ଐଶ୍ୱର୍ଯ୍ୟା ରାୟ ଓ ପତି ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଝଗଡ଼ା ହେଲେ କିଏ ପ୍ରଥମେ ସରୀ କହନ୍ତି?
ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଆରମ୍ଭ କରିଥିବା ଏକ ଭିଡିଓରେ ଐଶ୍ୱର୍ଯ୍ୟା ରାୟ ନିଜ ବୈବାହିକ ସମ୍ପର୍କ ବିଷୟରେ କଥା ହେଉଥିବା ଦେଖିବାକୁ ମିଳିଛି । ଏଥିରେ ଅଭିଷେକଙ୍କ ସହ ତାଙ୍କର ଝଗଡ଼ା ହୁଏ ବୋଲି ସେ କହିଛନ୍ତି ।

ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ (ଫାଇଲ୍ ଫଟୋ)
- News18 Odia
- Last Updated: November 27, 2020, 3:12 PM IST
ମୁମ୍ବାଇ: ବଲିଉଡର ଆଦର୍ଶ ଦମ୍ପତିମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ (Aishwarya Rai) ଓ ଅଭିଷେକ ବଚ୍ଚନଙ୍କୁ (Abhishek Bachchan) ଗଣାଯାଉଛି । ଏହି ଦୁଇ ସୁପରଷ୍ଟାର ନିଜ ବ୍ୟକ୍ତିଗତ ଜୀବନକୁ ଯଥେଷ୍ଟ ପ୍ରାଇଭେଟ୍ ରଖନ୍ତି, କିନ୍ତୁ ଟକ୍ ଶୋ’ରେ ବେଳେବେଳେ ପରସ୍ପର ବିଷୟରେ ସେମାନେ କଥାବାର୍ତ୍ତା ହେଉଥିବା ଦେଖାଯାଏ । ନିକଟରେ ଐଶ୍ୱର୍ଯ୍ୟା ରାୟ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ପତି ଅଭିଷେକଙ୍କ ସହ ତାଙ୍କ ଝଗଡ଼ା ବିଷୟରେ କହୁଥିବା ଦେଖିବାକୁ ମିଳିଛି ।
ଏହି ଭିଡିଓ କପିଲ ଶର୍ମାଙ୍କ କମେଡି ଶୋ’ରୁ ଆସିଛି । ଏହା ଏକ ପୁରୁଣା ଏପିସୋଡ଼ର । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କପିଲଙ୍କ କଥା ଶୁଣି ତାଙ୍କ ସହ ଥିବା ନବଜୋତ ସିଂ ସିଦ୍ଧୁ ବି କେମିତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
ଏହା ବି ପଢ଼ନ୍ତୁ | ପୁଣି ବର୍ଷା-ଅନୁଭବ ବିବାଦ: ବର୍ଷା କହିଲେ ଘରୁ ବାହାର କରିଦେବାକୁ ଶାଶୁଘର ଲୋକେ ଯୋଜନା କରୁଛନ୍ତି

ଝିଅ ଆରାଧ୍ୟା ସହ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ (ଫାଇଲ୍ ଫଟୋ)
ଭିଡିଓରେ ଦେଖାଯାଉଛି ଯେ କପିଳ ଶର୍ମା ଐଶ୍ୱର୍ଯ୍ୟା ରାୟଙ୍କୁ ପଚାରୁଛନ୍ତି, ‘‘ଅଭିଷେକ ଭାଇଙ୍କ ସହ କେବେ ଆପଣଙ୍କର ଝଗଡ଼ା ହୁଏ?’’ ଏହି ପ୍ରଶ୍ନର ଉତ୍ତରରେ ଐଶ୍ୱର୍ଯ୍ୟା କହୁଛନ୍ତି, ‘‘ହଁ, ହୁଏ ।’’ ଏହା ଶୁଣି କପିଳ ଶର୍ମା ତୁରନ୍ତ ପଚାରିଛନ୍ତି, ‘‘ତା’ପରେ କିଏ ପ୍ରଥମେ ସରୀ କହେ?’’ କପିଳଙ୍କ ପ୍ରଶ୍ନରେ ସମସ୍ତେ ହସୁଛନ୍ତି । ତା’ପରେ ସିଦ୍ଧୁ ଅନୁମାନ କରି କହୁଛନ୍ତି ଯେ ଅଭିଷେକ ପ୍ରଥମେ ସରୀ କହୁଥିବେ । କିନ୍ତୁ ଐଶ୍ୱର୍ଯ୍ୟା ଦେଇଥିବା ଉତ୍ତର ଶୁଣି କପିଳ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
ଦେଖନ୍ତୁ ଭିଡିଓ:
View this post on Instagram
ଏହା ବି ପଢ଼ନ୍ତୁ | ବନ ବିଭାଗରେ କୁବେର ଇଏ! କୋଟି କୋଟି ଟଙ୍କାର ମାଲିକ; ଘରୁ ୮ ଲକ୍ଷ ଟଙ୍କା, ୧ କିଲୋ ସୁନା ଜବତ
ଏହି ଭିଡିଓରେ ଐଶ୍ୱର୍ଯ୍ୟା କହୁଛନ୍ତି, “ମୁଁ ହିଁ ନିଜେ ପ୍ରଥମେ ସରୀ କହିଦିଏ ଆଉ କଥାକୁ ଶୀଘ୍ର ସେଇଠି ଶେଷ କରିଦିଏ ।” ଐଶ୍ୱର୍ଯ୍ୟାଙ୍କ ଏହି କଥା ଶୁଣିବା ପରେ କପିଳ ଶର୍ମା ଚକିତ ହୋଇ କହୁଛନ୍ତି, ‘‘ଏକରେ ଏତେ ସୁନ୍ଦର ପତ୍ନୀ, ଆଉ ତା’ ଉପରେ ସେ ବି ସରୀ କହେ… ଇଏ ତ ଉପରବାଲାର ଅତ୍ୟାଚାର!’’ । କପିଳଙ୍କ ଏହି କଥା ଶୁଣି ଟକ୍ ଶୋ’ରେ ଥିବା ସବୁ ଲୋକ ଜୋରରେ ହସୁଛନ୍ତି ।
ନଭେମ୍ବର ୧ ତାରିଖରେ ଐଶ୍ୱର୍ଯ୍ୟା ରାୟ ତାଙ୍କର ୪୭ତମ ଜନ୍ମ ଦିନ ପାଳନ କରିଥିଲେ । ଏହି ବିଶେଷ ଦିନରେ ଅଭିଷେକ ବଚ୍ଚନ ଐଶ୍ୱର୍ଯ୍ୟାଙ୍କ ସହ ନିଜର ଏକ ପ୍ରେମଭରା ଫଟୋ ଶେୟାର୍ କରି ତାଙ୍କୁ ଶୁଭକାମନା ଦେଇଥିଲେ ।