ଦ୍ଵିତୀୟ ବିବାହ କରିବେ ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଅଥର ଆମୀର; ଜାଣନ୍ତୁ କିଏ ସେ ଝିଅ

ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଥାର ଅମିର ଖାନ ପୁଣି ବାହା ହେବାକୁ ଯାଉଛନ୍ତି । ସେ ନିଜେ ଜଣେ ଆଇଏସ ଅଧିକାରୀ ହୋଇଥିବା ବେଳେ ଜଣେ ଡାକ୍ତରାଣୀଙ୍କୁ ବିବାହ କରିବେ।

ଅଥର ଆମୀର ଓ ମେହରିନ (ପ୍ରତୀକାତ୍ମକ ଛବି)

ଅଥର ଆମୀର ଓ ମେହରିନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ୟୁପିଏସସି ଟପ୍ପର ଟିନା ଡ଼ାବିଙ୍କ ସ୍ୱାମୀ ତଥା ଆଇଏଏସ୍ ଅଧିକାରୀ ଅଥର ଆମୀର ଖାନ ପୁଣି ବିବାହ କରିବାକୁ ଯାଉଛନ୍ତି। ସୋସିଆଲ ମିଡ଼ିଆରୁ ମିଳିଥିବା ସୂଚନା ଅନୁଯାୟୀ ସେ ଡକ୍ଟର ମେହେରିନ କାଜୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏସବୁ ମଧ୍ୟରେ ଅଥର ମଧ୍ୟ ନିର୍ବନ୍ଧ ଘୋଷଣା କରିଛନ୍ତି ଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଚିତ୍ର ସେୟାର କରିଛନ୍ତି। ମେହେରଙ୍କ ସହ ନିଜର ଏକ ଫଟୋ ସେୟାର କରି ଅଥର ଲେଖିଛନ୍ତି, # ଏଗେଜମେଣ୍ଟ।




ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡକ୍ଟର ମେହେରନ୍ ଶ୍ରୀନଗରର ଲାଲ ବଜାରର ବାସିନ୍ଦା। ଆଜିକାଲି ସେ ନୂଆଦିଲ୍ଲୀର ରାଜୀବ ଗାନ୍ଧୀ କର୍କଟ ପ୍ରତିଷ୍ଠାନ ଓ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି।  ମେଡିକୋ ହେବା ବ୍ୟତୀତ ସେ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ମଧ୍ୟ ସକ୍ରିୟ ଅଛନ୍ତି। ମହିଳାଙ୍କ ସହ ଜଡିତ ବ୍ରାଣ୍ଡକୁ ପ୍ରୋତ୍ସାହିତ କରନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷରୁ ଅଧିକ ଅନୁସରଣକାରୀ ଅଛନ୍ତି।




ଡକ୍ଟର ମେହେରିନ୍ ନିଜକୁ 'ଡ୍ରିମର୍' ଅର୍ଥାତ୍ ସ୍ୱପ୍ନଦର୍ଶୀ ଓ 'ଆଚିଭର୍' ଅର୍ଥାତ୍ ସଫଳତାକାରୀ ଭାବରେ ବର୍ଣ୍ଣନା କରନ୍ତି। ମେହେରିନ୍ ମେଡିସିନରେ ଏମଡି ଓ ଦୀର୍ଘ ଦିନ ଧରି ଅଥରଙ୍କୁ ଡେଟ କରୁଥିବା ଜଣାଯାଇଛି। ଡକ୍ଟର ମେହେରିନ୍ ପଞ୍ଜାବର ଫରିଦକୋଟ, ଦିଲ୍ଲୀ, ବ୍ରିଟେନ ଓ ଜର୍ମାନୀର ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି।
Published by:Soumya Das
First published: