Vastu Tips: ଘର ତିଆରି କରିବାକୁ ଭାବୁଛନ୍ତି କି? ଜାଣନ୍ତୁ କେଉଁ ମାସରେ ନିର୍ମାଣ କଲେ ବଢ଼ିବ ଧନ ସମ୍ପତ୍ତି

Vastu Tips: ଯଦି ଆପଣ ଘର ତିଆରି କରିବା କଥା ଚିନ୍ତା କରୁଛନ୍ତି ତେବେ ଆପଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ନିର୍ମାଣ କରିବା ଉଚିତ୍।

କେଉଁ ମାସରେ ଘର ତିଆରି କରିବା ଶୁଭ?

କେଉଁ ମାସରେ ଘର ତିଆରି କରିବା ଶୁଭ?

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Vastu Tips: ଯଦି ଆପଣ ଘର (House) ଠିକ ମାସରେ ତଥା ଠିକ ତିଥିରେ ନ କରିଥାନ୍ତି ତେବେ ଘରେ ସବୁବେଳେ ଅନର୍ଥ ତଥା ବହୁତ ପ୍ରକାରର ସମସ୍ୟା (Problem) ସୃଷ୍ଟି ହୋଇଥାଏ । ବହୁତ ଲୋକ ଘର (House) ତିଆରି ଆରମ୍ଭ କରି ଘର ସଂପୂର୍ଣ୍ଣ ମଧ୍ୟ କରି ପାରନ୍ତି ନାହିଁ। ଯଦି ଆପଣ ଘର ତିଆରି କରିବା କଥା ଚିନ୍ତା କରୁଛନ୍ତି ତେବେ ଆପଣ ବାସ୍ତୁଶାସ୍ତ୍ର (Vastu Shastra) ଅନୁଯାୟୀ ଘର ନିର୍ମାଣ କରିବା ଉଚିତ୍।

ଘରର (House) ମୁଖ୍ୟ ହୋଇଥାଏ ଘରର ମୁଖ୍ୟଦ୍ଵାର। ଯଦି ମୁଖ୍ୟ ଦ୍ଵାର ସଠିକ ଦିଗକୁ ରଖନ୍ତି ତେବେ ଆପଣଙ୍କ ଘରେ ସବୁବେଳେ ଉନ୍ନତି ତଥା ଧନ ସବୁ କ୍ଷେତ୍ରରେ ଆପଣ ସଫଳତା ପାଇ ପାରିବେ। ଘରର ମୁଖ୍ୟ ଦ୍ଵାର ପୂର୍ବ ମୁଖ ଅଥବା ଉତ୍ତର ମୁଖ କରି ତିଆରି କରନ୍ତୁ।

୧- ଯଦି ବୈଶାଖ ମାସରେ ଆପଣ ଘର ନିର୍ମାଣ କରୁଛନ୍ତି, ତେବେ ଧନରତ୍ନ ଲାଭ ଏବଂ ଉନ୍ନତି ମଧ୍ୟ ହୋଇଥାଏ। ବୈଶାଖ ମାସରେ ଆପଣମାନେ ନିଶ୍ଚିତ ରୂପେ ଘର ତିଆରି କରନ୍ତୁ, ଆପଣ ନିଶ୍ଚିତ ଭାବେ ଦେଖିବେ ଧନରତ୍ନ ଲାଭ ଆପଣଙ୍କର ଉନ୍ନତି ହେବ।

୨- ଜ୍ୟେଷ୍ଠ ମାସରେ ଯଦି ଆପଣ ଗୃହ ଆରମ୍ଭ କରୁଛନ୍ତି ତେବେ ଗୃହ କର୍ତ୍ତାର ମୃତ୍ୟୁ, କାର୍ଯ୍ୟରେ ବାଧା ହେବ।

୩- ଆଷାଢ଼ ମାସରେ ଯଦି ଘର ନିର୍ମାଣ କରନ୍ତି ତେବେ ଧନ ପ୍ରାପ୍ତି ଏବଂ ଗୃହ ପାଳିତ ପଶୁଙ୍କର ବୃଦ୍ଧି ହେବ।

୪- ଶ୍ରାବଣ ମାସରେ ଯଦି ଆପଣ ଘର ତିଆରି କରିବେ ତେବେ ସବୁ କାର୍ଯ୍ୟ ଆପଣଙ୍କର ସିଦ୍ଧି ହେବ।

୫- ଭାଦ୍ରବ ମାସରେ ଯଦି ଆପଣ ଘର କରିବେ ତେବେ ସବୁ କାର୍ଯ୍ୟ ଆପଣଙ୍କର ଭଲରେ ସମାପ୍ତ ହେବ।

୬- ଆଶ୍ଵିନ ମାସରେ ଯଦି ଆପଣ ଘର ତିଆରି କରିବେ ତେବେ କାୟା ନଷ୍ଟ ଏବଂ ରୋଗ ବୃଦ୍ଧି ହେବ।

୭- କାର୍ତ୍ତିକ ମାସରେ ଯଦି ଆପଣ ଘର ତିଆରି କରିବେ ତେବେ ଚୋର ଙ୍କର ଭୟ ରହିଥାଏ ।

୮- ମାର୍ଗଶିର ମାସରେ ଯଦି ଆପଣ ଘର ତିଆରି କରନ୍ତି ତେବେ ଆପଣଙ୍କର ଧନଧାନ୍ୟ ବୃଦ୍ଧି ହୁଏ।

୯- ପୌଷ ମାସରେ ଯଦି ଆପଣ ଘର କରିବେ, ତେବେ ଚୋରି ଭୟ ରହିଥାଏ। ଏଥି ନିମନ୍ତେ ଆପଣ ପୌଷ ମାସରେ ଘର କେବେ ତିଆରି କରନ୍ତୁ ନାହିଁ।

୧୦- ମାଘ ମାସରେ ଯଦି ଆପଣ ଘର ତିଆରି କରନ୍ତି ତେବେ କୌଣସି ନା କୌଣସି ସୂତ୍ରରୁ ଅଳଙ୍କାର ଆପଣଙ୍କୁ ମିଳିପାରେ।

୧୧- ଫାଲଗୁନ ମାସରେ ଯଦି ଆପଣ ଘର ତିଆରି କରିବେ ତେବେ ମଧ୍ୟ ଧନଲାଭ ହେବ।

୧୨- ଚୈତ୍ର ମାସରେ ଯଦି ଆପଣ ଘର ତିଆରି କରନ୍ତି ତେବେ କଷ୍ଟ ଯନ୍ତ୍ରଣା ପାଇବାର ଆଶଙ୍କା ରହିଅଛି।
Published by:Lipina Das
First published: