ନୂଆ କୃଷି ବିଲ୍ ଚାଷୀମାନଙ୍କୁ କାହିଁକି ରଗାଇଲା ଓ ଅକାଳୀ ଦଳକୁ ସରକାର ଛାଡ଼ିବାକୁ ବାଧ୍ୟ କଲା?

ପଞ୍ଜାବରେ କୃଷକମାନେ କେନ୍ଦ୍ର ସରକାରଙ୍କ ଏହି ବିଲଗୁଡ଼ିକ ବିରୋଧରେ ଭୀଷଣ ଆନ୍ଦୋଳନ କରିଥିଲେ ଓ କହିଥିଲେ ଯେ ଏହି ନୂଆ ଆଇନଗୁଡ଼ିକ କୃଷି କ୍ଷେତ୍ରକୁ କର୍ପୋରେଟ୍ ସେକ୍ଟରର ଅଧୀନ କରିଦେବ ଓ କୃଷକଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇବ ।

ନୂଆ କୃଷି ବିଲ୍ ଚାଷୀମାନଙ୍କୁ କାହିଁକି ରଗାଇଲା ଓ ଅକାଳୀ ଦଳକୁ ସରକାର ଛାଡ଼ିବାକୁ ବାଧ୍ୟ କଲା?
ପଞ୍ଜାବର ପଟିଆଲାରେ କୃଷକମାନେ ଏକତ୍ର ହୋଇ ବିରୋଧ ମାର୍ଚ୍ଚ ବାହାର କରିଛନ୍ତି ।
  • News18 Odia
  • Last Updated: September 18, 2020, 4:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗୁରୁବାର ଦିନ ଶିରୋମଣି ଅକାଳୀ ଦଳ (SAD) ନେତା ତଥା କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲଙ୍କ (Harsimrat Kaur Badal) କ୍ୟାବିନେଟରୁ ଇସ୍ତଫା ଦେବା ସହିତ ଭାରତୀୟ ଜନତା ପାର୍ଟି ଓ SADର ମିଳିତ ମଞ୍ଚ ଏକ ସଙ୍କଟ ଭିତରକୁ ପ୍ରବେଶ କରିଛି । ନରେନ୍ଦ୍ର ମୋଦୀଙ୍କ ସରକାରରେ SADର ଏହି ଏକ ମାତ୍ର ମନ୍ତ୍ରୀ ଲୋକସଭାରେ ସ୍ୱର ଭୋଟରେ ପାରିତ ହୋଇଥିବା ତିନୋଟି କୃଷି ବିଲକୁ ବିରୋଧ କରି ଇସ୍ତଫା ଦେଇଛନ୍ତି ।

‘‘ମୁଁ କୃଷକ-ବିରୋଧୀ ଅଧ୍ୟାଦେଶ ଓ ଆଇନକୁ ବିରୋଧ କରି କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛି । କୃଷକମାନଙ୍କ ସହିତ ସେମାନଙ୍କ ଝିଅ ଓ ଭଉଣୀ ରୂପେ ଠିଆ ହୋଇଥିବାରୁ ମୁଁ ଗର୍ବିତ,’’ ଏକ ଟୁଇଟ୍‌ରେ କହିଥିଲେ କୌର୍‌ ।

ସେହି ବିଲଗୁଡ଼ିକ – କୃଷକ ଉତ୍ପାଦନ ବାଣିଜ୍ୟ (ଉନ୍ନତି ଓ ସୁବିଧା) ବିଲ୍, ୨୦୨୦ (Farmers' Produce Trade and Commerce (Promotion and Facilitation) Bill, 2020) ଏବଂ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତିନାମା ମୂଲ୍ୟ ନିର୍ଧାରଣ (Farmers (Empowerment and Protection) Agreement on Price Assurance) ଏବଂ କୃଷି ସେବା ବିଲ୍, ୨୦୨୦ (Farm Services Bill, 2020) ଗୁରୁବାର ଦିନ ଲୋକସଭାରେ ଭଏସ୍ ଭୋଟ୍ ଦେଇ ପାରିତ ହୋଇଛି । ଏହା ପୂର୍ବରୁ ମଙ୍ଗଳବାର ଦିନ ଗୃହ ଜରୁରୀ ସାମଗ୍ରୀ (ସଂଶୋଧନ) ବିଲ୍, ୨୦୨୦ (Essential Commodities (Amendment) Bill, 2020) ପାସ କରିଥିଲା ​​ଯାହା ଶସ୍ୟ, ଡାଲି ଏବଂ ପିଆଜ ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ଓ ଦାମକୁ ନିୟନ୍ତ୍ରଣ କରିବ ।

କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ (ଫାଇଲ୍ ଫଟୋ)


କାହିଁକି ଅକାଳୀ ଦଳ ଏହି ବିଲଗୁଡ଼ିକୁ ବିରୋଧ କରୁଛି?

ଅକାଳୀ ଦଳର ଭୋଟ୍ ବ୍ୟାଙ୍କର ସବୁ ଠାରୁ ବଡ ଅଂଶ ହେଉଛନ୍ତି କୃଷକମାନେ । ଅକାଳୀ ଦଳ ଏହାର ମୂଳ ଭୋଟର୍‌ ବେସକୁ ତ୍ୟାଗ କରିପାରିବ ନାହିଁ । ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଯେ ଏହା ଦଳ ପାଇଁ ବଞ୍ଚିରହିବାର ଏକ ପ୍ରଶ୍ନ, ଯାହା ୨୦୧୭ରେ ହାରିଯିବା ପୂର୍ବରୁ ୨୦୦୭ରୁ ଦୁଇ ଥର ପଞ୍ଜାବରେ କ୍ରମାଗତ ଭାବେ ଶାସନ ଉପଭୋଗ କରିଥିଲା । ୧୯୫୭ ପର ଠାରୁ କଂଗ୍ରେସ ପଞ୍ଜାବରେ ନିଜର ସବୁ ଠାରୁ ବଡ଼ ବିଜୟ ରେକର୍ଡ କରିଥିବା ବେଳେ SAD-ବିଜେପି ମିଳିତ ମଞ୍ଚ ମାତ୍ର ୧୫ ପ୍ରତିଶତ ଆସନ ଜିତିଥିଲା ।

ସବୁ ଠାରୁ ବଡ ଭୟ ଣ?

କୃଷକମାନେ ଭୟ କରୁଛନ୍ତି ଯେ ସେମାନେ ଆଉ ଏମଏସପି (MSP) ଅନୁସାରେ କୃଷି ପଦାର୍ଥର ଦାମ୍‌ ପାଇବେ ନାହିଁ । କମିଶନ ଏଜେଣ୍ଟମାନେ ନିଜ କମିଶନ ହରାଇବେ ବୋଲି ବି ଚିନ୍ତିତ ଅଛନ୍ତି । ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ଅନୁଯାୟୀ ପଞ୍ଜାବରେ ୧୨ ଲକ୍ଷରୁ ଅଧିକ ଚାଷୀ ପରିବାର ଓ ୨୮,୦୦୦ ପଞ୍ଜୀକୃତ କମିଶନ ଏଜେଣ୍ଟ ଅଛନ୍ତି । ରାଜ୍ୟ ଅର୍ଥନୀତିର ଏକ ବଡ଼ ଅଂଶ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ପରି କେନ୍ଦ୍ରୀୟ କ୍ରୟ ଏଜେନ୍ସି ଦ୍ୱାରା ଦିଆଯାଇଥିବା ପାଣ୍ଠି ଉପରେ ନିର୍ଭର କରେ।

ବର୍ତ୍ତମାନ ବିକ୍ଷୋଭକାରୀମାନେ ଭୟ କରୁଛନ୍ତି ଯେ ଏଫସିଆଇ ଆଉ ରାଜ୍ୟର କୃଷି ବଜାରରୁ (ମଣ୍ଡିରୁ) କ୍ରୟ କରିପାରିବ ନାହିଁ, ଯାହା ଦ୍ୱାରା ମଧ୍ୟସ୍ଥି / କମିଶନ ଏଜେଣ୍ଟ / ଅର୍ହତିଆଙ୍କୁ ସେମାନଙ୍କ ୨.୫ ପ୍ରତିଶତ କମିଶନ ହରେଇବାକୁ ହେବ । ରାଜ୍ୟ ନିଜେ କ୍ରୟ ଏଜେନ୍ସି ଉପରେ ଚାର୍ଜ କରୁଥିବା ୬ ପ୍ରତିଶତ କମିଶନ ବି ହରାଇବ ବୋଲି ସେମାନେ ଭୟ କରୁଛନ୍ତି ।

କାହିଁକି ଦଳମାନେ ଏହାକୁ ସହଯୋଗୀ ସଙ୍ଘୀୟ ବ୍ୟବସ୍ଥାର ବିରୋଧୀ ବୋଲି କହୁଛନ୍ତି?

ଯେହେତୁ କୃଷି ଓ ବଜାରଗୁଡିକ ରାଜ୍ୟ ବିଷୟ ଅଟେ – ସମ୍ବିଧାନର ଦ୍ୱିତୀୟ ତାଲିକାରେ ଯଥା କ୍ରମେ ୧୪ ଓ ୨୮ ବିଷୟ – ଏହି ବିଲଗୁଡ଼ିକ ରାଜ୍ୟଗୁଡ଼ିକର କାର୍ଯ୍ୟ ତଥା ସମ୍ବିଧାନରେ ଅନ୍ତର୍ଭୁକ୍ତ ସହଯୋଗୀ ସଙ୍ଘୀୟତାର (cooperative federalism enshrined in the Constitution) ଆତ୍ମା ​​ବିରୁଦ୍ଧରେ ପ୍ରତ୍ୟକ୍ଷ ଆକ୍ରମଣ ଭାବରେ ଦେଖାଯାଉଛି । କେନ୍ଦ୍ର କିନ୍ତୁ ଯୁକ୍ତି ଦର୍ଶାଇଛି ଯେ ଖାଦ୍ୟ ସାମଗ୍ରୀରେ କିଣାବିକା ଓ ବାଣିଜ୍ୟ ସମ୍ବିଧାନର ଏକକାଳୀନ ତାଲିକାର (concurrent list) ଏକ ଅଂଶ ହୋଇଥିବାରୁ ଏହି ଆଇନଗୁଡ଼ିକୁ ସାମ୍ବିଧାନିକ ଅଧିକାର ପ୍ରଦାନ କରୁଛି ।

ଏହି ବିଲଗୁଡ଼ିକ MSPକୁ ସମାପ୍ତ କରିଦେବ କି?

କୃଷକମାନଙ୍କ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ (ଉନ୍ନତି ଓ ସୁବିଧା) ଅଧ୍ୟାଦେଶ (Farmers' Produce Trade and Commerce (Promotion and Facilitation) Ordinance) କୃଷକମାନଙ୍କ ପାଇଁ ବିଜ୍ଞପ୍ତିତ କୃଷି ଉତ୍ପାଦନ ବଜାର କମିଟି (APMC) ମଣ୍ଡି ବାହାରେ କୃଷି ବିକ୍ରୟ ଓ ମାର୍କେଟିଂ କାରବାର ଖୋଲିବାକୁ ଲକ୍ଷ୍ୟ ରଖିଛି । ଏହା ଆନ୍ତଃରାଜ୍ୟ ବାଣିଜ୍ୟରେ ଥିବା ପ୍ରତିବନ୍ଧକକୁ ହଟାଇ ଇଲେକ୍ଟ୍ରୋନିକ୍ ବାଣିଜ୍ୟ ପାଇଁ ଏକ ଢାଞ୍ଚା ପ୍ରଦାନ କରୁଛି । କୃଷି ଉତ୍ପାଦ ଉପରେ ରାଜ୍ୟ ସରକାରଙ୍କୁ APMC ବଜାର ବାହାରେ ବାଣିଜ୍ୟ ପାଇଁ ବଜାର ଶୁଳ୍କ, ସେସ୍ କିମ୍ବା ଅନ୍ୟ ଶୁଳ୍କ ସଂଗ୍ରହ କରିବାରୁ ବି ଏହି ଅଧ୍ୟାଦେଶ ବାରଣ କରିଛି ।

PRS ଲେଜିସଲେଟିଭ୍‌ ସଂସ୍ଥା ଅନୁଯାୟୀ କୃଷକମାନଙ୍କ ଉତ୍ପାଦର ପ୍ରଭାବଶାଳୀ ମୂଲ୍ୟ ଆବିଷ୍କାର ପାଇଁ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଏକ ନ୍ୟାୟଯୁକ୍ତ ବାଣିଜ୍ୟ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏପିଏମସି (APMC) ଗଠନ କରାଯାଇଥିଲା । ଏପିଏମସିଗୁଡିକ କ୍ରେତା, କମିଶନ ଏଜେଣ୍ଟ ଓ ଘରୋଇ ବଜାରକୁ ଲାଇସେନ୍ସ ପ୍ରଦାନ କରି କୃଷକଙ୍କ ଉତ୍ପାଦର ବାଣିଜ୍ୟକୁ ନିୟନ୍ତ୍ରଣ କରିପାରୁଥିଲେ; ଏହି ପରି ବାଣିଜ୍ୟ ଉପରେ ବଜାର ଶୁଳ୍କ କିମ୍ବା ଅନ୍ୟ କୌଣସି ଶୁଳ୍କ ଆଦାୟ କରୁଥିଲେ ଓ ବାଣିଜ୍ୟକୁ ସୁଗମ କରିବା ପାଇଁ ସେମାନଙ୍କ ବଜାର ମଧ୍ୟରେ ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରୁଥିଲେ ।

ଏହି ନୂଆ କୃଷି ଆଇନଗୁଡ଼ିକର ସମାଲୋଚକମାନେ APMCର ଏକଚାଟିଆ ବିଲୋପକୁ ସର୍ବନିମ୍ନ ସହାୟତା ମୂଲ୍ୟରେ (MSP) ଖାଦ୍ୟ ଶସ୍ୟର ସୁନିଶ୍ଚିତ କ୍ରୟ ସମାପ୍ତ ହୋଇଯିବାର ସଙ୍କେତ ଦେଖୁଛନ୍ତି । କେନ୍ଦ୍ର ସରକାରର ‘ଗୋଟିଏ ରାଷ୍ଟ୍ର, ଗୋଟିଏ ବଜାର’ ଡାକରା ପରେ ସମାଲୋଚକମାନେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ଏମଏସପି’ ଦାବି କରିଛନ୍ତି । ସମାଲୋଚକମାନେ ଏହା ମଧ୍ୟ ଯୁକ୍ତି କରିଛନ୍ତି ଯେ APMC ପରି ବ୍ୟବସ୍ଥାକୁ ନଷ୍ଟ ନ କରି ସରକାର ଅଧିକ ସଂଖ୍ୟକ କୃଷକ ସେମାନଙ୍କ ଉତ୍ପାଦନ ପାଇଁ ଏମଏସପି ପାଆନ୍ତୁ ବୋଲି ସୁନିଶ୍ଚିତ କରିବା ଓ ଏପିଏମସିରେ ଥିବା ଅସୁବିଧାଗୁଡ଼ିକୁ ସୁଧାରିବା ଉଚିତ ।

ଏହା ବି ପଢ଼ନ୍ତୁ | ମାଛ ବଦଳରେ କଇଁଛ ପାଟିରେ ଲାଗିଲା ବନଶୀ କଣ୍ଟା; ଦେଢ଼ ଘଣ୍ଟାର ଅପରେସନ ପରେ ବଞ୍ଚିଲା କଇଁଛ

ଏହା ବି ପଢ଼ନ୍ତୁ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

କଣ୍ଟ୍ରାକ୍ଟ ଫାର୍ମିଂ ବିଷୟରେ ଏହି ବିଲଗୁଡ଼ିକ ହୁଛନ୍ତି?

ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅର୍ଡିନାନ୍ସର କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା Farmers (Empowerment and Protection) ଓ ଫାର୍ମ ସର୍ଭିସେଜ୍‌ ଅର୍ଡ଼ିନାନ୍ସ ଚୁକ୍ତିଭିତ୍ତିକ ଚାଷ (contract farming) ସହିତ ଜଡିତ, କୃଷିଜାତ ଦ୍ରବ୍ୟ ବିକ୍ରୟ ଏବଂ କ୍ରୟ ପାଇଁ ବାଣିଜ୍ୟ ଚୁକ୍ତିନାମା ଉପରେ ଏକ ଢାଞ୍ଚା ପ୍ରଦାନ କରେ । ନୂଆ ଆଇନରେ ଧାର୍ଯ୍ୟ ହୋଇଥିବା ପାରସ୍ପରିକ ସହମତି ପ୍ରାପ୍ତ ମୂଲ୍ୟ ଢାଞ୍ଚାକୁ କୃଷକମାନଙ୍କ ପାଇଁ ସୁରକ୍ଷା ଓ ସଶକ୍ତିକରଣ ଭାବରେ ବିବେଚନା କରାଯାଉଛି ।



କୌଣସି ଚାଷ ଜମିର ଉତ୍ପାଦନ ପୂର୍ବରୁ ହେଉଥିବା ଲିଖିତ କୃଷି ଚୁକ୍ତିରେ ଯୋଗାଣ, ଗୁଣବତ୍ତା, ଗ୍ରେଡ୍, ମାନକ ଓ ଚାଷ ଜମି ଉତ୍ପାଦନ ଓ ସେବାଗୁଡିକର ମୂଲ୍ୟ ତାଲିକାଭୁକ୍ତ ହୋଇଛି । ଏ ସବୁ କ୍ରୟ ପାଇଁ ଦିଆଯିବାକୁ ଥିବା ମୂଲ୍ୟ ଚୁକ୍ତିରେ ଉଲ୍ଲେଖ କରାଯିବ ।
Published by: Anand Shankar Thankur Das
First published: September 18, 2020, 4:49 PM IST
corona virus btn
corona virus btn
Loading