News 18 Odia Digital
ନୂଆଦିଲ୍ଲୀ; ଉତ୍ତରପ୍ରଦେଶର ବାନ୍ଦାଠାରେ ପ୍ରେମିକକୁ ଝିଅର ସମ୍ପର୍କୀୟ ଚୋର ଭାବି ନିର୍ଧୁମ ପିଟିଥିଲେ । ତରବରିଆ ଭାବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ ଏକ ମେଡିକାଲକୁ ପଠାଯାଇଥିଲା । ଏହି ମାମଲା ବିସଣ୍ଡା ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗ୍ରାମରେ ଘଟିଛି ।
ଆହତ ପ୍ରେମିକ କହିଛନ୍ତି ଯେ ସେ ଡିଜେ ବଜାଇବା କାମ କରନ୍ତି । ରାତିରେ ଡିଜେ ବଜାଇବା ପରେ ଘରକୁ ଫେରୁଥିଲେ । ଏହି ସମୟରେ ଗର୍ଲଫ୍ରେଣ୍ଡ କଲ କରି ଘଣ୍ଟା ଦେବାକୁ ଡାକିଥିଲେ । ସେ କହିଥିଲେ ଯେ ମମି-ପାପା ଘରେ ନାହାଁନ୍ତି । ତୁମେ ଆସ ଗିପ୍ଟ ଘଣ୍ଟା ନେଇଯାଅ । ଏହା ପରେ ସେ ଗର୍ଲଫ୍ରେଣ୍ଡଙ୍କ କବାଟ ନିକଟରେ ପହଞ୍ଚିଥିଲେ । ଆଉ କବାଟ ଖୋଲି ଭିତରକୁ ଯିବାକୁ ଲାଗିଲେ ।
ସେ ଜଣେ ଚୋର ବୋଲି ଭାବି ପରିବାର ସଦସ୍ୟମାନେ ତାଙ୍କୁ ପିଟିଥିଲେଏହି ସମୟରେ, ଝିଅର ବାପା ଓ ଭାଇମାନେ ତାଙ୍କୁ ଦେଖି ଚୋର ଭାବି ନିଧୁମ୍ ଛେଚିଥିଲେ । ଉତ୍ତେଜନା ଶୁଣି ପଡ଼ୋଶୀ ଘର ଲୋକମାନେ ମଧ୍ୟ ଏକାଠି ହୋଇ ଯାଇଥିଲେ । କୌଣସି ପ୍ରକାରେ ଲୋକଙ୍କୁ ମନାଇବା ଦ୍ୱାରା ଏହି ମାମଲା ଶାନ୍ତ ପଡ଼ିଥିଲା । ତା’ପରେ ସବୁ କିଛି ସେ କହିଲା ।
ଏହା ପରେ ଲୋକମାନେ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏଥିସହିତ ଡାକ୍ତର କହିଛନ୍ତି, ଯୁବକଙ୍କର ଅବସ୍ଥା ସ୍ଥିର ଅଛି । ଚିକିତ୍ସା ଚାଲିଛି ଏବଂ ଶୀଘ୍ର ଭଲ ହୋଇଯିବେ ।
ଏହି ମାମଲାରେ ବିସଣ୍ଡା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଆନନ୍ଦ କୁମାର କହିଛନ୍ତି, "ଜଣେ ଯୁବକ ଡିଜେ ବଜାଇବାକୁ ଯାଇଥିଲେ । ଘରକୁ ଯିବା ସମୟରେ ସେ ଏକ ଝିଅ ଘରକୁ ଯପଳାଇଥିଲେ । ଏହି କାରଣରୁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏନେଇ ପୀଡିତ ଯୁବକଙ୍କ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି । "ଘଟଣାର ଅନୁସନ୍ଧାନ କରାଯାଉଛି । ଏହା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।