ବ୍ରିଟେନବାସୀ ମାଂସ ଖାଇବା କମ କରିଦେଉଛନ୍ତି; ଗୋଟିଏ ଦିନରେ କେତେ ପରିମାଣର ମାଂସ ଖାଇବା ଉଚିତ

ବ୍ରିଟେନବାସୀ ଲଗାତର ଭାବେ ମାଂସ ସେବନରେ ରୋକ ଲଗେଇବାରେ ଲାଗିଛନ୍ତି। ଏଠାରେ ଗତ ଦଶକ ମଧ୍ୟରେ ମାଂସହାରୀଙ୍କ ସଂଖ୍ୟା ପ୍ରାୟ ୧୭ ପ୍ରତିଶତ ହ୍ରାସ ପାଇଛି।

ବ୍ରିଟେନବାସୀ ମାଂସ ଖାଇବା କମ କରିଦେଉଛନ୍ତି (ପ୍ରତୀକାତ୍ମକ ଛବି)

ବ୍ରିଟେନବାସୀ ମାଂସ ଖାଇବା କମ କରିଦେଉଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ହିନ୍ଦୁ ପରମ୍ପରାରେ ସାଧାରଣତଃ ଆମିଷ ଭୋଜନକୁ ବାରଣ କରାଯାଏ। ଏହାକୁ ତାମସିକ ଭୋଜନର ଏକ ବଡ଼ ଉତ୍ସ ବୋଲି ଗ୍ରହଣ କରାଯାଏ। କିନ୍ତୁ ପାଶ୍ଚାତ୍ୟଦେଶରେ ଆମିଷ ବିଶେଷ କରି ମାଂସକୁ ସୁସ୍ଥ ଶରୀରର ପାଇଁ ଉପଯୋଗୀ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନ ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସୁଛି। ବ୍ରିଟେନବାସୀ ଲଗାତର ଭାବେ ମାଂସ ସେବନରେ ରୋକ ଲଗେଇବାରେ ଲାଗିଛନ୍ତି। ଏଠାରେ ଗତ ଦଶକ ମଧ୍ୟରେ ମାଂସହାରୀଙ୍କ ସଂଖ୍ୟା ପ୍ରାୟ ୧୭ ପ୍ରତିଶତ ହ୍ରାସ ପାଇଛି। ଏହା ସହିତ ବ୍ରିଟିଶ ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ସୁସ୍ଥ ଓ ନିତ୍ୟ ବ୍ୟବହାର ଖାଦ୍ୟ ଉତ୍ପାଦନ ଲକ୍ଷ ହାସଲ ନେଇ ପ୍ରତି ବ୍ୟକ୍ତି ୩୦ ପ୍ରତିଶତ ପର୍ଯ୍ୟନ୍ତ ମାଂସ ଖାଇବାରେ ରୋକ ଦେବାର ଲକ୍ଷ ନିର୍ଦ୍ଧାରଣ କରିଛନ୍ତି।

ବ୍ରିଟିଶ ଖବର କାଗଜ ଦ ଗର୍ଜିୟନର ସୂଚନା ଆନୁଯାୟୀ ମାଂସ ଉତ୍ପାଦନ ନେଇ ତାପମାତ୍ରା ବୃଦ୍ଧି ପାଉଛି। ଖାଲି ଏତିକି ନୁହେଁ ରେଡ଼ ମିଟ ଓ ପ୍ରୋସେସ୍ଡ ମିଟ ଖାଇବା ଦ୍ୱାରା ଲୋକଙ୍କ ହୃଦୟ ସମ୍ବନ୍ଧିତ ରୋଗ, ଟାଇପ-୨ ଡାଇବିଟିସ ଓ କିଛି ସ୍ୱତନ୍ତ୍ର ଧରଣର କ୍ୟାନ୍ସର ପ୍ରତି ବିପଦ ବଢ଼ିବାର ଆଶଙ୍କା ରହିଛି। ଏହିସବୁ ରୋଗ କାରଣରୁ ବ୍ରିଟିଶ ସରକାର ନିକଟରେ ଇଂଲଣ୍ଡ ପାଇଁ ରାଷ୍ଟ୍ରୀୟ ଖାଦ୍ୟାନ୍ନ ରଣନୀତିର ଘୋଷଣା କରିଛି। ଏହି ରଣନୀତିରେ ଆଗାମୀ ଦଶକ ମଧ୍ୟରେ ମାଂସହାରୀଙ୍କ ସଂଖ୍ୟା ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାର ଉପଦେଶ ଦେଇଛି।

ଅକ୍ସଫୋର୍ଡ ୟୁନିଭର୍ସିଟିର ସ୍ୱାସ୍ଥ୍ୟ ବିଶେଷଜ୍ଞ କ୍ରିଷ୍ଟିନା ଷ୍ଟୁଆର୍ଟ ଓ ତାଙ୍କ ଟିମ ନ୍ଯାସନାଲ ଡାଏଟ ଆଣ୍ଡ ନ୍ୟୁଟ୍ରିସନ ସର୍ଭେ ଇଂଲଣ୍ଡର ମାଂସ ଖାଇବା ଅଭ୍ୟାସକୁ ନେଇ ଏକ ଅନୁସନ୍ଧାନ କରିଥିଲେ। ଏହି ବାର୍ଷିକ ସର୍ଭେରେ ଏକ ନିର୍ଦ୍ଦିଷ୍ଟ ଜନସଂଖ୍ୟାକୁ ନେଇ ୪ ଦିନ ଧରି ସେମାନଙ୍କ ଖାଦ୍ୟ ଅଭ୍ୟାସ ଉପରେ ପ୍ରଶ୍ନ କରାଯାଇଥିଲା। ଏହି ସର୍ଭେର ଫଳାଫଳ ଲାନସେଟ ପ୍ଲାନେଟାରୀ ହେଲଥ ପତ୍ରିକାରେ ପ୍ରକାଶ ପାଇଛ। ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ୨୦୦୮-୦୯ ତୁଳନାରେ ୨୦୧୮-୧୯ରେ ମାଂସହାରରେ ମୁଣ୍ଡପିଛା ହାରାହାରି ୧୭ ଗ୍ରାମ ହ୍ରାସ ପାଇଛି। ଅର୍ଥାତ୍ ୨୦୦-୦୯ରେ ବ୍ରିଟେନର ଜଣେ ବ୍ୟକ୍ତି ଦୈନିକ ହାରାହାରି ୧୦୩ ଗ୍ରାମ ମାଂସ ଖାଉଥିବା ବେଳେ ଏକ ଦଶନ୍ଧି ପରେ ପ୍ରତ୍ୟେକ ବ୍ୟକ୍ତି ହାରାହାରି ୮୬ ଗ୍ରାମ ମାଂସ ଖାଉଥିଲେ। ଏହାକୁ ଲକ୍ଷରେ ରଖିଲେ ଏହା ମାଂସହାର ପ୍ରାୟ ୧୭ ପ୍ରତିଶତ ହ୍ରାସ ପାଇଛି। ଏହି ସର୍ଭେରୁ ଜଣାପଡ଼ିଛି ଯେ ରେଡ଼ ମିଟ ଖାଇବା ୧୩.୭ ଗ୍ରାମ ହ୍ରାସ ପାଇଥିବା ବେଳେ ପ୍ରୋସେସ୍ଡ ମିଟ ଖାଇବାରେ ୭ ଗ୍ରାମ କମିଛି। ସେହିପରି ହ୍ୱାଇଟ ମିଟ ବ୍ୟବହାରରେ ହାରାହାରି ୩.୨ ଗ୍ରାମ ବୃଦ୍ଧି ପାଇଥିବା ଦେଖାଦେଇଛି।

ଷ୍ଟୁଆର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଦେଖୁଥିବା ଏହି ହ୍ରାସ ଏକ ଭଲ ସଙ୍କେତ, କିନ୍ତୁ ଆମେ ଟିକିଏ ଧୀରେ ଗତି କରୁଛୁ। ଯଦି ଆମେ ଏହି ହାରରେ ମାଂସ ଖାଇବା କମାଇବା, ତେବେ ଆମେ ଆମର ଡାଏଟ୍ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବା ନାହିଁ।ତାଙ୍କ କହିବା କଥା ଯେ ଏମିତିରେ ହ୍ୱାଇଟ ମିଟର ପରିବେଶ ଉପରେ ପ୍ରଭାବ ରେଡ୍ ମିଟ୍ ଅପେକ୍ଷା କମ୍। ଶାକାହାରୀ ଖାଦ୍ୟରୁ ପ୍ରୋଟିନ୍ ପାଇବା ପଦ୍ଧତି ପରିବେଶ ଉପରେ ସର୍ବନିମ୍ନ ପ୍ରତିକୂଳ ପ୍ରଭାବ ପକାଇଥାଏ। ଜନସ୍ୱାସ୍ଥ୍ୟ ସମ୍ବନ୍ଧରେ ଉନ୍ନତ ନୀତି ପ୍ରସ୍ତୁତ କରିବାରେ ଏହି ବିଶ୍ଳେଷଣ ସହାୟକ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଜୀବନଶୈଳୀ ସହିତ ଜଡିତ ରୋଗକୁ ଦୃଷ୍ଟିରେ ରଖି ଉଦ୍ଭିଦ ଜାତୀୟ ପ୍ରୋଟିନର ଉତ୍ସ ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି।
Published by:Soumya Das
First published: