ସାପ ସହ ସଂଘର୍ଷ କଲେ ଯୁବକ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ଗରୱା: ସାଧାରଣତଃ ଛୋଟ ସାପକୁ ଦେଖିଦେଲେ ଆମକୁ ଭୟ ଲାଗିଥାଏ। କିନ୍ତୁ ଯେତେବେଳେ ଗୋଟିଏ ବିଶାଳକାୟ ସାପ ତମକୁ ଶିକାର କରିଥାଏ, ସେତେବେଳେ ଜୀବନ ମୃତ୍ୟୁ ସହ ସଂଘର୍ଷ କରିବା ଛଡ଼ା କିଛି ଉପାୟ ନଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗରୱାଠାରେ। ନଦୀରେ ମାଛ ଧରିବାକୁ ଯାଇଥିବା ଜଣେ ଯୁବକଙ୍କୁ ଅଜଗର ନିଜ ଶିକାର କରିଥିଲା। କିନ୍ତୁ କଳେବଳେ ସେଠାରୁ ବଞ୍ଚି ଉପରକୁ ଆସିଥିଲେ ବ୍ୟକ୍ତି ଜଣଙ୍କ। ସେ ଏକା ଆସିନଥିଲେ ବରଂ ତାଙ୍କ ସହ ଅଜଗରକୁ ମଧ୍ୟ ନେଇ ଆସିଥିଲେ।
ଚିନିଆ ଜିଲ୍ଲାର ଭୁଇଆ ଟୁଲି ନିବାସୀ ସୁବାସ ଭୁଇଆ ମାଛ ଧରିବାକୁ ଯାଇଥିବା ସମୟରେ ତାଙ୍କୁ ଏକ ଅଜଗର ଆକ୍ରମଣ କରିଥିଲା। ପ୍ରାୟ ୪ଘଣ୍ଟା ସଂଘର୍ଷ ପରେ ସେ ଅଜଗର ସହ ପାଣିରୁ ବାହାରକୁ ଆସିଥିଲେ। କିନ୍ତୁ ଅଜଗର ତାଙ୍କୁ ଭିଡ଼ି ଧରିଥିଲା। ଗ୍ରାମବାସୀଙ୍କ ସାହାଯ୍ୟରେ ସାପକୁ କଢ଼ା ଯାଇଥିଲା। କିନ୍ତୁ ଅଧିକ ସମୟ ସଂଘର୍ଷ ହେତୁ ସୁବାସଙ୍କୁ ସାପ କାମୁଡ଼ି ଦେଇଥିଲା। ଯେଉଁଥି ପାଇଁ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ପରେ ଗ୍ରାମବାସୀ ଚିନିଆ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ। ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଜଗର ଧରି ଜଙ୍ଗଲକୁ ନେଇଯାଇଥିଲେ। ଏହି ମାମଲାରେ ଦାୟିତ୍ୱରେ ଥିବା ଫରେଷ୍ଟର ଅନିମେଶ କୁମାର କହିଛନ୍ତି ଯେ ଅଜଗର ଜଣେ ବ୍ୟକ୍ତିଙ୍କୁ ଶିକାର କରିଥିଲା। ଏହି ସୂଚନା ପାଇବା ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଜଙ୍ଗଲରେ ଛାଡି ଦେଇଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।