News 18 Odia Digital
ନୂଆଦିଲ୍ଲୀ; ମେଟା ପ୍ଲାଟଫର୍ମଗୁଡିକ ଏକ ନୂଆ ଗ୍ରୁପ ସୃଷ୍ଟି କରୁଛି ଯାହାର ମୁଖ୍ୟ ଧ୍ୟାନ ଏଭଳି ପ୍ରଡକ୍ଟ ଏବଂ ଫିଚର ପ୍ରସ୍ତୁତି ଉପରେ ରହିବ, ଯାହାକୁ ଉପଭୋକ୍ତାମାନେ କିଣି ପାରିବେ । ଏହାର ଅର୍ଥ ହେଉଛି ମେଟା ପ୍ଲାଟଫର୍ମ ଖୁବ୍ ଶୀଘ୍ର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପରେ ଏପରି ଫିଚର ଆଣୁଛି, ଯାହା ପାଇଁ ଉପଭୋକ୍ତାଙ୍କୁ ପଇସା ଦେବାକୁ ପଡିବ । ରଏଟର୍ସ ରିପୋର୍ଟ ଅନୁଯାୟୀ ମେଟାର ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ମୁଖପାତ୍ରଙ୍କ ଅନୁଯାୟୀ, କମ୍ପାନୀ ଏହି ଦେୟଯୁକ୍ତ ପ୍ରଡକ୍ଟ ଗୁଡ଼ିକୁ ପୃଥକ ଭାବରେ ପ୍ରଦାନ କରିବ ଓ ବିଦ୍ୟମାନ ପ୍ରଡକ୍ଟ ଉପରେ ଏହା ଲାଗୁ ହେବ ନାହିଁ ।
କହିବାକୁ ଚାହୁଁଛୁ ଯେ, ଚଳିତ ବର୍ଷ ଜୁନ୍ ମାସରେ ମେଟାର ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି ଯେ ସେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଏଭଳି ଫିଚର ଆଣିବେ, ଯାହା ଦ୍ୱାରା ନିର୍ମାତାମାନେ ଟଙ୍କା ରୋଜଗାରର ସୁଯୋଗ ପାଇପାରିବେ ।
ଫେସବୁକର ସିଇଓ ଜୁକରବର୍ଗ ତାଙ୍କ ପୋଷ୍ଟରେ କହିଛନ୍ତି ଯେ କମ୍ପାନୀ ୨୯୨୪ ସୁଦ୍ଧା ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଯେକୌଣସି ପ୍ରକାରର ରାଜସ୍ୱ ସେୟାର କରିବା ଉପରେ ରୋକ ଲଗାଯିବ । ସେ ଏହି ପୋଷ୍ଟରେ ଲେଖିଛନ୍ତି, 'ଆମେ ୨୦୨୪ ସୁଦ୍ଧା ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ସମସ୍ତ ରାଜସ୍ୱ ସେୟାରକୁ ବାରଣ କରିବୁ । ଏଥିରେ ପେଡ୍ ଅନଲାଇନ୍ ଇଭେଣ୍ଟ, ସବସ୍କ୍ରିପସନ୍, ବ୍ୟାଜ୍ ଏବଂ ବୁଲେଟିନ୍ ଅନ୍ତର୍ଭୁକ୍ତ ।
ଏହା ସହିତ ଜୁକରବର୍ଗ ଉଭୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମରେ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଅର୍ଥ ଉପାର୍ଜନ କରିବାର ନୂତନ ଉପାୟ ଘୋଷଣା କରିଥିଲେ ।
ଜୁକରବର୍ଗ କହିଛନ୍ତି ଯେ ଏହି ଫିଚରଗୁଡିକ ' କ୍ରିଏଟର୍ସଙ୍କୁ ମେଟାଭର୍ସ ନିର୍ମାଣ କରିବାରେ ସାହାଯ୍ୟ କରିବ।' ମୋନେଟାଇଜିଂ ରିଲ୍ସ, ଇଣ୍ଟରୋପେରେବଲ୍ ସବସ୍କ୍ରିପସନ୍, ଫେସବୁକ୍ ଷ୍ଟାର୍ସ ଏବଂ କ୍ରିଏଟର ମାର୍କେଟପ୍ଲେସ୍ ଭଳି ଫିଚର ଇନଷ୍ଟାଗ୍ରାମ ଏବଂ ଫେସବୁକକୁ ଆସିବ ଏବଂ ଏହା କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ସାହାଯ୍ୟ କରିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।