ନିୟମିତ ଟ୍ରେନ୍ କେବେ ଆରମ୍ଭ ହେବ? ରେଳବାଇ ଦେଲା ଏହାର ସମ୍ପୂର୍ଣ୍ଣ ସୂଚନା

Regular Train Starting Date: ରେଳବାଇ କେବେ ନିୟମିତ ଟ୍ରେନ୍ କେବେ ଆରମ୍ଭ ହେବ? ସମସ୍ତେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି । ଜାଣନ୍ତୁ ଆଜି ରେଳବାଇ ଚେୟାରମ୍ୟାନ୍ ଏହି ବିଷୟରେ କ’ଣ କହିଛନ୍ତି ?

ନିୟମିତ ଟ୍ରେନ୍ କେବେ ଆରମ୍ଭ ହେବ? ରେଳବାଇ ଦେଲା ଏହାର ସମ୍ପୂର୍ଣ୍ଣ ସୂଚନା
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: October 15, 2020, 3:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରେଳ ବୋର୍ଡର ଚେୟାରମ୍ୟାନ ଓ ସିଇଓ ବିନୋଦ କୁମାର ଯାଦବ (Railway Board CEO Vinod Kumar Yadav) ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନୂଆ ଟାଇମ୍ ଟେବୁଲ୍ ସେତବେଳେ ଯେତବେଳେ ନିୟମିତ ଟ୍ରେନ୍ ଆରମ୍ଭ ହୋଇଯିବ । ଯେପର୍ଯ୍ୟନ୍ତ କରୋନା ସ୍ଥିତିରେ ଉନ୍ନତି ହୋଇନାହିଁ ସେ ପର୍ଯ୍ୟନ୍ତ ଏକ ନୂତନ ଟାଇମ୍ ଟେବୁଲ୍ ଉପସ୍ଥାପିତ କରାଯିବ ନାହିଁ । ନିୟମିତ ଟ୍ରେନ୍ କେବେ ଚାଲିବ ତାହା କହିବା ସମ୍ଭବ ନୁହେଁ ।  କୋଭିଡ-୧୯ ମହାମାରୀ ଯୋଗୁଁ ରେଳବାଇ ୨୨ ମାର୍ଚ୍ଚରୁ ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନ୍ ସେବାକୁ ନିଷିଦ୍ଧ କରିଛି । ତେବେ ଚାହିଦା ଓ ଆବଶ୍ୟକତା ଅନୁଯାୟୀ ବର୍ତ୍ତମାନ ସମୟରେ ରେଳବାଇ ଦେଶରେ ୩୦୦ରୁ ଅଧିକ ସ୍ପେଶାଲ ମେଲ / ଏକ୍ସପ୍ରେସ ଟ୍ରେନ୍ ଚଳାଉଛି । ୧୨ ସେପ୍ଟେମ୍ବର ଠାରୁ ୮୦ଟି ଅତିରିକ୍ତ ଟ୍ରେନ୍ ମଧ୍ୟ ଚଳାଚଳ କରିଛି ଓ ଯାହାର ନାମ କ୍ଲୋନ୍ ଟ୍ରେନ୍ । ଅକ୍ଟୋବର ୧୭ରୁ ଆଇଆରସିଟିସି ଘରୋଇ 'ତେଜସ୍' ଟ୍ରେନ୍ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛି । କୋଭିଡ-୧୯ ମହାମାରୀ ଯୋଗୁଁ ତେଜସର ଲକ୍ଷ୍ନୌ- ନୂଆଦିଲ୍ଲୀ ଓ ଅହମ୍ମଦାବାଦ-ମୁମ୍ବାଇ ସେବା ୭ ମାସ ପୂର୍ବରୁ ବନ୍ଦ କରି ଦିଆ ଯାଇଥିଲା । ଏହା ବ୍ୟତୀତ ନିକଟରେ ରେଳ ବୋର୍ଡ ବିଭିନ୍ନ ଜୋନ୍ କୁ ୩୯ଟି ନୂତନ ଟ୍ରେନ୍ ଅନୁମୋଦନ କରିଛି । ସମସ୍ତ ୩୯ ଟି ଅନୁମୋଦିତ ଟ୍ରେନ୍ ଏସି ରହିବ ।

ଏହା ବି ପଢ଼ନ୍ତୁ ଭୁବନେଶ୍ୱର: ଟ୍ରଲର୍ ଓ ଟ୍ରକ୍ ଧକ୍କା ପରେ ୩ ଘଣ୍ଟା ଷ୍ଟିଅରିଂରେ ଚାପି ହୋଇ ରହିଲେ ଡ୍ରାଇଭର୍‌

ଯାତ୍ରୀବାହୀ ଟ୍ରେନର ରାଜସ୍ୱ କମ୍ ହେବ ବୋଲି ଅନୁମାନ କରାଯାଉଛି - ରେଳବାଇ ଚେୟାରମ୍ୟାନ୍ ଭି.କେ ଯାଦବ କହିଛନ୍ତି ଯେ ଚଳିତ ବର୍ଷ ମାଲ ପରିବହନ ରାଜସ୍ୱ ଗତ ବର୍ଷ ତୁଳନାରେ ଅଧିକ ହେବ । କିନ୍ତୁ ଯାତ୍ରୀବାହୀ ଟ୍ରେନର ରାଜସ୍ୱ ଗତ ବର୍ଷ ତୁଳନାରେ କମ୍ ହୋଇପାରେ । ତଥାପି ମୋଟ ଆୟ ବୃଦ୍ଧି ପାଇଁ ଖର୍ଚ୍ଚ କଟାଯାଇଥାଏ ।

ଏହା ବି ପଢ଼ନ୍ତୁ ସୁଧ ଉପରେ ସୁଧ ମାମଲାରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି: ୧୫ ନଭେମ୍ବର ଯାଏଁ ମିଳିଲା ରିହାତି

୨୦ ଅକ୍ଟୋବରରୁ ୩୯୨ଟି ଟ୍ରେନ୍ ଚାଲିବ - ଭାରତୀୟ ରେଳବାଇ (Indian Railways) ପାର୍ବଣକୁ ଦୃଷ୍ଟିରେ ରଖି ୧୯୬ ଯୋଡ଼ା ଅର୍ଥାତ ୩୯୨ଟି ଏକ ଟାଇମ୍ ଟେବୁଲ୍ ପ୍ରକାଶ କରିଛି । ଏହି ସ୍ପେଶାଲ ଟ୍ରେନ ୨୦ ଅକ୍ଟୋବରରୁ ୩୦ ନଭେମ୍ବର ମଧ୍ୟରେ ଚାଲିବ । ରେଳ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଆସନ୍ତା ପାର୍ବଣ ସିଜିନରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଦୁର୍ଗା ପୂଜା, ଦଶହରା, ଦୀପାବଳୀ ଓ ଛଟ ପୂଜା ଉପରେ ଅଧିକ ଚାହିଦା ପୂରଣ କରିବା ପାଇଁ ଏହି ପାର୍ବଣରେ ସ୍ପେଶାଲ ଟ୍ରେନ୍ କୋଲକାତା, ପାଟନା, ବାରାଣାସୀ, ଲକ୍ଷ୍ନୌ ଇତ୍ୟାଦି ଗନ୍ତବ୍ୟସ୍ଥଳ ମଧ୍ୟରେ ଚାଲିବ ।



ରେଳ ବୋର୍ଡ କହିଛି ଯେ ଏହି ଟ୍ରେନଗୁଡିକ ଘଣ୍ଟା ପ୍ରତି ଅତି କମରେ ୫୫ କିଲୋମିଟର ବେଗରେ ଚାଲିବ । ସେମାନଙ୍କ ଭଡା ସମ୍ପର୍କରେ ରେଳବାଇ କହିଛି ଯେ ଭଡା ବାକି ସ୍ୱତନ୍ତ୍ର ଟ୍ରେନ୍ ସହିତ ସମାନ ହେବ । ଏହି ଉତ୍ସବର ସ୍ପେଶାଲ ଟ୍ରେନ୍ ଗୁଡିକ କେବଳ ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଟ୍ରେନ୍ ଗୁଡିକ ପାଇଁ ଟିକେଟ୍ ବୁକିଂ ସୁବିଧା ଉଭୟ ଅନଲାଇନରୁ (IRCTC ୱେବସାଇଟ୍) ଓ PRS ଟିକେଟ୍ କାଉଣ୍ଟର ଉପଲବ୍ଧ ହେବ ।
Published by: Jagdish Barik
First published: October 15, 2020, 3:48 PM IST
corona virus btn
corona virus btn
Loading