କେଉଁ ରାଜନେତା ସବୁଠୁ ଭଲ ରୋଷଇ କରନ୍ତି? ରାହୁଲ ଦେଲେ ଜବାବ

ରାଜନୀତିରେ ଯେତିକି ପ୍ରଭାବୀ, ରୋଷେଇରେ ମଧ୍ଯ ସେତିକି ପାରଙ୍ଗମ । କେଉଁ ରାଜନେତାଙ୍କ କଥା କହିଲେ ରାହୁଲ ଗାନ୍ଧି ।

ଭାଇରାଲ ଭିଡ଼ିଓ

ଭାଇରାଲ ଭିଡ଼ିଓ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Rahul Gandhi Viral Video:  କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କଂଗ୍ରେସ ନେତା ତାଙ୍କ ପ୍ରିୟ ଖାଦ୍ୟ ସାମଗ୍ରୀ ବିଷୟରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି ଏହି ଭିଡିଓରେ ସେ ତାଙ୍କର ଖାଦ୍ୟ ପସନ୍ଦ ଓ ଅଭ୍ୟାସ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲ୍ 'ଖାନେ ମେ କ୍ୟା ହୈ' ସହିତ ହୋଇଥିବା ସାକ୍ଷାତକାର ବିଷୟରେ ରାହୁଲ ଗାନ୍ଧି ମଜାକିଆ ଢଙ୍ଗରେ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଦିଲ୍ଲୀର ଖାଦ୍ୟ ରାସ୍ତାରେ ଗୁପଚୁପ, ଚାଟ୍, ଆଳୁ ଟିକି ଓ ଛୋଲେ ଭତୁର୍ ପରେ ଏକ ରେଷ୍ଟୁରାଣ୍ଟରେ ରାପିଡ ଫାୟାର ଆରମ୍ଭ ହୋଇଥିଲା। ଯେଉଁଥିରେ ରାହୁଲ ଗାନ୍ଧି ତାଙ୍କର ଭାରତ ଯାତ୍ରା ବିଷୟରେ ପ୍ରକାଶ କରିଥିଲେ। ସେହି ସମୟରେ ରାହୁଲ ଗାନ୍ଧିଙ୍କୁ ପଚରାଗଲା "କେଉଁ ରାଜନେତା ଭଲ ରାନ୍ଧନ୍ତି?"

ଏହି ପ୍ରଶ୍ନର ଉତ୍ତର ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ରାହୁଲ ଗାନ୍ଧି କହିଥିଲେ ଯେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଜଣେ 'ଭଲ ରୋଷେୟା'। ସେ ଗାନ୍ଧି ପରିବାରର ରୋଷେୟାଙ୍କ ବିଷୟରେ ମଧ୍ୟ କହିଥିଲେ।  ସେ କହିଛନ୍ତି ଯେ ପରିବାରର ସମସ୍ତଙ୍କଠୁ ସୋନିଆ ଗାନ୍ଧି ଉପରେ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥି ସହିତ ସେ ନିଜକୁ ଗାନ୍ଧି ପରିବାରର ତିନି ନମ୍ବର ରୋଷେୟା ବୋଲି ବର୍ଣ୍ଣନା କରିଥିଲେ।








View this post on Instagram






A post shared by Rahul Gandhi (@rahulgandhi)






ରାହୁଲ ଗାନ୍ଧି ସ୍ୱୀକାର କରିଛନ୍ତି ଯେ ସେ ସମସ୍ତ ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ୍ ପସନ୍ଦ କରନ୍ତି, ଆଳୁ ଟିକି ତାଙ୍କର ପ୍ରିୟ। ସେ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପ୍ରିୟ ଚାଟ ବିଷୟରେ ମଧ୍ୟ କହିଥିଲେ।

ନିଜର ସାଧାରଣ ଖାଦ୍ୟ ବିଷୟରେ କହିବାକୁ ଯାଇ ରାହୁଲ କହିଥିଲେ, ଯେ ସେ ନିଜ ଦିନକୁ 'ସକାଳ କଫି' ରୁ ଆରମ୍ଭ କରିବାକୁ ପସନ୍ଦ କରନ୍ତି ଓ ସନ୍ଧ୍ୟାରେ ଏକ କପ୍ ଚା ପିଇଥାନ୍ତି। ସେ ମସଲାଯୁକ୍ତ ଖାଦ୍ୟ ଅପେକ୍ଷା ମିଠା ଖାଦ୍ୟକୁ ପସନ୍ଦ କରନ୍ତି। ଯଦି ତାଙ୍କୁ ଫରାସୀ ମିଠା ଓ ଭାରତୀୟ ମିଠା ମଧ୍ୟରେ ବାଛିବାକୁ କୁହାଯାଏ, ସେ ଭାରତୀୟ ମିଠା ଖାଇବାକୁ ପସନ୍ଦ କରିବେ।
Published by:Soumya Das
First published: