ମହାରାଷ୍ଟ୍ର ରାଜନୈତିକ ସଙ୍କଟ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Mumbai
News 18 Odia Digital
ନୂଆ ଦିଲ୍ଲୀ : ଶିବସେନାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିର୍ବାଚନ ଆୟୋଗ ଉଭୟ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କୁ ଶିବସେନାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଡକ୍ୟୁମେଣ୍ଟାରୀ ପ୍ରମାଣ ଦାଖଲ କରିବାକୁ କହିଛନ୍ତି।
ଅଗଷ୍ଟ ୮ରେ ଅପରାହ୍ନ ୧ଟା ସୁଦ୍ଧା ଉଭୟ ଗୋଷ୍ଠୀକୁ ଉତ୍ତର ଦାଖଲ କରିବାକୁ କୁହାଯାଇଛି। ଯାହା ପରେ ଶିବସେନାର ଉଭୟ ଦଳ ମଧ୍ୟରେ ହୋଇଥିବା ଦାବି ଓ ବିବାଦ ସମ୍ପର୍କରେ ନିର୍ବାଚନ ଆୟୋଗ ଶୁଣାଣି କରିବେ।
ଗତ ମାସରେ ସିନ୍ଦେ ଓ ପ୍ରାୟ ୪୦ ଜଣ ବିଧାୟକ ବିଦ୍ରୋହ କରି ବିଜେପିର ସମର୍ଥନରେ ଏକ ନୂଆ ସରକାର ଗଠନ କରିଥିଲେ । ପରେ "ପ୍ରକୃତ ଶିବସେନା" ଦଳ କାହାର ନେଇ ହୋଇଥିବା ବିବାଦକୁ ଉଭୟ ପକ୍ଷରୁ ଲିଖିତ ବିବୃତ୍ତି ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିଲେ । ନୂଆ ସରକାରରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।