ବନ୍ଧୁକ ଧରି ସୁଟ୍ କରୁଥିଲେ ଟିକ୍ ଟକ୍ ଭିଡିଓ, ମୁଣ୍ଡରେ ଗୁଳି ବାଜିବାରୁ ହେଲା ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ପିତା ସେନାରେ ଅଛନ୍ତି ।

ବନ୍ଧୁକ ଧରି ସୁଟ୍ କରୁଥିଲେ ଟିକ୍ ଟକ୍ ଭିଡିଓ, ମୁଣ୍ଡରେ ଗୁଳି ବାଜିବାରୁ ହେଲା ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ
ଟିକ୍ ଟକ୍ ର ଲଗୋ
  • News18 Odia
  • Last Updated: January 15, 2020, 6:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବରେଲି: ଉତ୍ତର ପ୍ରଦେଶର ବରେଲି ଠାରେ ହାଫିଜଗଞ୍ଜ ନିକଟ ଭୀକମପୁର ଗାଁ ନିକଟରେ ୧୮ ବର୍ଷୀୟ ଯୁବକ ଟିକ୍ ଟକ୍ ଭିଡିଓ ତିଆରି କରୁଥିବାବେଳେ ନିଜ ବନ୍ଧୁକରୁ ଗୁଳିଫୁଟିଯିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୧୩ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।

ଘଟଣା ସମ୍ପର୍କରେ ଯୁବକଙ୍କ ମା’ କହିଛନ୍ତି ‘‘ଯୁକ୍ତ୨ରେ ପଢ଼ୁଥିବା କେଶବ କୁମାର ୧୩ତାରିଖ ସନ୍ଧ୍ୟାରେ ବାହାର ଆସି ନିଜ ମା’ଙ୍କୁ ଲାଇସେନ୍ସ ଥିବା ପିସ୍ତଲ ମାଗିଥିଲେ । ତାଙ୍କ ମା’ ପ୍ରଥମ ଏନେଇ ମନା କରିଥିବାବେଳେ ପରେ କେଶବ ଅଧିକ ଜିଦ୍ କରିବାରୁ ତାଙ୍କୁ ବନ୍ଧୁକ ଦେଇଦେଇଥିଲେ । ପରେ ଯେତେବେଳେ ମୁଁ ରୋଶେଇଘରେ ଥିଲି ହଠାତ୍ ଗୁଳି ଫୁଟିବା ଶବ୍ଦ ଶୁଣିଥିଲି । ମୁଁ ଦୌଡ଼ିଯାଇ କବାଟ ଖୋଲିବାରୁ ପୁଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବାକୁ ପାଇଥିଲି ।’’

ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
First published: January 15, 2020, 6:26 PM IST