PM ମୋଦିଙ୍କ କଲ୍ ଆସିଲେ ଆପଣଙ୍କ ମୋବାଇଲ ସ୍କ୍ରିନରେ ଦେଖାଯିବ ଏହି ଖାସ କୋଡ଼୍

ଯେତେବେଳେ ପିଏମ ମୋଦି କାହାକୁ କଲ କରନ୍ତି, ସେତେବେଳେ ତାଙ୍କ ନମ୍ବର ସ୍କ୍ରିନରେ ଦୃଶ୍ୟମାନ ହୁଏ ନାହିଁ। ମୋବାଇଲର ସ୍କ୍ରିନରେ ତାଙ୍କ ନାମ ନୁହେଁ ଏକ ସ୍ୱତନ୍ତ୍ର କୋଡ୍ ଦେଖାଯାଏ।

PM ମୋଦି କଲ କଲେ ଆପଣଙ୍କ ମୋବାଇଲକୁ ଆସିବ ଏହି ଖାସ କୋଡ଼

PM ମୋଦି କଲ କଲେ ଆପଣଙ୍କ ମୋବାଇଲକୁ ଆସିବ ଏହି ଖାସ କୋଡ଼

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଏକ କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ବଡ଼ ଖୁଲାସା କରିଛନ୍ତି। ଜୟଶଙ୍କର କହିଛନ୍ତି ଯେତେବେଳେ ପିଏମ ମୋଦି କାହାକୁ କଲ କରନ୍ତି, ସେତେବେଳେ ତାଙ୍କ ନମ୍ବର ସ୍କ୍ରିନରେ ଦୃଶ୍ୟମାନ ହୁଏ ନାହିଁ। ତାଙ୍କ ନାମ ଦୃଶ୍ୟମାନ ନୁହେଁ, ମୋବାଇଲର ସ୍କ୍ରିନରେ ଏକ ସ୍ୱତନ୍ତ୍ର କୋଡ୍ ଦେଖାଯାଏ। ତେଣୁ ଏଭଳି ପରିସ୍ଥିତିରେ ଯଦି ପିଏମ ମୋଦି ଆପଣଙ୍କୁ ମଧ୍ୟ କଲ କରନ୍ତି, ତେବେ ଏହି ସଙ୍କେତ ଦେଖାଯିବ, ସଂଖ୍ୟା ନୁହେଁ।

ଆମେରିକାରେ ମିଳିତ ଜାତିସଂଘର ବାର୍ଷିକ ଅଧିବେଶନରେ ଯୋଗଦେବା ପାଇଁ ନ୍ୟୁୟର୍କରେ ପହଞ୍ଚିଥିବା ଏସ ଜୟଶଙ୍କର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ। 'ମୋଦୀ @୨୦: ଡ୍ରିମ୍ସ ମିଟ୍ ଡେଲିଭରି' ପୁସ୍ତକ ଉପରେ ଆଲୋଚନା ବେଳେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କୁ କଲ କରିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମଧ୍ୟରାତ୍ରି ହୋଇଥିଲା ଓ ଆଫଗାନିସ୍ତାନର ମଜାର-ଇ-ସରିଫରେ ଥିବା ଆମର ଦୂତାବାସ ଉପରେ ଆକ୍ରମଣ ହୋଇଥିଲା। ସେଠାରେ କଣ ଘଟୁଛି ଜାଣିବା ପାଇଁ ଚେଷ୍ଟା କରୁଥିବା ବେଳେ ହଠାତ ମୋ ଫୋନ ବାଜି ଉଠିଲା। ମୋତେ ଆଶ୍ଚର୍ଯ୍ୟ ଲାଗିଲା। ଯେତେବେଳେ ପ୍ରଧାନମନ୍ତ୍ରୀ କାହାକୁ କଲ କରନ୍ତି, ତେବେ ନନଂ ଦେଖା ଯାଏ ନାହିଁ। କେବଳ ଦେଖା ଯାଏ କେହି ଜଣେ ଆପଣଙ୍କ ସହ କଥା ହେବାକୁ ଚାଁହୁଛନ୍ତି(show somebody connects you)।

ଜୟଶଙ୍କର କହିଥିଲେ "ପ୍ରଧାନମନ୍ତ୍ରୀ ପଚାରିଥିଲେ ମୁଁ ଚାହିଁଛି କି, ମୁଁ ଟିଭି ଦେଖୁଛି କି? ଆଜ୍ଞା ସାର୍, ମୁଁ କହିଲି। ସାହାଯ୍ୟ ଆସୁଛି ଜାଣିବା ପରେ ଅପରେସନ୍ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବରେ ସୂଚନା ଦେବା ପାଇଁ କହିଲେ। ମୁଁ କହିଲି ଦୁଇ-ତିନି ଘଣ୍ଟା ଲାଗିବ। ମୁଁ PMOକୁ ଜଣାଇ ଦେବି। ତା’ପରେ ପ୍ରଧାନମନ୍ତ୍ରୀ ଉଚ୍ଚ ସ୍ୱରରେ ମୋତେ କଲ କରିବ ବୋଲି କହିଥିଲେ।

ସୂଚନାଯୋଗ୍ଯ, ସାଧାରଣତଃ ଆପଣ ପିଏମ ମୋଦିଙ୍କ ହାତରେ ଦେଖୁଥିବା ଫୋନ୍ ହେଉଛି ଏକ ଆଇଫୋନ୍, କିନ୍ତୁ ଏହା କେବଳ ଫଟୋ ପାଇଁ । କଥାବାର୍ତ୍ତା ପାଇଁ ପିଏମ ମୋଦି ଏକ ସେଟଲାଇଟ ଫୋନ ବ୍ୟବହାର କରନ୍ତି। ଏହି ଫୋନକୁ ଟ୍ରେସ କରାଯାଇପାରିବ ନାହିଁ । ଏହା ମଧ୍ୟ ହ୍ୟାକ୍ ହୋଇପାରିବ ନାହିଁ କାରଣ ତାହା ସାମରିକ ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ କାମ କରେ ।
Published by:Soumya Das
First published: