ଭାରତରୁ ବ୍ଲୁ ଟିକ ପାଇଁ ଟ୍ୱିଟର କେବେଠୁ ଟଙ୍କା ଆଦାୟ କରିବ ? ଏଲୋନ୍ ମସ୍କ ଦେଲେ ଉତ୍ତର

ଟ୍ୱିଟର ୮ ଡଲାର ବ୍ଲୁ ଟିକ୍ ଯାଞ୍ଚ ସେବା ଆରମ୍ଭ କରିଛି । ଚଳିତ ସପ୍ତାହରେ ଟେଶ୍ଲାର ସିଇଓ ତଥା ଟ୍ୱିଟରର ନୂଆ ମାଲିକ ଏଲୋନ୍ ମସ୍କ ନୂଆ ବ୍ଲୁ ଟିକ୍ ଯାଞ୍ଚ ପାଇଁ ୮ ଡଲାର ଦେବାକୁ ଘୋଷଣା କରିଛନ୍ତି, ଆଉ ବର୍ତ୍ତମାନ ଏହା ଆଇଫୋନ୍ (iOS) ରେ ଉପଲବ୍ଧ ହୋଇସାରିଛି ।

ଭାରତରୁ ବ୍ଲୁ ଟିକ ପାଇଁ ଟ୍ୱିଟର କେବେଠୁ ଟଙ୍କା ଆଦାୟ କରିବ ? ଏଲୋନ୍ ମସ୍କ ଦେଲେ ଉତ୍ତର

ଭାରତରୁ ବ୍ଲୁ ଟିକ ପାଇଁ ଟ୍ୱିଟର କେବେଠୁ ଟଙ୍କା ଆଦାୟ କରିବ ? ଏଲୋନ୍ ମସ୍କ ଦେଲେ ଉତ୍ତର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଟ୍ୱିଟର ୮ ଡଲାର ବ୍ଲୁ ଟିକ୍ ଯାଞ୍ଚ ସେବା ଆରମ୍ଭ କରିଛି । ଚଳିତ ସପ୍ତାହରେ ଟେଶ୍ଲାର ସିଇଓ ତଥା ଟ୍ୱିଟରର ନୂଆ ମାଲିକ ଏଲୋନ୍ ମସ୍କ ନୂଆ ବ୍ଲୁ ଟିକ୍ ଯାଞ୍ଚ ପାଇଁ ୮ ଡଲାର ଦେବାକୁ ଘୋଷଣା କରିଛନ୍ତି, ଆଉ ବର୍ତ୍ତମାନ ଏହା ଆଇଫୋନ୍ (iOS) ରେ ଉପଲବ୍ଧ ହୋଇସାରିଛି । ଆଇଓଏସ୍ (ଆଇଫୋନ୍) ଉପଭୋକ୍ତାଙ୍କ ପାଇଁ ବ୍ଲୁ ଟିକ୍ ଯାଞ୍ଚ ସେବା ବର୍ତ୍ତମାନ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ବ୍ରିଟେନରେ ଆରମ୍ଭ ହୋଇଛି । ଆଇଓଏସ୍ ବ୍ୟବହାରକାରୀଙ୍କୁ ଏହି ସେବା ପାଇଁ ଆପର ଲାଟେଷ୍ଟ ଭର୍ସନ ଅପଡେଟ୍ କରିବାକୁ ପଡିବ ।

ଆଇଫୋନର ଲାଟେଷ୍ଟ ଅପଡେଟରେ ଟ୍ୱିଟର କହିଛି ଯେ ଆଜିଠାରୁ ଆମେ ଟ୍ୱିଟର ବ୍ଲୁରେ ଅନେକ ନୂତନ ଫିଚର ଯୋଡିଛୁ ଏବଂ ଆହୁରି ଅନେକ ଫିଚର ଶୀଘ୍ର ଆସିବ । ଯଦି ଆପଣ ସାଇନ୍ ଅପ୍ କରନ୍ତି ତେବେ ପ୍ରତି ମାସରେ ମାତ୍ର ୭.୯୯ ଡଲାରରେ ପାଆନ୍ତୁ ଟ୍ୱିଟର ବ୍ଲୁ ।

ଟ୍ୱିଟର କହିଛି, 'ବ୍ଲୁ ଚେକମାର୍କ : ଲୋକଙ୍କ ପାଇଁ ଶକ୍ତି ! ଆପଣଙ୍କର ଆକାଉଣ୍ଟ ରେ ବ୍ଲୁ ଚେକମାର୍କ ପାଇବେ । ଠିକ୍ ସେହିପରି, ଯେମିତି ସେଲିବ୍ରିଟି, କମ୍ପାନୀ ଏବଂ ରାଜନେତାମାନଙ୍କୁ ଆପଣ ପୂର୍ବରୁ ଅନୁସରଣ କରିଥାନ୍ତି।

ଟ୍ୱିଟରରେ ପ୍ରଭାସ ଦାମୋଦରନ ନାମକ ଜଣେ ଉପଭୋକ୍ତା ଏଲନ୍ ମସ୍କଙ୍କୁ ଟ୍ୟାଗ୍ କରି ପଚାରିଥିଲେ: 'ଆମେ କେବେ ଆଶା କରିପାରିବା ଯେ ଟ୍ୱିଟର ବ୍ଲୁ ଭାରତରେ ଆରମ୍ଭ ହେବ?' ଏହାର ଉତ୍ତରରେ ମସ୍କ ଲେଖିଛନ୍ତି 'ଆଶା କରୁଛି, ଏକ ମାସରୁ କମ୍' ।
Published by:Soubhagya Mishra
First published: