- News18 Odia
- Last Updated :
- Odisha (Orissa), India
News18 Odia Digital
WHO on New Pandemic: ସତର୍କ ରୁହନ୍ତୁ। ଆସୁଛି ଆଉ ଏକ ମହାମାରୀ। ସଜାଗ ରହିବାକୁ ଚେତାବନୀ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO)। ଏହି ମହାମାରୀ (Pandemic) କୋଭିଡ-୧୯ ଠୁ ବି ହୋଇପାରେ ଆହୁରି ମାରାତ୍ମକ।
ଏ ନେଇ ସୂଚନା ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର (WHO) ମୁଖ୍ୟ ଟେଡରସ ଘେବ୍ରେୟେସସ୍। ସେ କହିଛନ୍ତି ଯେ କୋଭିଡ ବିଶ୍ବର ଶେଷ ମହାମାରୀ ନୁହେଁ ଏହା ପରେ ମଧ୍ୟ ଭୟଙ୍କର ମହାମାରୀ ଆସିବାର ଆଶଙ୍କା ରହିଛି। ଏ ନେଇ ଆମକୁ ଆଗରୁ ସତର୍କ ରହିବାକୁ ହେବ। ୭୬ତମ ବିଶ୍ବ ସ୍ବାସ୍ଥ୍ୟ ସଭାରେ WHOର ମୁଖ୍ୟ ଏହାର ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି।
ପଢ଼ନ୍ତୁ ଏହି ଖବର: Oils in Navel: ନାଭିରେ ଲଗାନ୍ତୁ ତେଲ! ଫାଇଦା ଦେଖି ହେବେ ଆଶ୍ଚର୍ଯ୍ୟସେ କହିଛନ୍ତି ଯେ ପରବର୍ତ୍ତୀ ମହାମାରୀ ଆସିଲେ ଆମକୁ ଉଚିତ୍ ଜବାବ୍ ଦେବା ପଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର (WHO) ରିପୋର୍ଟ ଅନୁଯାୟୀ ବିଶ୍ବରେ କୋଭିଡ ମହାମାରୀରେ ୨ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ କୋଭିଡକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିଲେ ମଧ୍ୟ ଆମକୁ ଆଗକୁ ସଜାଗ ରହିବାକୁ ହେବ। ଆଗାମୀ ଦିନରେ ମହାମାରୀ କରୋନାଠୁ ବି ଆହୁରୀ ଭୟଙ୍କର ପରିସ୍ଥିତି ଆସିପାରେ ବୋଲି ସେ କହିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।