ଯଦି ଅନ୍ତରୀକ୍ଷରୁ ଅଣ୍ଡା ଖସିବ ତେବେ କଣ ହେବ...ଭାଙ୍ଗିବ କି ନାହିଁ ... ଦେଖନ୍ତୁ ଏହି ଭିଡିଓ

ସ୍ପେସରୁ ଯଦି ଅଣ୍ଡା ଖସେ ଭାଙ୍ଗିଯିବ ନା ଭାଙ୍ଗିବନି ? । ଏହା ଜାଣିବା ପାଇଁ ନାସାର ଜଣେ ପୂର୍ବତନ ଇଞ୍ଜିନିୟର ଏବଂ ବର୍ତ୍ତମାନର ୟୁଟ୍ୟୁବର୍ ଏକ ପରୀକ୍ଷଣ କରିଥିଲେ । ବର୍ତ୍ତମାନ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଯଦି ଅନ୍ତରୀକ୍ଷରୁ ଅଣ୍ଡା ଖସିବ ତେବେ କଣ ହେବ...ଭାଙ୍ଗିବ କି ନାହିଁ ... ଦେଖନ୍ତୁ ଏହି ଭିଡିଓ

ଯଦି ଅନ୍ତରୀକ୍ଷରୁ ଅଣ୍ଡା ଖସିବ ତେବେ କଣ ହେବ...ଭାଙ୍ଗିବ କି ନାହିଁ ... ଦେଖନ୍ତୁ ଏହି ଭିଡିଓ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଅନ୍ତରୀକ୍ଷରୁ ଥରେ ଅଣ୍ଡା ଖସିଗଲା, ଭାଙ୍ଗିଲା ନାହିଁ । ଏହାକୁ ଆତ୍ମବିଶ୍ୱାସ କୁହାଯାଏ । ଦ୍ୱିତୀୟ ଥର ଖସିଲା, ଆଉ ଭାଙ୍ଗିଗଲା । ଏହାକୁ କୁହାଯାଏ ଅତ୍ୟଧିକ ଆତ୍ମବିଶ୍ୱାସ ... ଛାଡ଼ନ୍ତୁ ଏହା ତ କାନ ଶୁଣା କଥା, ଏକ ପରିହାସ । କିନ୍ତୁ ସତ୍ୟ ଏହାଠାରୁ ଭିନ୍ନ ହୋଇପାରେ । ସ୍ପେସରୁ ଯଦି ଅଣ୍ଡା ଖସେ ଭାଙ୍ଗିଯିବ ନା ଭାଙ୍ଗିବନି ? । ଏହା ଜାଣିବା ପାଇଁ ନାସାର ଜଣେ ପୂର୍ବତନ ଇଞ୍ଜିନିୟର ଏବଂ ବର୍ତ୍ତମାନର ୟୁଟ୍ୟୁବର୍ ଏକ ପରୀକ୍ଷଣ କରିଥିଲେ । ବର୍ତ୍ତମାନ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ୨.୧୦ କୋଟିରୁ ଅଧିକ ଥର ଦେଖାଯାଇଛି ।

ନାସାର ପୂର୍ବତନ ଇଞ୍ଜିନିୟର ମାର୍କ ରୋବର୍ ଏହି ପରୀକ୍ଷଣ କରିଥିଲେ । ସେ କେବଳ ଚାହୁଁଥିଲେ ଅନ୍ତରୀକ୍ଷରୁ ଖସୁଥିବା ଅଣ୍ଡାକୁ ଏକ ଗଦା ଉପରେ ପକାଇବାକୁ । ଅଣ୍ଡାକୁ ଷ୍ଟ୍ରାଟୋସସ୍ଫେୟର ଦ୍ବାରା ଖସାଉଥିଲେ । ମାନେ ଅନ୍ତରୀକ୍ଷର ଦ୍ୱାରରୁ । ନାସାର ଜେଟ୍ ପ୍ରୋପଲସନ୍ ଲାବୋରେଟୋରୀର ଜଣେ ପୂର୍ବତନ ସହକର୍ମୀଙ୍କ ସହ ମାର୍କ ଏହି ପରୀକ୍ଷା ଆରମ୍ଭ କରିଥିଲେ ।

ସେ ଏକ ଉଚ୍ଚତା ବିଶିଷ୍ଟ ବେଲୁନରେ ଏକ ରକେଟ୍ ଲଗାଇଥିଲେ । ରକେଟର ଟିପରେ ଅଣ୍ଡାକୁ ଭର୍ତ୍ତି କଲେ । ବେଲୁନ ଅଣ୍ଡା ଥିବା ରକେଟକୁ ନେଇ ଅନ୍ତରୀକ୍ଷ ଆଡକୁ ଯିବା ଆରମ୍ଭ କଲା । ସେଠାରୁ ଅଣ୍ଡାକୁ ରକେଟ୍ ସହିତ ପକାଯାଇଥିଲା । ବର୍ତ୍ତମାନ ଅଣ୍ଡା ଭାଙ୍ଗିଲା କି ନାହିଁ ... ଏହା ତ ନିମ୍ନରେ ଦିଆଯାଇଥିବା ଭିଡିଓ ଦେଖିବା ପରେ ହିଁ ଜାଣିପାରିବେ ।

ରକେଟରେ ଫିନ୍ସ ଲଗାଯାଇଥିଲା ଯାହାଦ୍ୱାରା ଗାଇଡାନ୍ସ ମିଳିପାରିବ । ଅଣ୍ଡା ରକେଟ୍ ନେଇଥିବା ବେଲୁନ୍ ୩୦.୦୫ କିଲୋମିଟରରୁ ଅଧିକ ଉଚ୍ଚତାକୁ ଯାଇଥିଲା ଯଥା ଏକ ଲକ୍ଷ ଫୁଟ । ପଢିବା ଏବଂ ଶୁଣିବା ସହଜ ଅଟେ କିନ୍ତୁ ପରୀକ୍ଷଣ କଷ୍ଟସାଧ୍ୟ ଥିଲା । ଏହି ପରୀକ୍ଷଣ କରିବାକୁ ମାର୍କଙ୍କୁ ତିନି ବର୍ଷ ସମୟ ଲାଗିଥିଲା । ଅନେକ ଥର ବିଫଳ ହୋଇଥିଲେ । ବେଳେବେଳେ ହିଲିୟମ୍ କମ ହୋଇଯାଉଥିଲା । ବେଳେବେଳେ ଜିପିଏସ୍ ସମସ୍ୟା ଦେଉଥିଲା । ବେଳେବେଳେ ଅଣ୍ଡା ଅଦୃଶ୍ୟ ହୋଇଯାଉଥିଲା । କିନ୍ତୁ ବିଜ୍ଞାନ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଶେଷରେ ଏହି ପ୍ରଶ୍ନର ଉତ୍ତର ଦେଇଥିଲା ।

ମାର୍କ ରୋବର୍ ପ୍ରତ୍ୟେକ ଥର ବିଫଳ ହେବା ସମୟରେ ଜଣେ ବନ୍ଧୁଙ୍କ ସହ କଥା ହୁଅନ୍ତି । ସେ ତାଙ୍କ ସାଥୀ ଆଡାମ ଷ୍ଟେଲ୍ଟଜେନରଙ୍କୁ କଲ କହୁଥିଲେ । ଆଦମ ମଙ୍ଗଳ ଗ୍ରହରେ କ୍ୟୁରିଓସିଟିର ଅବତରଣ କରାଇଥିଲେ । ସେ ଏହି ପ୍ରକାର ଅବତରଣରେ ଜଣେ ବିଶେଷଜ୍ଞ । ଆଦମଙ୍କ ସାହାଯ୍ୟରେ ମାର୍କ ଏହି ପରୀକ୍ଷଣ ସମାପ୍ତ କରିଥିଲେ । ସେ ଏହି ପୁରା ପରୀକ୍ଷଣର ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଏହାକୁ ସେ ୨୫ ନଭେମ୍ବର ୨୦୨୨ ରେ ୟୁଟ୍ୟୁବରେ ଅପଲୋଡ କରିଛନ୍ତି । ସେବେଠାରୁ ଏହି ଭିଡିଓକୁ ୨.୧୦ କୋଟିରୁ ଅଧିକ ଥର ଦେଖାଯାଇଛି ।

ଦେଖନ୍ତୁ ଭିଡିଓ...

https://www.youtube.com/watch?v=BYVZh5kqaFg&feature=youtu.be
Published by:Soubhagya Mishra
First published: