ମହାରାଷ୍ଟ୍ର ରାଜନୈତିକ ସଙ୍କଟ (ପ୍ରତୀକାତ୍ମକ ଛବି) News18 Odia Digital
ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବ ଠାକରେ ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ସେପଟେ ବିଜେପି ଓ ସିନ୍ଦେ ଦଳ ନୂଆ ସରକାର ଗଠନ ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ କହିଛନ୍ତି ଯେ ସରକାର ଗଠନକୁ ଦୃଷ୍ଟିରେ ରଖି 'କେଉଁ ଓ କେତେ ମନ୍ତ୍ରୀ ପଦବୀ' ହେବ ସେନେଇ ବିଜେପି ସହ କ କୌଣସି ଆଲୋଚନା ହୋଇ ନାହିଁ। କିନ୍ତୁ, ଏହା ଶୀଘ୍ର ଆଲୋଚନା ହେବ।
ଟ୍ୱିଟ୍ କରି ସିନ୍ଦେ କହିଛନ୍ତି ଯେ ଖୁବ୍ ଶୀଘ୍ର ଏହି ସବୁ ବିଷୟରେ ଆଲୋଚନା ହେବ। ସେପର୍ଯ୍ୟନ୍ତ, ଦୟାକରି ମନ୍ତ୍ରୀ ତାଲିକା ଓ ଏହା ବିଷୟରେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ।
ଏଥି ସହିତ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ଘୋଷଣା ସହିତ ଭାରତୀୟ ଜନତା ପାର୍ଟିରେ ଉତ୍ସବ ଆରମ୍ଭ ହୋଇଥିଲା। ମୁମ୍ବାଇର ତାଜ ହୋଟେଲରେ ମିଠା ବାଣ୍ଟିବା ସହ ବିଜେପି ନେତାମାନେ ସ୍ଲୋଗାନ ଦେଉଥିବାର ନଜର ଆସିଥିଲେ। ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ ମିଠା ଖାଉଥିବା ଦେଖିବାକୁ ମିଳିଥିଲା।
ଭାରତୀୟ ଜନତା ପାର୍ଟି (ବିଜେପି) ମହାରାଷ୍ଟ୍ର ୟୁନିଟ୍ ସଭାପତି ଚନ୍ଦ୍ରକାନ୍ତ ପାଟିଲ ବୁଧବାର ରାତିରେ କହିଛନ୍ତି ଯେ ଦଳର ନେତା ଦେବେନ୍ଦ୍ର ଫଡନବିସ୍ ଓ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଭବିଷ୍ୟତର କାର୍ଯ୍ୟକଳାପ ସ୍ଥିର କରିବେ। ରାଜ୍ୟ ବିଜେପି ୟୁନିଟ୍ ଏହାର ସମସ୍ତ ବିଧାୟକଙ୍କୁ ମୁମ୍ବାଇରେ ଏକାଠି ହେବାକୁ କହିଛନ୍ତି।
Published by: Soumya Das
First published: June 30, 2022, 13:08 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।