News18 Odia Digital
Why is water offered to the Sun in a copper vessel: ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ଦ୍ବାରା ଅନେକ ସମସ୍ୟା ଦୂର ହୋଇଥାଏ। ଅନେକ ଲୋକ ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ପୂଜା କରନ୍ତି। ହେଲେ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କଣ ପାଇଁ କରାଯାଏ ଓ ଜଳ ଦେବା ସମୟରେ ସେ ଜଳରେ କଣ ମିଶାଇ କେଉଁ ମନ୍ତ୍ର ଇଚ୍ଚାରଣ କରାଯାଏ।
ଆପଣମାନେ ସମସ୍ତେ ଜାଣିଥିବେ ଯେ ମଣିଷ ସକାଳୁ ଉଠିଲା ପରେ ପ୍ରଥମେ ସୂର୍ଯ୍ୟଙ୍କ ପୂଜା କରିଥାଏ ଓ ଏହା ଶାସ୍ତ୍ର ନିୟମରେ ମଧ୍ୟ ଲେଖାଯାଇଛି। ଶାସ୍ତ୍ର ବିଷୟଗୁଡିକୁ ପାଳନ କରିବା ଦ୍ଵାରା ଆମେ ଆମମାନଙ୍କ ଜୀବନରେ ଆର୍ଶୀବାଦ ପ୍ରାପ୍ତ କରିଥାଉ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟନାରାୟଣ ହେଉଛନ୍ତି ସକଳ ସୃଷ୍ଟିର ଆଧାର ଓ ପ୍ରତ୍ୟେକ ଅନୁଷ୍ଠାନ କରିବା ପୂର୍ବତୁ ସୂର୍ଯ୍ୟଙ୍କ ପୂଜା କରିବା ନିହାତି ଜରୁରୀ ହୋଇଥାଏ। ଦୈନନ୍ଦିକ ଜୀବନରେ ଆପଣ ଦିନ ସାରା ଯାହା ବି କାମ କରନ୍ତୁ , ମାତ୍ର ପ୍ରଥମ କାର୍ଯ୍ୟ ହେଉଛି ସୂର୍ଯ୍ୟଙ୍କ ପୂଜା କରିବା।
ଭବିଷ୍ୟ ପୂରାଣରେ କୁହାଯାଇଛି, ଯେ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ , ପୂଜା, ଜଳ ଅର୍ପଣ କରନ୍ତି ସେହିମାନେ ସମସ୍ତ ପ୍ରକାରର ବନ୍ଧନରୁ ମୁକ୍ତ ହୋଇ ମୋକ୍ଷ ଗତିକୁ ପ୍ରାପ୍ତ କରିଥାନ୍ତି।
ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ପଛରେ କଣ ରହିଛି କାରଣଶାସ୍ତ୍ର ନିୟମ ଅନୁସାରେ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ୍। କାରଣ ଅନ୍ୟ ପାତ୍ରରେ ଜଳ ଅର୍ପଣ କରିବା ଦ୍ଵାରା ଆମେ ଯେତେ ପୂଣ୍ୟ ପାଇଥାଉ ତମ୍ବା ପାତ୍ରରେ ଜଳ କରିବା ଦ୍ଵାରା ଶହେ ଗୁଣ ଅଧିକ ପୂଣ୍ୟ ପ୍ରାପ୍ତ କରିଥାଉ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ସେଥିରେ ରକ୍ତଚନ୍ଦନ, ଅକ୍ଷତ, ଶ୍ଵେତ ଚନ୍ଦନ, ରାଶି , ଗୁଡ, ସିନ୍ଦୂର ଏହି ସବୁ ମିଶେଇ ଆମେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ୍।
ଶାସ୍ତ୍ରରେ କୁହାଯିଛି ଯେ ଯେଉଁମାନେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଶ୍ବେତଚନ୍ଦନ ଓ ରକ୍ତଚନ୍ଦନ ଅର୍ପଣ କରନ୍ତି ସେ ସ୍ଵ-ପରିବାର ସହିତ ସ୍ଵର୍ଗ ପ୍ରାପ୍ତ କରିଥାନ୍ତି। ତେଣୁ ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଖାଲି ଜଳ ନୁହେଁ ବରଂ ସେଥିରେ ଫୁଲ ଚନ୍ଦନ ମିଶେଇ ଅର୍ପଣ କରନ୍ତୁ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଆପଣଙ୍କ ‘ଓମ୍ ଭୃ ସୂର୍ଯ୍ୟାହ ନମଃ ମନ୍ତ୍ର’କୁ ଉଚ୍ଚାରଣ କରି ଓ ମୁକ୍ତ ହସ୍ତରେ ଜଳ ଅର୍ପଣ କରିବାକୁ ଶାସ୍ତ୍ରରେ କୁହାଯାଏ।
ପଢ଼ନ୍ତୁ ଏହି ଖବର: Vastu Tips: ସିନ୍ଦୂର ଦୂର କରିବ ଆପଣଙ୍କ ବାସ୍ତୁ ଦୋଷ ଓ ଆର୍ଥିକ ସମସ୍ୟା; କରନ୍ତୁ ଏହି ଉପାୟଆପଣ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ସମୟରେ ଆପଣଙ୍କ ବୃଦ୍ଧା ଅଙ୍ଗୁଳିକୁ ତର୍ଜନୀ ଅଙ୍ଗୁଳି ଠାରୁ ଦୂରରେ ରଖିବେ ନ ହେଲେ ତାହା ରାକ୍ଷସ ଅଙ୍ଗୁଳି ହୋଇଥାଏ। ନଦୀ, ସମୁଦ୍ର ଆଦିରେ ଆପଣ ଅଧା ବସ୍ତ୍ରରେ ଜଳକୁ ଅର୍ପଣ କରିପାରିବେ ମାତ୍ର ସ୍ଥଳ ଭାଗରେ ଆପଣ ଅଧା ବସ୍ତ୍ରରେ ଜଳକୁ ଅର୍ପଣ କରିପାରିବେ ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।