କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକରେ ସିଏଏ ବିରୋଧରେ କାଇଁ ଦଙ୍ଗା ହେଉନି: ରବିଶଙ୍କର ପ୍ରସାଦ

କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଉପରେ ଆକ୍ରମଣ କରି କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକରେ ଏହାକୁ ନେଇ କାହିଁକି ଦଙ୍ଗା ହେଉନାହିଁ ବୋଲି ପଚାରିଛନ୍ତି ।

କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକରେ ସିଏଏ ବିରୋଧରେ କାଇଁ ଦଙ୍ଗା ହେଉନି: ରବିଶଙ୍କର ପ୍ରସାଦ
କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ
  • News18 Odia
  • Last Updated: January 3, 2020, 6:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କଂଗ୍ରେସ ଉପରେ ବଡ଼ ଆକ୍ରମଣ କରି ତା ଦ୍ବାରା ଶାସିତ ରାଜ୍ୟ ଗୁଡ଼ିକରେ କାହିଁକି ଦଙ୍ଗା ହେଉନି ବୋଲି ପ୍ରଶ୍ନ ପଚାରିଛନ୍ତି । କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକରେ କାହିଁକି ଦୁକାନ ଜଳାଯାଉନାହିଁ କିମ୍ବା ସାର୍ବଜନୀନ ସମ୍ପତ୍ତି ଜଳାଯାଉନାହିଁ ସେନେଇ କିଛି ଅନୁମାନ କରିପାରୁଛନ୍ତି କି ପ୍ରଶ୍ନ କରିବା ସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୂର୍ବରୁ ଏହି ବିଷୟ ଉଠାଇ ସାରିଥିବା କହିଥିଲେ ।

ଏକ ପ୍ରମୁଖ ହିନ୍ଦୀ ଟିଭି ଚ୍ୟାନେଲରେ ସମ୍ବିଧାନର ବହି ନେଇ ପହଞ୍ଚି ଆଇନମନ୍ତ୍ରୀ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସମ୍ବିଧା ପାଳନର ଶପଥ ନେଇଥାଏ । ସମ୍ବିଧାନରେ ସ୍ପଷ୍ଟ କରାଯାଇଛି ଯେ ସଂସଦ ଦ୍ବାରା ତିଆରି କରାଯାଇଥିବା ଆଇନ ପୁରା ଦେଶରେ ଲାଗୁ ହୋଇଥାଏ । ରାଜ୍ୟମାନେ ଏହାକୁ ମନା କରିପାରିବେ ନାହିଁ । ପରେ କେନ୍ଦ୍ରମନ୍ତ୍ରୀ ‘‘ ଆମେ ସମ୍ବିଧାନ ତିଆରି କରିନାହୁଁ, ଡ.ଭୀମରାଓ ଆମ୍ବେଦକର, ଜବାହରଲାଲ ନେହେରୁ, ଡ.ରାଜେନ୍ଦ୍ର ପ୍ରସାଦଙ୍କ ଭଳି ଲୋକେ ଏହାକୁ ଅନେକ ବିଚାର ବିମର୍ଶ ପରେ ତିଆରି କରିଥିଲେ’’ । ପରେ ପ୍ରସାଦ ନାଗରିକତା ସଂଶୋଧନ ଆଇନ କୌଣସି ଭାରତୀୟଙ୍କ ଉପରେ ଲାଗୁ ହେବନାହିଁ କିମ୍ବା କୌଣସି ଭାରତୀୟଙ୍କର ନାଗରିକତା ଏହାଦ୍ବାରା ଯିବନାହିଁ । ଯେଉଁମାନେ ନିଜର ଆସ୍ଥାକୁ ବଞ୍ଚାଇବା ପାଇଁ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନରୁ ପିଡ଼ା ପାଇ ଭାରତକୁ ପଳାଇ ଆସିଛନ୍ତି ସେମାନଙ୍କୁ ନାଗରିକତା ସଂଶୋଧନ ଆଇନ ସହାୟତା ଦେବ ।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କୁ ଚିଠି ଲେଖି ପଡୋଶୀ ଦେଶରୁ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନମାନଙକୁ ନାଗରିକାତ ଦେବା ପାଇଁ ଅନୁରୋଧ କରିଥିଲେ । ତାଙ୍‌କ ଛଡ଼ା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସଂସଦ ମଧ୍ୟରେ ଲାଲକୃଷ୍ଣ ଆଡଭାନୀଙ୍କୁ ଠିକ୍ ଏହି କଥା କହିଥିଲେ । ସେ କହିଥିଲେ କି କଂଗ୍ରେସ ଯଦି କୌଣସି କାମ କରିବ ତହା ଠିକ୍ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କଲେ ତାହା ଭୁଲ । ଏସବୁ କାମ କଂଗ୍ରେସ କରିବାବେଳେ କିଛି ହୋଇନଥାଏ କିନ୍ତୁ ବିଜେପି କଲେ ତା ଉପରେ ରାଜନୀତି କରି ସଡକ ଉପରକୁ ଆସିଥାନ୍ତି ।

 
First published: January 3, 2020, 6:35 PM IST
corona virus btn
corona virus btn
Loading