ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»WhatsApp ରେ ସବୁଠାରୁ ବଡ଼ ତ୍ରୁଟି! Google ରୁ ଯେକେହି ସର୍ଚ୍ଚ କରିପାରିବେ ଆପଣଙ୍କର ପ୍ରୋଫାଇଲ୍ ଫଟୋ

WhatsApp ରେ ସବୁଠାରୁ ବଡ଼ ତ୍ରୁଟି! Google ରୁ ଯେକେହି ସର୍ଚ୍ଚ କରିପାରିବେ ଆପଣଙ୍କର ପ୍ରୋଫାଇଲ୍ ଫଟୋ

ହ୍ବାଟସ୍ଆପରେ (WhatsApp) ଆପଣଙ୍କର ପ୍ରାଇଭେଟ ଚାଟକୁ ଗୁଗୁଲ୍ ସର୍ଚ୍ଚ ମାଧ୍ୟମରେ ଆକ୍ସେସ୍ କରାଯାଉଛି । ଯାହା ପରେ କୌଣସି ବି ଅଜ୍ଞାତ ବ୍ୟକ୍ତଙ୍କୁ ଆପଣଙ୍କ ଗ୍ରୁପ୍ ନାମ ଓ ପ୍ରୋଫାଇଲ୍ ଫଟୋର ଆକ୍ସେସ୍ ମିଳିଯାଉଛି ।

WhatsApp ରେ ସବୁଠାରୁ ବଡ଼ ତ୍ରୁଟି! Google ରୁ ଯେକେହି ସର୍ଚ୍ଚ କରିପାରିବେ ଆପଣଙ୍କର ପ୍ରୋଫାଇଲ୍ ଫଟୋ
WhatsApp ରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି!
  • News18 Odia
  • Last Updated: January 11, 2021, 12:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ହ୍ବାଟସ୍ଆପ୍ (WhatsApp) ଆଜି ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ହୋଇଯାଇଛି । ଭାବନ୍ତୁ ଯେ ଆପଣ ହ୍ବାଟସ୍ଆପ୍ ଗ୍ରୁପରେ ଆପଣଙ୍କର ଅଫିସ୍ ଟିମ୍ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ବିବରଣୀ ସେୟାର କରୁଛନ୍ତି ଓ ସେତେବେଳେ ଜଣେ ଅଜ୍ଞାତ ବ୍ୟକ୍ତି ସେହି ଗ୍ରୁପରେ ଜଏନ କରିନେଉଛନ୍ତି । ଏହା ଘଟିବା ପରେ ଏହି ବ୍ୟକ୍ତି ଆପଣଙ୍କର ଗ୍ରୁପର ସୂଚନାକୁ ଆକ୍ସେସ୍ କରିପାରିବେ ଯେପରିକି ଗ୍ରୁପ ସଦସ୍ୟଙ୍କ ବିବରଣୀ ଓ ଗ୍ରୁପର ନାମ ଓ ପ୍ରୋଫାଇଲ୍ ଫଟୋ । ହଁ, ଏହା ସତ୍ୟ, ଗୁଗୁଲ୍ ସର୍ଚ୍ଚ ମାଧ୍ୟମରେ ଆପଣଙ୍କର ବ୍ୟକ୍ତିଗତ ଚାଟ୍ ଆକ୍ସେସ୍ ହେଉଛି । ୨୦୧୯ ରେ ହ୍ବାଟସ୍ଆପ୍ ଏହି ତ୍ରୁଟି ସଂଶୋଧିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ପୁଣି ସାମ୍ନାକୁ ଆସିଛି ।

ଗ୍ୟାଜେଟ୍ ୩୬୦ ଇଣ୍ଟରନେଟ୍ ସୁରକ୍ଷା ଅନୁସନ୍ଧାନକାରୀ ରାଜାସେଖର ରାଜହରିଆଙ୍କ ଉଦ୍ଦେଶ୍ୟରେ ଦର୍ଶାଇଛନ୍ତି ଯେ ଯେଉଁମାନେ ହ୍ବାଟସ୍ଆପ୍ ଗ୍ରୁପ୍କୁ ଜଏନ କରିବାକୁ links ବ୍ୟବହାର କରନ୍ତି । ସେମାନେ ପୁଣି ଥରେ ଅନଲାଇନରେ ପାଇବାର ବିପଦ ଥାଏ । ଏହା କରି ଉପଭୋକ୍ତାଙ୍କର ବ୍ୟକ୍ତିଗତ ଚାଟ୍ ଯକୌଣସି ବ୍ୟକ୍ତି ଆକ୍ସେସ୍ କରିପାରିବେ ।



ହ୍ବାଟସ୍ଆପ୍ ଗ୍ରୁପ୍ ପାଇଁ ଇଣ୍ଡେକ୍ସ ଏନାବ୍ଳ କରିବା ପରେ ୱେବରେ ପ୍ରାଇଭେସି ଗ୍ରୁପକୁ ଏହି ଲିଙ୍କଗୁଡିକ ଦ୍ୱାରା ସର୍ଚ୍ଚ କରାଯାଇପାରିବ ଓ ଜଏନ ମଧ୍ୟ କରାଯାଇପାରିବ । ଏହାକୁ ସର୍ଚ୍ଚ କରୁଥିବା ଲୋକକୁ ଅନ୍ୟର ପ୍ରୋଫାଇଲ୍ ଫଟୋ ଓ ଫୋନ୍ ନମ୍ବର ପାଇବାକୁ ଅନୁମତି ଦିଏ । ଯଦିଓ ଗ୍ରୁପ୍ ଇଣ୍ଡେକ୍ସ କରିବା ପାଇଁ ହ୍ବାଟସଆପ୍ ଗୁଗୁଲରେ ଚାଟ୍ ଆମନ୍ତ୍ରଣ ଆରମ୍ଭ କଲାବେଳେ ଜଣା ପଡିନାହିଁ । ଗୁଗୁଲ୍ ସର୍ଚ୍ଚରେ ପ୍ରାୟ ୧,୫୦୦ ଗ୍ରୁପ୍ ଇନଭଏସ୍ ଲିଙ୍କ୍ ଅଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଅଜ୍ଞାତ ବ୍ୟକ୍ତି ନିଜକୁ ଲୁଚାଇ ପାରିବେ
ଏଥିପାଇଁ ଗ୍ରୁପ ସଦସ୍ୟମାନେ ସେହି ଅଜ୍ଞାତ ବ୍ୟକ୍ତିଙ୍କୁ ଦେଖିବାକୁ ଅସମର୍ଥ । ଯାହାଫଳରେ ଅଜ୍ଞାତ ବ୍ୟକ୍ତି କିଛି ସମୟ ପାଇଁ ନିଜକୁ ଲୁଚାଇ ପାରିବେ । ଏହାର ସବୁଠୁ ବଡ ଅସୁବିଧା ହେଉଛି ଅଜ୍ଞାତ ବ୍ୟକ୍ତିଙ୍କୁ ଗ୍ରୁପରୁ ହଟାଇଲେ ମଧ୍ୟ ସେ ନିଜ ଫୋନ୍ ନମ୍ବର ସହିତ ତାଙ୍କର ସଂକ୍ଷିପ୍ତ ପ୍ରବେଶ ତାଲିକାରେ ରହିବ ।

୨୦୧୯ ରେ ସୁରକ୍ଷା ଅନୁସନ୍ଧାନକାରୀଙ୍କ ଦ୍ୱାରା ମଧ୍ୟ ସମାନ ତ୍ରୁଟି ଦେଖିବାକୁ ମିଳିଥିଲା । ଯାହା ପରେ ଫେସବୁକକୁ ଜଣାଯାଇଥିଲା । ସେହି ସମୟରେ ଏହାକୁ ସ୍ଥିର କରାଯାଇଥିଲା । ସୂଚନା ପାଇଁ ଆମକୁ ଜଣାନ୍ତୁ ଯେ ଏହି ସମସ୍ୟା କେବଳ ଗ୍ରୁପ୍ ଇନଭଏସ୍ ଲିଙ୍କ୍ ସହିତ ନୁହେଁ ବରଂ ଏକକ ୟୁଜର୍ ଆକାଉଣ୍ଟ୍ ପ୍ରୋଫାଇଲ୍ ସହିତ ଆସୁଛି । ଲୋକଙ୍କ ପ୍ରୋଫାଇଲର URL ଗୁଗୁଲରେ ସର୍ଚ୍ଚ ହୋଇପାରିବ ।

ଏହା ଅଜ୍ଞାତ ବ୍ୟକ୍ତିଙ୍କୁ ସୂଚୀବଦ୍ଧ ପ୍ରୋଫାଇଲକୁ ପ୍ରବେଶ କରିବାକୁ ଅନୁମତି ଦେଇଥାଏ । ଯେଉଁଥିରେ ଉପଭୋକ୍ତାଙ୍କର ଫୋନ୍ ନମ୍ବର ଓ କେତେକ କ୍ଷେତ୍ରରେ ସେମାନଙ୍କର ଫୋନ୍ ନମ୍ବର ଥାଏ ।ହ୍ବାଟସ୍ଆପର ଏହି ତ୍ରୁଟି ପୂର୍ବରୁ ମଧ୍ୟ ପ୍ରକାଶ ପାଇଥିଲା ଓ ଏହା ୨୦୨୦ ରେ ରିପୋର୍ଟ କରାଯାଇଥିଲା । ଯାହା ପରେ ଜୁନ୍ ୨୦୨୦ ରେ ଏହାକୁ ସଂଶୋଧନ କରାଯାଇଥିଲା ।
Published by: Jagdish Barik
First published: January 11, 2021, 12:39 PM IST