News18 Odia Digital
Atiq Ahmed Death Case: ମାଫିଆ ଜମି ନେଇଗଲେ, ସ୍ୱାମୀଙ୍କ ମୃତଦେହ ମଧ୍ଯ ଦେଖିପାରିଲେନି । ଶେଷକୁ ପୁଅକୁ ଗୁଳି କରି ହତ୍ଯା କରାଗଲା । ଏସବୁ ସତ୍ତ୍ୱେ ବି ପଛକୁ ହଟିନଥିଲେ ସେ । ଗତକାଲି ଆତିକଙ୍କ ହତ୍ଯା ପରେ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତରପ୍ରଦେଶର ମହିଳା ଜୟଶ୍ରୀ କୁଶବାହ ଓରଫ ସୁରଜକଲି ।
ମାଫିଆ ଆତିକ ଓ ତାଙ୍କ ଭାଇଙ୍କ ହତ୍ଯା ପରେ ଧିରେ ଧିରେ ମୁହଁ ଖୋଲୁଛନ୍ତି ଅତ୍ଯାଚାରର ଶିକାର ହୋଇଥିବା ଲୋକ । ଏହି ସମୟରେ ଜଣେ ମହିଳା ସାମ୍ନାକୁ ଆସିଛନ୍ତି, ଯାହାଙ୍କ ଜମି ଜାଗାକୁ ଆତିକ ଓ ତାଙ୍କ ଗୁଣ୍ଡାମାନେ ଅକ୍ତିଆର କରିନେଇଥିଲେ । ଏହି ମହିଳା ଜଣଙ୍କ ହେଉଛନ୍ତି ସୁରଜକଲି, ଯିଏ ଆତିକଙ୍କ ଶୋଷଣ ଓ ଅତ୍ଯାଚାର ବିଷୟରେ ଖୁଲାସା କରିଛନ୍ତି, ଯାହାକୁ ଶୁଣିଲେ ଆପଣଙ୍କ ଲୋମ ମଧ୍ଯ ଟାଙ୍କୁରି ଯିବ ।
ATIQ AHMED DEATH CASE: ପୋଲିସ ହାତରେ ଲାଗିଲା ବଡ଼ ସୁରାକ; ତଦନ୍ତ ଜାରିସୁରଜକଲି ହେଉଛନ୍ତି, ସେହି ମହିଳା ଯିଏ ମାଫିଆ ଡନ ଆତିକଙ୍କ ଆଗରେ ହାର ମାନ ନଥିଲେ । ଦୀର୍ଘ ୩୫ ବର୍ଷ କାଳ ତାଙ୍କ ବିରୋଧରେ ନ୍ଯାୟିକ ଲଢେଇ ଲଢୁଥିଲେ । ସୁରଜକଲିଙ୍କ ଜମିକୁ ହଡ଼ପ କରିବା ପାଇଁ ତାଙ୍କ ସ୍ୱାମୀଙ୍କୁ ଆତିକ ଓ ତାଙ୍କ ଲୋକମାନେ ଗାଏବ କରିନେଇଥିଲେ । ପୋଲିସରେ ଅଭିଯୋଗ କରିବା ପରେ ମଧ୍ଯ ତାଙ୍କୁ ଖୁଲମଖୁଲା ଧମକ ମିଳୁଥିଲା । କିଛି ବର୍ଷ ପୂର୍ବେ ତାଙ୍କ ପୁଅକୁ ମଧ୍ଯ ସର୍ବସମ୍ମୁଖରେ ଗୁଳିକରି ହତ୍ଯା କରାଯାଇଥିଲା । ଏହା ପରେ ଆତିକଙ୍କ ଅତ୍ଯାଚାରର ଶିକାର ହୋଇଥିଲେ ସୁରଜକଲି । କିନ୍ତୁ ପଛକୁ ହଟିନଥିଲେ । ଆତିକଙ୍କ ପୂର୍ବରୁ ଯେତେବେଳେ ଅସଦଙ୍କୁ ଏନକାଉଣ୍ଟର କରାଗଲା ସେତେବେଳେ ସାମ୍ନାକୁ ଆସିଥିଲେ ସୁରଜକଲି । କହିଥିଲେ ଗୋଟେ ଦିନ ଆସିବ ଯେବେ ମାଫିଆରାଜ ଶେଷ ହୋଇଯିବ ।ସ
ସୁରଜକଲିଙ୍କ ଜମି ଉପରେ ଆତିକଙ୍କ ପରିବାର ନଜର ଥିଲା । ସୁରଜକଲି ଇଲାବାରେ ଇଣ୍ଡିଆନ ଓଏଲ ଡିପୋ ଆଗରେ ଘର କରି ରହୁଥିଲେ । ଝଲବାଠୁ ନେଇ ନିରାତୁଲ ପର୍ଯ୍ଯନ୍ତ ୧୨ ଏକର ଜମି ତାଙ୍କ ସ୍ୱାମୀ ବ୍ରଜମୋହନ କୁଶବାହଙ୍କ ନାମରେ ଥିଲା । ୧୯୮୯ରେ ଗୋଟିଏ ଦିନ ସୁରଜକଲିଙ୍କ ସ୍ୱାମୀ ଗାୟଗ ହୋଇଗଲେ । ବହୁତ ଖୋଜାଖୋଜି ପରେ ମଧ୍ଯ ତାଙ୍କର ସୁରାକ ମିଳିନଥିଲା । ସେତେବେଳେ ଆତିକଙ୍କ ଉପରେ ପ୍ରଥମେ ସନ୍ଦେହ କରିଥିଲେ ସୁରଜକଲି ।
ATIQ AHMED DEATH CASE: ଜୟ ଶ୍ରୀରାମ ନାରାରେ କମ୍ପିଲା ଅଞ୍ଚଳ, ମିଠା ବାଣ୍ଟିଲେ ବିଜେପି କର୍ମୀସ୍ୱାମୀ ଗାୟବ ହେବା ପରେ ଧୁମନଗଞ୍ଜ ଥାନାରେ ପହଞ୍ଚିଥିଲେ ସୁରଜକଲି । ମାତ୍ର ପୋଲିସ ତାଙ୍କୁ ସାହାଯ୍ୟ କରିନଥିଲା । ସେତେବେଳେ ଆତିକ ବିଧାୟକ ହୋଇସାରିଥିଲେ । ପୋଲିସ ତାଙ୍କ କଥାରେ ଉଠବସ ହେଉଥିଲା । ତମ ସ୍ୱାମୀ ଆଉ ନାହାନ୍ତି ବୋଲି ଆତିକ ସୁରଜକଲିଙ୍କୁ କହିଥିଲେ । ମୁଁ ତମ ପରିବାରର ଦେଖାଶୁଣା କରିବି । ବାସ ସବୁ ଜମି ବାବାଦରେ ଏବେ ଭୁଲି ଯାଆ । କିନ୍ତୁ ସୁରଜକଲି ନମାନିବାରୁ ଆତିକ ତାଙ୍କୁ ଧମକ ଦେଉଥିଲେ । ନ୍ଯାୟିକ ଲଢେଇ କରୁଥିବାରୁ ଗୋଟିଏ ଦିନ ଏପରି ଆସିଲା ଯେବେ ଆତିକଙ୍କ ନାମରେ ପୋଲିସ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲା । ଏହା ପରେ ଆତିକ ଓ ତାଙ୍କ ଭାଇ ଅସରଫ ଗାଡିରେ ଆସି ସୁରଜକଲିଙ୍କ ଉପରେ ଗୁଳି ଚଳାଇଥିଲେ । ଯାହାକ ଦାଗ ଏବେ ପର୍ଯ୍ଯନ୍ତ ମଧ୍ଯ ତାଙ୍କ ପିିଠିରେ ରହିଛି । ତଥାପି ସେ ନିଜ ହକ ପାଇଁ ଲଢେଇ ବନ୍ଦ କରିଦେଇନଥିଲେ ।
ବର୍ତ୍ତମାନ ଆତିକ ଓ ତାଙ୍କ ଭାଇଙ୍କ ହତ୍ଯା ଖବର ଆସିବା ପରେ ସୁରଜକଲିଙ୍କ ଭଳି ଅନେକ ଲୋକ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।