News18 Odia Digital
ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶର ମାଫିଆ ଅତିକ ଅହମଦ୍ (Atiq Ahmad) ହତ୍ୟାକାଣ୍ଡ ପରେ ଫେରାର ଥିବା ଗ୍ୟାଙ୍ଗଷ୍ଟର୍ ଗୁଡ୍ଡୁ ମୁସଲିମ୍ (Guddu Muslim)କୁ ନେଇ ବଡ଼ ଖବର । ଜଣା ପଡ଼ିଗଲା କେଉଁଠି ଲୁଚିଥିଲା ଏହି କୁଖ୍ୟାତ ଗୁଣ୍ଡା । ଭାଇରାଲ ହେଉଛି ଭିଡିଓ । ଏପ୍ରିଲ ୧୫ରେ ଅତିକ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ଅତିକ ଓ ଭାଇ ଅଶରଫ୍ଙ୍କୁ ଧରି ହସ୍ପିଟାଲରୁ ଜିପ୍କୁ ନେଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ହଠାତ ପୋଲିସ କର୍ଡନ ଭିତରକୁ ପଶି ଦୁଇ ଭାଇଙ୍କୁ ଅତି ନିକଟରୁ ଗୁଳି ମାରି ହତ୍ୟା କରିଥିଲେ ।
ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ଅତିକ ଅହମଦ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲା । ଅତିକ ଗୁଡ୍ଡୁ ମୁସଲିମର ନାଁ ନେଇ କିଛି କହିବା ପାଇଁ ଚାହୁଁଥିଲା । ହେଲେ ତା ପୂର୍ବରୁ ହିଁ ମୁଣ୍ଡକୁ ଗୁଳି କରିଦେଲେ ଦୁର୍ବୃତ୍ତ । ସେଇଠୁ ଆରମ୍ଭ ହୋଇଥିଲା ଗୁଡ୍ଡୁ ମୁସଲିମ୍ ନାଁରେ ଚର୍ଚ୍ଚା । ଜଣା ପଡ଼ିଥିଲା ଅତିକ ଅହମଦ୍ ବିରୋଧୀ ଗ୍ୟାଙ୍ଗ ଥିଲା ଗୁଡ୍ଡୁ ମୁସ୍ଲିମର ଗ୍ୟାଙ୍ଗ, ଯିଏ କି ଅତିକକୁ ସଫା କରିବା ପାଇଁ ବେଶ୍ କିଛି ମାସ ଧରି ଯୋଜନା ଚଳାଇଥିଲା ।
ଗୁଡ୍ଡୁ ମୁସଲିମ୍ର ଓଡ଼ିଶା ଲିଙ୍କଅତିକ ଅହମଦ ହତ୍ୟାକାଣ୍ଡ ପରଠାରୁ ଗୁଡ୍ଡୁ ମୁସଲିମକୁ ଖୋଜୁଛି ପୋଲିସ । କିନ୍ତୁ ତାର୍ କୌଣସି ପତ୍ତା ମିଳି ପାରିନାହିଁ । ଏସବୁ ଭିତରେ ଗୁଡ୍ଡୁ ମୁସ୍ଲିମ ଓଡ଼ିଶାରେ ଲୁଚିଥିବାର ଠୋସ୍ ପ୍ରମାଣ ସାମନାକୁ ଆସିଛି । ଗତ ୧୧ ଏପ୍ରିଲର ଏକ ସିସିଟିଭି ଭିଡିଓରେ ଗୁଡ୍ଡୁ ମୁସଲିମ ନଜର ଆସିଛି । ଏହି ଭିଡିଓଟି ବରଗଡ଼ ସୋହେଲା ଅଞ୍ଚଳର । ଏହି ଠାରେ ହିଁ ଗୁଡ୍ଡୁ ଲୁଚିଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା, ଆଉ ଏବେ ଏହାର ପ୍ରମାଣ ମିଳିଛି ।
କାହିଁକି ବରଗଡ଼ରେ ଲୁଚିଥିଲା ଗୁଡ୍ଡୁ ?ୟୁପିର ଏହି ଗ୍ୟାଙ୍ଗଷ୍ଟର ଓଡ଼ିଶାରେ କାହିଁକି ଲୁଚିଥିଲା ସେ କଥା ମଧ୍ୟ ସାମନାକୁ ଆସିଛି । ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ ରହୁଥିବା ଜଣେ ବ୍ୟାକ୍ତି ରାଜା ଖାନ୍ ସହ ଗୁଡ଼୍ଡୁ ମୁସଲିମର ନିବିଡ଼ ସମ୍ପର୍କ ରହିଛି । ରାଜା ଖାନ ସୋହେଲା ଅଞ୍ଚଳରେ ବହୁତ ବର୍ଷ ଧରି ରହି ଆସୁଛନ୍ତି । ରାଜା ଖାନ୍ ହିଁ ଓଡ଼ିଶାରେ ଗୁଡ୍ଡୁ ମୁସଲିମଙ୍କୁ ଆଶ୍ରୟ ଦେଇଥିଲେ କିମ୍ବା ରାଜାଙ୍କୁ ଭେଟିବା ପାଇଁ ଗୁଡ୍ଡୁ ବରଗଡ଼ର ସୋହେଲାକୁ ଆସିଥିବା କୁହାଯାଉଛି । ଏପ୍ରିଲ ୨ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଗୁଡ୍ଡୁ ବରଗଡ଼ର ସୋହେଲାରେ ଲୁଚିଥିବା କଥା ଜଣାପଡୁଛି ।
ଗୁଡ୍ଡ ସହ ବୁଲୁଛନ୍ତି ଅତିକ୍ର ସ୍ତ୍ରୀ !ବରଗଡ଼ ସୋହେଲାରେ ଗୁଡ୍ଡୁ ମୁସଲିମ ଲୁଚିଥିବା ଖବର ସାମାନାକୁ ଆସିବା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ମୃତ ଅତିକ ଅହମଦର ପତ୍ନୀ ଶାଇସ୍ତା ମଧ୍ୟ ଓଡ଼ିଶା ଆସିଥିବା ନେଇ ଚର୍ଚ୍ଚା ହେଉଛି । କାରଣ ଶାଇସ୍ତା ଗୁଡ୍ଡୁ ମୁସ୍ଲିମ ସହ ପାଖେ ପାଖେ ରହୁଥିବା ନେଇ ୟୁପି ପୋଲିସ ପାଖରେ ଖବର ରହିଛି । ଏପରିକି ୟୁପି ପୋଲିସ ଶାଇସ୍ତାକୁ ଟ୍ରାକ୍ କଲେ ଗୁଡ୍ଡୁକୁ ଧରିବା ସହଜ ହୋଇଯିବା ବୋଲି ଆଶା ରଖିଛି । ତେବେ ହତ୍ୟାର ୩ ସପ୍ତାହ ପରେ ପୋଲିସର ହାତ ଏକପ୍ରକାର ଖାଲି । ଗୁଡ୍ଡୁ ଓ ଶାଇସ୍ତା କେଉଁଠି ଅଛନ୍ତି ଟେର୍ ପାଉନି ପୋଲିସ ।
ପଢ଼ନ୍ତୁ ପୂରା ଖବର
Imran Khan Arrested: ଗିରଫ ହେଲେ ପାକିସ୍ତାନର ପୂର୍ବତନ PM ଇମ୍ରାନ ଖାନନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।