New18 Odia Digital
People Worship Peepal Tree: ହିନ୍ଦୁ ଧର୍ମରେ କାହିଁକି ପୂଜା କରାଯାଏ ଓସ୍ତ ଗଛ। ଆସନ୍ତୁ ଜାଣିବା ହିନ୍ଦୁ ଧର୍ମରେ ଏହାର କଣ ରହିଛି କାରଣ। ଓସ୍ତ ଗଛକୁ ହିନ୍ଦୁ ଧର୍ମରେ ପବିତ୍ର ବୋଲି ମନା ଯାଇଥାଏ। ଓସ୍ତ ଗଛକୁ ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ପୂଜା କରାଯାଏ। କାରଣ ଶନିବାର ଦିନ ଓସ୍ତ ଗଛରେ ଅନେକ ଦେବାଦେବୀ ବାସ କରିଥାନ୍ତି।
ହିନ୍ଦୁ ଧର୍ମରେ କୁହାଯାଏ ଯେ ଅମଙ୍ଗଳ ଦୋଷ ଦୂର କରିବା ପାଇଁ ଓସ୍ତ ଗଛ ପୂଜା କରାଯାଇଥାଏ। ଖାଲି ଏତିକି ନୁହେଁ ଯେଉଁମାନଙ୍କର ଶନି ଦୋଷ ରହିଥାଏ ସେମାନେ ଓସ୍ତ ଗଛ ମୂଳେ ଦୀପ ଜାଳିଲେ ଶନି ଦୋଷ ଦୂର ହୋଇଥାଏ। କିନ୍ତୁ ଏହି ଗଛକୁ ପୂଜା କରିବା ପାଇଁ ଅନେକ ନୀତି ନିୟମ ରହିଛି। ନୀତି ନିୟମ ସହ ପୂଜା କଲେ ନିଶ୍ଚିତ ଶୁଭ ଫଳ ମିଳିଥାଏ।
ତେବେ ଆସନ୍ତୁ ଜାଣିବା ଓସ୍ତ ଗଛ ପୂଜା କାହିଁକି କରାଯାଏ....ମହତ୍ତ୍ବ ଏବଂ ଲାଭ-କୁହାଯାଏ ଯେ ଦେବତାମାନେ ଓସ୍ତ ଗଛରେ ରୁହନ୍ତି। ଭଗବାନ ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀ ଓସ୍ତ ଗଛରେ ରୁହନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଖାଲି ଦେବାତାମାନେ ନୁହଁନ୍ତି ଏଠାରେ ପିତୃ ପୁରୁଷମାନେ ମଧ୍ୟ ବାସ କରିଥାନ୍ତି। ସେଥିପାଇଁ ଓସ୍ତ ଗଛକୁ ପୂଜା କଲେ ପିତୃପୁରୁଷଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ।
ଓସ୍ତ ଗଛର ମୂଳରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ସେହିପରି ଗଛର ଶାଖାରେ ନାରାୟଣ ରହିଥାନ୍ତି, ପତ୍ରରେ ଭଗାବାନ ହରି ଏବଂ ଫଳରେ ସମସ୍ତ ଦେବତା ବାସ କରନ୍ତି। କୁହାଯାଏ ଯେ ଓସ୍ତ ଗଛ ହେଉଛି ଭଗବାନ ସାକ୍ଷାତ ଭଗାବାନ ବିଷ୍ଣୁଙ୍କ ରୂପ। ଯେଉଁଥିପାଇଁ ଅନେକ ମୁନି ଋଷି ଏହି ଗଛ ମୂଳେ ବସି ତପସ୍ୟା କରିଥାନ୍ତି।
ଓସ୍ତ ଗଛ ପୂଜା କରିବାର ଉପକାର-ପିତୃପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ, ପ୍ରତିଦିନ ଓସ୍ତ ଗଛର ମୂଳରେ ପାଣି ଦେବା ଅତ୍ୟନ୍ତ ଶୁଭ। ଏହା ସହିତ ଓସ୍ତ ଗଛ ଲଗାଇବା ମଧ୍ୟ ଅନେକ ଲାଭଦାୟକ। ପ୍ରତିଦିନ ଓସ୍ତ ଗଛକୁ ପୂଜା କଲେ ପିତୃଦୋଷରୁ ମୁକ୍ତି ମିଳାଥାଏ।
ପୁରାଣରେ କଣ ରହିଛି ମହତ୍ତ୍ବ-ସ୍କନ୍ଦ ପୁରାଣରେ ଓସ୍ତ ଗଛ ବିଷୟରେ ଉଲ୍ଲେଖ କରାଯାଇଛି। ଓସ୍ତ ଗଛକୁ ପୂଜା କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ? ଭଗବାନ ବିଷ୍ଣୁଙ୍କ ରୂପ ହେଉଛି ଓସ୍ତ ଗଛ। ଏହି ବୃକ୍ଷର ସେବା କଲେ ମନୁଷ୍ୟର ପାପ ସବୁ ଦୂର ହୋଇଯାଏ।
ପଢ଼ନ୍ତୁ ଏହି ଖବର: ହଠାତ ଧନ ପାଇଲେ ଜମା କରନ୍ତୁନି ଏହି ଭୁଲ; ନଚେତ୍ ହୋଇଯିବେ କାଙ୍ଗାଳଓସ୍ତ ଗଛ ଶୁଭ ଏବଂ ଲାଭଦାୟକ-
ଏହି ଗଛରେ ପିତୃପୁରୁଷ ରୁହନ୍ତି। ଏହି କାରଣରୁ ଓସ୍ତ ଗଛର ପୂଜା ଶୁଭ ଏବଂ ଲାଭଦାୟକ ବୋଲି ବିବେଚନା କରାଯାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।