କୋଚିରେ ପିଏମ ମୋଦିଙ୍କ ସମ୍ବୋଧନ; ବିଜେପି ଶାସିତ ରାଜ୍ୟରେ ଦ୍ରୁତ ଭାବେ ଦୌଡୁଛି ବିକାଶର ଗାଡ଼ି

ପ୍ରଧାନମନ୍ତ୍ରୀ ମୋଦି କୋଚିରୁ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ସେ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି ସେଠାରେ ଦ୍ରୁତ ବିକାଶ ହେଉଛି ।

କୋଚିରେ ପିଏମ ମୋଦିଙ୍କ ସମ୍ବୋଧନ; ବିଜେପି ଶାସିତ ରାଜ୍ୟରେ ଦ୍ରୁତ ଭାବେ ଦୌଡୁଛି ବିକାଶର ଗାଡ଼ି

କୋଚିରେ ପିଏମ ମୋଦିଙ୍କ ସମ୍ବୋଧନ; ବିଜେପି ଶାସିତ ରାଜ୍ୟରେ ଦ୍ରୁତ ଭାବେ ଦୌଡୁଛି ବିକାଶର ଗାଡ଼ି

  • News18 Odia
  • Last Updated :
  • Share this:
News 18 Odia Digital

କୋଚି: ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କୋଚିରୁ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ସେ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି ସେଠାରେ ଦ୍ରୁତ ବିକାଶ ହେଉଛି । ମୋଦି କହିଛନ୍ତି, ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସାବକା ପ୍ରୟାସ ମନ୍ତ୍ର ଅନୁସରଣ କରି ବିଜେପି ସରକାର ବଡ଼ ସଂକଳ୍ପକୁ କାର୍ଯ୍ୟରେ ପରିଣତ କରୁଛନ୍ତି ।

ଏହା ପରେ ପିଏମ ମୋଦି ସନ୍ଧ୍ୟା ପ୍ରାୟ ୬ଟାରେ ୪୫୦୦ କୋଟିରୁ ଅଧିକ ମୂଲ୍ୟର କୋଚି ମେଟ୍ରୋ, ଭାରତୀୟ ରେଳବାଇର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇ ଏହାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'କିଛି ଦିନ ପୂର୍ବରୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ସ୍ଵାଧୀନତାର ଅମୃତ ସମୟ ହେଉଛି ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସଂକଳ୍ପ ଉପରେ କାର୍ଯ୍ୟ କରିବାର ସମୟ । ଏଥିରେ କେରଳର ପରିଶ୍ରମୀ ଲୋକଙ୍କର ଏକ ବଡ଼ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ନେତୃତ୍ୱାଧୀନ କେନ୍ଦ୍ରରେ ଥିବା ଏନଡିଏ ସରକାର କେରଳବାସୀଙ୍କ ଆବଶ୍ୟକତା ଏବଂ ଆକାଂକ୍ଷା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ଆମ ସରକାର ଦେଶର ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ଏକ ଅଭିଯାନ ଚଳାଉଛନ୍ତି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ କେରଳର ଗରିବ ଲୋକଙ୍କ ପାଇଁ ପ୍ରାୟ ଦୁଇ ଲକ୍ଷ ପକ୍କା ଘର ଅନୁମୋଦନ କରାଯାଇଛି ।

ମୋଦି କହିଛନ୍ତି, 'ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ମେଡିକାଲ କଲେଜ ଖୋଲିବାକୁ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି । ଏହି ଯୋଜନା ଦ୍ୱାରା କେରଳର ଯୁବକମାନେ ବହୁ ଉପକୃତ ହେବେ। ସ୍ୱାଧୀନତାର ଅମୃତ ସମୟରେ ଦେଶ ଆଧୁନିକ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେଉଛି।

କେରଳର ଗରିବ ପରିବାର ଗୁରୁତର ଅସୁସ୍ଥ ହେଲେ ଚିକିତ୍ସା ପାଇପାରୁନଥିଲେ । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୩୬ ଲକ୍ଷ ରୋଗୀ ସେମାନଙ୍କର ମାଗଣା ଚିକିତ୍ସା ପାଇଛନ୍ତି । ଗରିବ ରୋଗୀମାନେ ଏଥିରୁ ଉପକୃତ ହୋଇଛନ୍ତି । ସେମାନଙ୍କର ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାରୁ ବଞ୍ଚି ଯାଇଛନ୍ତି । ଆଜି କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ମେଡିକାଲ କଲେଜ ଖୋଲିବାକୁ ଗୁରୁତ୍ୱ ଦେଉଛନ୍ତି । କେରଳର ଯୁବକ ଏବଂ ନର୍ସିଂ କରିଥିବା ଝିଅମାନେ ଏହି ଅଭିଯାନରୁ ବହୁତ ଲାଭବାନ ହେବାକୁ ଯାଉଛନ୍ତି ।

ସଡକ ଏବଂ ରାଜପଥ ସହ ଜଡିତ ୫୦,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉପରେ ଆଜି କାର୍ଯ୍ୟ ଚାଲିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ଗତ କିଛି ବର୍ଷ ମଧ୍ୟରେ କେରଳର ଗ୍ରାମଗୁଡିକରେ ୩୫୦୦ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି । ପ୍ରତ୍ୟେକ ଗ୍ରାମରେ ଦ୍ରୁତ ଇଣ୍ଟରନେଟ୍ ରହିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ହୋଇଛି ।

ଦେଶର କ୍ଷୁଦ୍ର କୃଷକ ଏବଂ ମତ୍ସ୍ୟ ଚାଷୀଙ୍କ ସ୍ୱାର୍ଥକୁ ନେଇ ଆମ ସରକାର ମଧ୍ୟ ଅତ୍ୟନ୍ତ ସମ୍ବେଦନଶୀଳ । କେରଳର କୃଷକ ପରିବାର ପିଏମ କିସାନ ସମ୍ମାନ ନିଧିର ଲାଭ ପାଇଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ପ୍ରାୟ ୭ ହଜାର କୋଟି ଟଙ୍କା ଜମା କରାଯାଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉଛି । ସେମାନେ ଆଧୁନିକ ଡଙ୍ଗା ପାଇଛନ୍ତି ।
Published by:Soubhagya Mishra
First published: