News 18 Odia Digital
ନୂଆଦିଲ୍ଲୀ: ତୁରନ୍ତ କନଫର୍ମ ଟ୍ରେନ୍ ଟିକେଟ୍ (train ticket) ପାଇବା ପାଇଁ ତତ୍କାଳ ଟିକେଟ୍ ବ୍ୟବସ୍ଥା ବ୍ୟବହୃତ ହୁଏ । ଟ୍ରେନ ଛାଡିବାର ଗୋଟିଏ ଦିନ ପୂର୍ବରୁ ତତ୍କାଳ ଟିକେଟ ବୁକ୍ କରାଯାଇଥାଏ। ଯଦି ଲୋକମାନେ ହଠାତ୍ କୌଣସି ସ୍ଥାନକୁ ଯିବା ଆବଶ୍ୟକ କରନ୍ତି, ତେବେ ସେମାନେ କେବଳ ତତ୍କାଳ ଟିକେଟ୍ ବୁକ୍ କରନ୍ତି । ଏହା ବି ହୋଇଥିବ କି ଆପଣ ମଧ୍ୟ ଅନେକ ଥର ଏହା କରିଥିବେ । ତତ୍କାଳ ଟିକେଟ ବୁକିଂ କରିବାବେଳେ, ଆପଣ କେବେ ଅନେକ ଥର ଦେଖିଥିବେ ଯେ କୌଣସି ଇଣ୍ଟରନେଟ କାଫେ କିମ୍ବା ଘରେ ଲାପଟପରୁ ତତ୍କାଳ ଟିକେଟ ବୁକିଂ କରିବାରେ ବହୁତ ଅସୁବିଧା ହୋଇଥାଏ । ଏଥିପାଇଁ ଆପଣଙ୍କୁ ସବୁକିଛି ତଥ୍ୟ ଆଗରୁ ପ୍ରସ୍ତୁତ କରିବାକୁ ପଡେ । ଏହା ସତ୍ତ୍ବେ ମଧ୍ଯ ତତ୍କାଳ ଟିକେଟ୍ ବହୁତ ଶୀଘ୍ର ବିକ୍ରି ହୋଇଯାଏ ଓ ଆପଣ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥାନ୍ତି।
ଆପଣ କେବେ ଭାବିଛନ୍ତି କି ଏହା କାହିଁକି ଘଟେ ? ଆଜି ଆମେ ଏହା ପଛରେ ଥିବା ଆକର୍ଷଣୀୟ କାରଣ କହିବୁ । ଏଠାରେ ପୁରା ଖେଳ କନେକ୍ଟିଭିଟିର । ମୁଖ୍ୟ କଥାକୁ ଆସିବା ପୂର୍ବରୁ ଭାରତର ସଂରକ୍ଷଣ ବ୍ୟବସ୍ଥା ବିଷୟରେ ଟିକିଏ ଜାଣିବା ଆବଶ୍ୟକ । ଭାରତୀୟ ରେଳ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ୪ ଟି ଜୋନରେ ବିଭକ୍ତ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା । ଏହି ଚାରୋଟି ସ୍ଥାନ ଅପ୍ଟିକାଲ୍ ଫାଇବର ମାଧ୍ୟମରେ ପରସ୍ପର ସହିତ ସଂଯୁକ୍ତ ହୋଇଛି । ଦେଶର ପ୍ରତ୍ୟେକ ରେଳ ଷ୍ଟେସନ ମଧ୍ୟ ଏହିପରି ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ । ଯଦି ଦିଲ୍ଲୀର କୌଣସି ଷ୍ଟେସନରେ ଟିକେଟ୍ ବୁକ୍ କରାଯାଏ, ତେବେ ଏହା କେବଳ ଦିଲ୍ଲୀ PRS ମାଧ୍ୟମରେ ହୋଇଥାଏ ।
ବର୍ତ୍ତମାନ ମୁଖ୍ୟ ବିଷୟକୁ ଆସିବାଏହି ଚାରୋଟି ସ୍ଥାନରେ ରେଳ ସର୍ଭର ଗୁଡ଼ିକ ସ୍ଥାପିତ ହୋଇଛି । କେବଳ ଏହି ସର୍ଭର ଗୁଡ଼ିକ ମାଧ୍ୟମରେ ଟିକେଟ୍ ଜେନେରେଟ ହୋଇଥାଏ । ବର୍ତ୍ତମାନ ଏଠାରେ କନେକ୍ଟିଭିଟି ଗୁରୁତ୍ୱପୂର୍ଣ୍ଣ । ଏହି ଚାରୋଟି ସର୍ଭର ଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇସାରିଛନ୍ତି । ଟିକେଟ୍ କାଉଣ୍ଟର ଆରମ୍ଭ କରି IRCTC ୱେବସାଇଟ୍ ଏବଂ ଅନ୍ୟାନ୍ୟ ସେବା ଏହି ସର୍ଭର ଗୁଡ଼ିକ ମାଧ୍ୟମରେ କାର୍ଯ୍ୟ କରୁଛି । ରେଳ ଷ୍ଟେସନର ଟିକେଟ୍ କାଉଣ୍ଟରରେ ଏହି ସର୍ଭର ସହିତ ସିଧାସଳଖ ସଂଯୋଗ ଅଛି । ଏହି ସଂଯୋଗ ମଝିରେ କୌଣସି ବାଧା ନାହିଁ । ଏହି କାଉଣ୍ଟର ଗୁଡ଼ିକ ସର୍ଭରର ପ୍ରାଥମିକତା ଉପରେ ଅଛି । ସେଥିପାଇଁ ଟିକେଟ୍ କାଉଣ୍ଟରରୁ ଖୁବ ଶୀଘ୍ର ଟିକେଟ୍ ବୁକ୍ କରାଯାଇଥାଏ ।
କାହିଁକି ଲାପଟପ୍-ମୋବାଇଲରେ ଶୀଘ୍ର ବୁକ୍ ହୋଇପାରେନି ନାହିଁ।IRCTC ୱେବସାଇଟ୍ ମଧ୍ୟ ଏହି ସର୍ଭର ସହିତ ସଂଯୁକ୍ତ କିନ୍ତୁ ଏହା ସିଧାସଳଖ ସଂଯୁକ୍ତ ନୁହେଁ । ସର୍ଭର ଏବଂ ସାଇଟ୍ ମଧ୍ୟରେ ଇଣ୍ଟରନେଟ୍ କ୍ଲାଇଣ୍ଟ, ୱେବ୍ ସର୍ଭର ଏବଂ ଫାୟାରୱାଲ୍ ଅଛି । ଭାରତୀୟ ରେଳବାଇର ୱେବସାଇଟ୍ ଏବଂ IRCTC ର ଇଣ୍ଟରନେଟ୍ ବୁକିଂ ସିଷ୍ଟମ୍ ଏହି ଫାୟାରୱାଲ ସହିତ ସଂଯୁକ୍ତ । ସେଥିପାଇଁ ଇଣ୍ଟରନେଟ୍ ମାଧ୍ୟମରେ ଟିକେଟ୍ ବୁକ୍ କରିବାକୁ ସମୟ ଲାଗେ ଏବଂ ସେତେବେଳକୁ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇ ଥାଏ । ଚାର୍ଟିଂ ସିଷ୍ଟମ୍ ଏବଂ ଅନୁସନ୍ଧାନ ମଧ୍ୟ ଏହି ସର୍ଭର ସହିତ ସିଧାସଳଖ ସଂଯୁକ୍ତ ।
ଏହି ଖବର ପଢ଼ନ୍ତୁ -
୭ହଜାର ଟଙ୍କାରେ କିଣାଯାଇଥିଲା ଏହି ଜିନିଷ: ୪୦ ଲକ୍ଷରୁ ଅଧିକ ମୂଲ୍ୟରେ ହେଲା ବିକ୍ରି !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।