ସୋନିଆ ଗାନ୍ଧିଙ୍କ ସମ୍ପର୍କୀୟଙ୍କ ଜମିକୁ ମାଡ଼ି ବସିଥିଲା ଆତିକ

ସୋନିଆ ଗାନ୍ଧିଙ୍କ ସମ୍ପର୍କୀୟଙ୍କ ଜମିକୁ କବଜା କରିନେଇଥିଲା ଆତିକ । ଘଟଣା ଏତେ ଗୁରୁତର ଥିଲା ଯେ ପିଏମଙ୍କ କାର୍ଯ୍ଯାଳୟ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା ।

ସୋନିଆ ଗାନ୍ଧିଙ୍କ ସମ୍ପର୍କୀୟଙ୍କ ଜମିକୁ ମାଡ଼ି ବସିଥିଲା ଆତିକ

ସୋନିଆ ଗାନ୍ଧିଙ୍କ ସମ୍ପର୍କୀୟଙ୍କ ଜମିକୁ ମାଡ଼ି ବସିଥିଲା ଆତିକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପ୍ରୟାଗରାଜ : ମାଫିଆ ତଥା ରାଜନେତା ଆତିକ ଅହମ୍ମଦର ହତ୍ୟା(Atiq Ahmed Death Case) ପରେ ଅନେକ କାହାଣୀ ସାମ୍ନାକୁ ଆସିିଛି । ଯାହା ଅତୀତରେ ଆତିକର ମାଫିଆରାଜକୁ ଜାହିର କରୁଛି । ଆତିକର ଦବଦବା କେବଳ ସାଧାରଣ ଲୋକଙ୍କ ପର୍ଯ୍ଯନ୍ତ ସୀମିତ ନଥିଲା । ଏପରିକି ସେ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଉପରେ ମଧ୍ଯ ନିଜର ଆଧିପତ୍ୟ ଦେଖାଉଥିଲା । ଶୁଣିବାକୁ ମିଳେ ଯେ, ଆତିକ ପ୍ରୟାଗରାଜ(Prayagraj)ରେ ସୋନିଆ ଗାନ୍ଧି(Sonia Gandhi)ଙ୍କ ସଂପର୍କୀୟଙ୍କ ସମ୍ପତ୍ତି ମାଡ଼ି ବସିଥିଲା। ୨୦୦୭ ମସିହାରେ ଏହା ହୋଇଥିଲା। ଆତିକ୍‌ ଯେଉଁ ସମ୍ପତ୍ତି ମାଡ଼ି ବସିଥିଲା ତାହା ଥିଲା ସୋନିଆ ଗାନ୍ଧିଙ୍କ ଶ୍ବଶୁର ଫିରୋଜ ଗାନ୍ଧିଙ୍କ ପରିବାରର ସଦସ୍ୟ ବୀରା ଗାନ୍ଧିଙ୍କର।

ସେହି ସମୟରେ ଆତିକ୍‌ ଫୁଲପୁରରର ସାଂସଦ ଥିଲା। ଏଥି ସହିତ ଉତ୍ତର ପ୍ରଦେଶରେ ତା’ ଦଳ ସମାଜବାଦୀ ପାର୍ଟିର ଶାସନ ଚାଲୁଥିଲା। ତେଣୁ ଏହି ମାମଲାରେ ବୀରା ଗାନ୍ଧିଙ୍କୁ ସହାୟତା କରିବାକୁ କେହି ଆଗକୁ ବାହାରୁ ନଥିଲେ। ତେବେ ବୀରା ସୋନିଆଙ୍କୁ ଏ ନେଇ ଜଣାଇଥିଲେ। ଏହାପରେ ସୋନିଆଙ୍କ ହସ୍ତକ୍ଷେପ ଯୋଗୁ ବୀରାଙ୍କୁ ତାଙ୍କ ସମ୍ପତ୍ତି ମିଳି ପାରିଥିଲା। ଘଟଣା ଏତେ ଗୁରୁତର ଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯାଳୟ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା ।

ଜଙ୍ଗଲ ସାରା ବିଛାଡ଼ି ହୋଇ ପଡ଼ିଛି ସୁନା! ସାମ୍ନାକୁ ଆସିଲା ସୁନ୍ଦର ଫଟୋ

ସୋନିଆ ଗାନ୍ଧିଙ୍କ ଶ୍ବଶୁର ଘରର ଅନେକ ଲୋକ ପ୍ରୟାଗରାଜରେ ବାସ କରନ୍ତି। ପ୍ରୟାଗରାଜର ସିଭିଲ ଲାଇନ ଅଞ୍ଚଳରେ ଏମଜି ମାର୍ଗରେ ବୀରା ଗାନ୍ଧିଙ୍କ ପରିବାରର ପ୍ୟାଲେସ ଥିଏଟର ଥିଲା। ପରିବାର ମଧ୍ୟରେ ସମ୍ପତ୍ତି ଭାଗବଣ୍ଟା ‌ସମୟରେ ବୀରାଙ୍କ ଭାଗରେ କିଛି ଅଂଶ ପଡ଼ିଥିଲା। ସେହି ସ୍ଥାନ ନିକଟରେ ଅସ୍ଥାନା ନାମକ ଏକ ପରିବାର ଠାରୁ କିଛି ଜମି ଅତିକ କିଣିଥିଲା। ବୀରା ଗାନ୍ଧିଙ୍କ ସମ୍ପତ୍ତି ସମ୍ପର୍କରେ ଜାଣିବା ପରେ ଆତିକ୍ ଜୋରଜବରଦସ୍ତ ତାଲା ପକାଇ ରଖିଥିଲା। ବୀରା ଗାନ୍ଧି ସ୍ଥାନୀୟ ପୁଲିସ ଓ ପ୍ରଶାସନ ଠାରୁ ସମ୍ପତ୍ତି ପାଇବା ପାଇଁ ସହାୟତା ଲୋଡ଼ିଥିଲେ ବି କିଛି ସୁଫଳ ମିଳି ନଥିଲା। ‌

ସୋନିଆ ସେତେବେଳେ ପ୍ରୟାଗରାଜର ପ୍ରଭାବଶାଳୀ କଂଗ୍ରେସ ନେତ୍ରୀ ରୀତା ବହୁଗୁଣା ଯୋଶୀଙ୍କୁ ଉକ୍ତ ମାମଲାକୁ ଦେଖିବା ପାଇଁ କହିଥିଲେ। ଏହାପରେ ରୀତା ଜିଲ୍ଲା ପ୍ରଶାସନ ସହ କଥା ହୋଇ ଘଟଣାର ସମାଧାନ କରିଥିଲେ। ଫଳରେ ବୀରା କୌଣସି ମାମଲା ରୁଜୁ କରି ନଥିଲେ।
Published by:Soumya Das
First published: