଜିନିଷକୁ ବହୁତ ଫୁଟାଯାଏ ଓ ଏହା ଉଷୁମ ହେଲେ ବରକୁ ଦିଆଯାଏ।
ପିଇବା ପଛର କାରଣମିଡିଆ ରିପୋର୍ଟ ଅନୁଯାୟୀ, ଯେତେବେଳେ କ୍ଷୀର ଫୁଟାଯାଏ, ସେଥିରୁ କିଛି ଉପାଦାନ ବାହାରିଥାଏ ଯାହା ରୋମାନ୍ସ କରିବା ଇଚ୍ଛା ଶକ୍ତି ବୃଦ୍ଧି କରିଥାଏ। ଦୁଗ୍ଧ ପିଇବା ଦ୍ୱାରା ନର୍ଭସନେସ କମିଯାଏ ଓ ଉତ୍ସାହ ବଢିଥାଏ ବୋଲି ବିଶ୍ୱାସ କରାଯାଏ।
କ୍ଷୀରରେ କେଶର ମିଶାଇବାର କାରଣଦୁଗ୍ଧରେ ମିଶାଯାଇଥିବା କେଶର ଓ ବାଦାମର ସୁଗନ୍ଧ ହରମୋନକୁ ସକ୍ରିୟ କରିଥାଏ ଓ ବରର ମନୋବଳ ଦୃଢ଼ କରିଥାଏ ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ କ୍ଷୀରରେ ଗୋଲ ମରିଚ, ପାନ ମହୁରୀ ଓ ହଳଦୀ ମିଶା ଯାଇଥାଏ। ଏହି କାରଣରୁ, ଏହା ଏକ ଜୀବାଣୁ ବିରୋଧୀ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।