News18 Odia Digital
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶେଲି ଓବରଏ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର (MCD) ମେୟର ନିର୍ବାଚନରେ ଜିତିଛନ୍ତି। ଆପ୍ କାଉନସିଲରମାନେ ସେମାନଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ପରେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇଥିଲେ।
ତେବେ ଆସନ୍ତୁ ନୂଆ ମେୟରଙ୍କ ବିଷୟରେ ଜାଣିବା କିଛି ଖାସ୍ କଥା...ଶେଲି ଓବରଏ କିଏ?ଶେଲି ଓବରଏ ପ୍ରଫେସର ହେବା ବ୍ୟତୀତ ସେ ଇନ୍ଦିରା ଗାନ୍ଧି ନ୍ୟାସନାଲ ଓପନ୍ ୟୁନିଭରସିଟିର (IGNOU) ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ (SOMS)ରୁ ଦର୍ଶନଶାସ୍ତ୍ରରେ ଡକ୍ଟରେଟ୍ କରିଛନ୍ତି।
ପଢ଼ନ୍ତୁ ଏହି ଖବର: ବିରାଟ କୋହଲିଙ୍କ ବିଶ୍ବ ରେକର୍ଡକୁ ନେଇ ଗୌତମଙ୍କ ଆଶ୍ଟର୍ଯ୍ୟଜନକ ବୟାନପ୍ରଫେସର ମନୁଭାଇ ଶାହ ପୁରସ୍କାର ସମେତ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ସମ୍ମିଳନୀରେ ତାଙ୍କୁ ସମ୍ମାନିତ କରାଯାଇଛି। ଏହାପୂର୍ବରୁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜାନକୀ ଦେବୀ ମେମୋରିଆଲ କଲେଜରୁ ବି.କମ୍ ଅଧ୍ୟୟନ କରିଥିଲେ। ଶେଲି ଓବରଏ ୨୦୧୩ରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ୨୦୨୦ ପର୍ଯ୍ୟନ୍ତ ଏହାର ମହିଳା ୱିଙ୍ଗର ଉପାଧ୍ୟକ୍ଷ ଥିଲେ।
'ମିସ୍ କମଲା ରାନୀ ପୁରସ୍କାର' ବି ପାଇଛନ୍ତି ଶେଲିକଲେଜରେ ପଢୁଥିବା ସମୟରେ ଜଣେ ମେଧାବୀ ଛାତ୍ରୀ ହିସାବରେ ଶେଲି ଓବରଏଙ୍କୁ ସର୍ବୋଚ୍ଚ ଗ୍ରେଡ୍ ପଏଣ୍ଟ ପ୍ରାପ୍ତ ନେଇ 'ମିସ୍ କମଲା ରାନୀ ପୁରସ୍କାର' ପ୍ରଦାନ କରାଯାଇଥିଲା। ତାଙ୍କୁ ବୃତ୍ତି ମଧ୍ୟ ପ୍ରଦାନ କରାଯାଇଥିଲା। ସେ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକୋତ୍ତରେ ଅଧ୍ୟନୟ କରିଥିଲେ।
ଆପରେ ଶେଲିଙ୍କ ଯୋଗଦାନ୨୦୧୩ରେ ଶେଲି ଆମ୍ ଆଦମୀ ପାର୍ଟି (AAP) ରେ ଯୋଗ ଦେଇଥିଲେ। ତାଙ୍କୁ ଦିଲ୍ଲୀ ଆପ୍ର ମହିଳା ୱିଙ୍ଗ୍ର ଉପାଧ୍ୟକ୍ଷ କରାଯାଇଥିଲା। ଦିଲ୍ଲୀ ଏମ୍ସିଡି ମେୟର ନିର୍ବାଚନ ଠିକ୍ ସମୟରେ କରାଯିବାକୁ ଦାବି କରି ଶେଲି ଜାନୁଆରୀ ୨୬ରେ ସୁପ୍ରିମକୋର୍ଟରେ ଏକ ପିଟିସନ ଉପସ୍ଥାପନ କରିଥିଲେ।
ସେହିପରି ଯଦି ଶେଲିଙ୍କ ପରିବାର ବିଷୟରେ କହିବା ତାଙ୍କ ବାପା ସତୀଶ କୁମାର ଜଣେ ବ୍ୟବସାୟୀ ଏବଂ ତାଙ୍କ ମା’ ସରୋଜ ଜଣେ ଗୃହିଣୀ। ତାଙ୍କର ଗୋଟିଏ ଭାଇ ଏବଂ ଭଉଣୀ ମଧ୍ୟ ଅଛନ୍ତି। ଶେଲି ଓବରଏ IIM କୋଝିକୋଡ୍ରୁ ମ୍ୟାନେଜ୍ମେଣ୍ଟ କୋର୍ସ କରିଛନ୍ତି। ଦିଲ୍ଲୀର ଏମ୍ସିଡି ମେୟର ନିର୍ବାଚନରେ ସେ ୧୫୦ ଭୋଟ୍ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରେଖା ଗୁପ୍ତା ୧୧୬ ଭୋଟରେ ପଛରେ ରହିଛନ୍ତି।
ମେୟର ନିର୍ବାଚନରେ ଜିତିବା ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଶେଲିଙ୍କ ବିଜୟ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
୧୫ ବର୍ଷ ଧରି ଦିଲ୍ଲୀରେ ରାଜ୍ କରୁଥିଲା ବିଜେପି। ହେଲେ ଏଥର ନଗର ନିଗମ ନିର୍ବାଚନରେ ବିଜେପିକୁ ହଟାଇ ଆମ ଆଦମି ପାର୍ଟି ଉପରେ ଦିଲ୍ଲୀବାସୀ ଭରସା କରିଥିଲେ। ମେୟର ଭଳି ଡେପୁଟି ମେୟର ପଦ ମଧ୍ୟ ଆପ୍ ଖାତାକୁ ଯାଇଛି।
ସେପଟେ ପରାଜୟ ପରେ ବିଜେପି କହିଛି, କେଜ୍ରିୱାଲ ସରକାର ଦୁର୍ନୀତିରେ ବୁଡ଼ି ରହିଛି। ଏଥି ପାଇଁ ବିଜେପି ଖାତାରେ ଅଧିକ ୨ଟି ଭୋଟ୍ ପଡ଼ିଛି। କେଜ୍ରିୱାଲ ୩ ମାସରେ ମେୟର ପରିବର୍ତ୍ତନ କରିବା ପାଇଁ ଅନେକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ଏଣୁ ଅସଲ ମଜା ଏପ୍ରିଲରେ ହେବ ବୋଲି କହିଛନ୍ତି ବିଜେପି ସାଂସଦ।
ସେହିପରି ଆମ ଆଦମୀ ପାର୍ଟିର ଗୁଣ୍ଡା ଶବ୍ଦକୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ମନୋଜ ତିୱାରୀ।
ପ୍ରକାଶ ଥାଉକି ୨୫୦ ଆସନ ବିଶିଷ୍ଟ ଦିଲ୍ଲୀ ଏମସିଡି ପାଇଁ ଗତ ଡିସେମ୍ବର ୪ରେ ଅନୁଷ୍ଠିତ ହୋଇଥିଲା ଭୋଟ୍। ଆମ ଆଦମୀ ପାର୍ଟି ସର୍ବାଧିକ ୧୩୪ ଆସନ ପାଇଥିବା ବେଳେ, ବିଜେପିକୁ ମିଳିଥିଲା ୧୦୪ ଆସନ। କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଥିବା ବେଳେ, ସ୍ବାଧୀନ ପ୍ରାର୍ଥୀଙ୍କୁ ମିଳିଥିଲା ୩ ସିଟ୍।
ଆମ ଆଦମୀ ପାର୍ଟି ଏମସିଡି ମେୟର ପଦ ପାଇଁ ଶେଲିଙ୍କୁ ପ୍ରାର୍ଥୀ କରିଥିବା ବେଳେ, ବିଜେପି ରେଖା ଗୁପ୍ତାଙ୍କୁ ମଇଦାନକୁ ଓହ୍ଲାଇଥିଲା। ନିୟମ ଅନୁସାରେ, ମେୟର ନିର୍ବାଚନରେ ୨୫୦ ନିର୍ବାଚିତ ସଦସ୍ୟଙ୍କ ସମେତ ଦିଲ୍ଲୀର ୭ ଜଣ ସାଂସଦ ଏବଂ ଆପର ୩ ଜଣ ରାଜ୍ୟସଭା ସଦସ୍ୟ ଭାଗ ନେବେ। ଏହାସହ ଦିଲ୍ଲୀ ବାଚସ୍ପତିଙ୍କ ଦ୍ବାରା ମନୋନୀତ ୧୪ ଜଣ ବିଧାୟକଙ୍କ ମଧ୍ୟ ଭୋଟ୍ ଦେଇଥାନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।