News18 Odia Digital
Food Delivery Boy: ଜଣେ ମହିଳାଙ୍କ ସହ ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା। ଯାହା ବିଷୟରେ ସୋସିଆଲ ମିଡ଼ିଆରେ ସେୟାର କରି ସମସ୍ତଙ୍କୁ ଚକିତ କରିଛନ୍ତି ମହିଳା ଜଣକ।
କଥାଟି ହେଲା ଏମି ନାମକ ଜଣେ ମହିଳା ପୂରା କାହାଣୀ ଟିକଟକରେ ସେୟାର କରିଛନ୍ତି। ଯେଉଁଥିରେ ସେ ଜଣାଇଛନ୍ତି ଉବର ଇଟ୍ସ (Uber Eats)ର ଡ୍ରାଇଭର ତାଙ୍କ ଅର୍ଡର ନେଇକି ଆସିଥିଲେ। ହେଲେ କବାଟ ଠକ ଠକ ନକରି ସିଧା ଘର ଭିତରକୁ ଏଣ୍ଟ୍ରି କରିଥିଲେ।
ଏମି ସେୟାର କରିଥିବା ଭିଡିଓରେ କହିଛନ୍ତି, ‘‘ମୁଁ ଡେଲିଭରି ବୟ ସହ କଥା ହେବାକୁ ଚାହୁଁଥିଲି। ହେଲେ ମୁଁ ଆପରେ ଚେକ୍ କରିବା ବେଳେ ଜଣା ପଡ଼ିଲା ଯେ ସେ ମୋ ଘର ଭିତରେ ଏଣ୍ଟ୍ରି କରିସାରିଛନ୍ତି। ଏହି ସମୟରେ ମୁଁ ଘରର ଛାତ ଉପରେ ଥିଲି। ଆଉ ମୋ ଘର କବାଟ ଖୋଲା ଥିଲା।’’
ଏହା ସହ ଏମି ଜଣାଇଛନ୍ତି ଯେ ଡେଲିଭରି ବୟ ବେଲ ନବଜାଇ ସିଧା ଘରେ ଏଣ୍ଟ୍ରି କରିଥିଲେ। ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
ଯେତେବେଳେ ମହିଳା ଡେଲିଭରି ବୟକୁ ଏହି ପ୍ରଶ୍ନ ପଚାରିଲେଏମି ଭିଡିଓରେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଡେଲିଭରି ବୟ ତାଙ୍କ ଘରେ ପ୍ରବେଶ କଲେ, ସେ ତାଙ୍କୁ ପଚାରିଲା, ‘‘ତୁମେ କିପରି ନ ଜଣାଇ ଘରେ ଏଣ୍ଟ୍ରି କରିଲ।’’ ଏହାର ଉତ୍ତରରେ ଡେଲିଭରି ବୟ କହିଥିଲେ, ‘‘ନିଅନ୍ତୁ ଆପଣଙ୍କ ଡେଲିଭରି।’’
ବର୍ତ୍ତମାନ ଏମିଙ୍କ ଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ୟୁଜର୍ସ ମଧ୍ୟ ଏମିଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘‘ବୋଧହୁଏ ସେ ଭାବିଥିବେ ଏହା ହେଉଛି ବାରଣ୍ଡା, ମୋ ସାଥିରେ ମଧ୍ୟ ଆମାଜନ ଡେଲିଭରି ବୟ ଏମିତି କରିଥିଲେ।’’
ଏହି ମାମଲାରେ ଉତ୍ତର ରଖିଲା ଉବରଉବର ମୁଖପାତ୍ରଙ୍କ ବିବୃତ୍ତି ମଧ୍ୟ ଏହି ପ୍ରସଙ୍ଗରେ ଆସିଛି। ଉବର ପକ୍ଷରୁ କହାଯାଇଛି, ‘‘ଯାହା କୁହାଯାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ। ଆମେ ଏହି ବିଷୟରେ ଅନୁସନ୍ଧାନ କରୁଛୁ। ଯିଏ ବିତରଣ କରୁଛନ୍ତି, ସେମାନେ ଆମର ନିର୍ଦ୍ଦେଶାବଳୀ ଅନୁସରଣ କରିପାରିବେ। ଯଦି ଏହାକୁ ପାଳନ ନକରୁଛନ୍ତି ତେବେ ସେହି ଲୋକ ଆପର ଆକ୍ସେସ କରିପାରିବେ ନାହିଁ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।