ଇରାକରେ ବଢୁଛି ରାଜନୈତିକ ହିଂସା; ଭାରତ ଉପରେ ପଡ଼ିବ କି ପ୍ରଭାବ.. ତୈଳ ଯୋଗାଣ ହୋଇପାରେ ପ୍ରଭାବିତ

ଇରାକରେ ହିଂସାକାଣ୍ଡ ପରେ ଅନେକ ବଡ଼ ଦେଶର ଚିନ୍ତା ବଢ଼ିଛି । ଭାରତ ମଧ୍ୟ ଏହି ରାଜନୈତିକ ଘଟଣାକ୍ରମରେ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଇରାକରେ ବଢୁଛି ରାଜନୈତିକ ହିଂସା; ଭାରତ ଉପରେ ପଡ଼ିବ କି ପ୍ରଭାବ

ଇରାକରେ ବଢୁଛି ରାଜନୈତିକ ହିଂସା; ଭାରତ ଉପରେ ପଡ଼ିବ କି ପ୍ରଭାବ

  • Share this:
News 18 Odia Digital

ନୂଆଦିଲ୍ଲୀ : ଇରାକର ପ୍ରଭାବଶାଳୀ ଶିଆ ଧର୍ମଗୁରୁ ତଥା ନେତା ମୁଖତା ଅଲ-ସଦ୍ର ସୋମବାର ରାଜନୀତି ଛାଡିବାକୁ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ସାରା ଦେଶରେ ହିଂସା ଆରମ୍ଭ ହୋଇଥିଲା । ଶିଆ ଧର୍ମଗୁରୁଙ୍କ ଶତାଧିକ ସମର୍ଥକ ରାଷ୍ଟ୍ରପତି ଭବନରେ ପହଞ୍ଚି ଏହାକୁ ବିରୋଧ କରୁଛନ୍ତି । ଅଲ-ସଦ୍ରଙ୍କ ସମର୍ଥକ ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା, ଯେଉଁଥିରେ ୨୦ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିଲେ । ଏହା ବ୍ୟତୀତ ଏପର୍ଯ୍ୟନ୍ତ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇରାକରେ ଏହି ହିଂସାକାଣ୍ଡ ପରେ ଅନେକ ବଡ଼ ଦେଶର ଚିନ୍ତା ବଢ଼ିଛି । ଭାରତ ମଧ୍ୟ ଏହି ରାଜନୈତିକ ଘଟଣାକ୍ରମରେ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଉଲ୍ଲେଖନୀୟ କଥା ହେଉଛି, ଭାରତ ଇରାକରୁ ଅଧିକାଂଶ ଅଶୋଧିତ ତୈଳ ଆମଦାନି କରିଥାଏ । ଏହା ସହିତ ଇରାକ ସହ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଭାଗିଦାରୀ ମଧ୍ୟ ରହିଛି । ବର୍ତ୍ତମାନ, ଇରାକରେ ସମୁଦାୟ ୧୫ ରୁ ୧୭ ହଜାର ଭାରତୀୟ ସମ୍ପ୍ରଦାୟର ଲୋକ ବାସ କରନ୍ତି । ତେବେ ବର୍ତ୍ତମାନର ରାଜନୈତିକ ବାଦବିବାଦ ଏପର୍ଯ୍ୟନ୍ତ କୌଣସି ଭାରତୀୟଙ୍କୁ ପ୍ରଭାବିତ କରିନାହିଁ । ଏହା ସହିତ ଭାରତୀୟ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଦ୍ୱାରା କୌଣସି ପରାମର୍ଶ ଦିଆଯାଇନାହିଁ । ଅଧିକାଂଶ ଭାରତୀୟ ଇରାକର କୁର୍ଦ୍ଦିସ୍ତାନ, ବସ୍ରା, ନାଜାଫ ଏବଂ କରବାଲା ଅଞ୍ଚଳରେ ଅଛନ୍ତି ।

ଭାରତ ସମେତ ଅନେକ ଦେଶକୁ ଅଧିକାଂଶ ତେଲ ଇରାକରୁ ଯାଇଥାଏ । ତେଣୁ ଏହି ରାଜନୈତିକ ହିଂସାକାଣ୍ଡ ହେତୁ ଯେପରି ତୈଳ ଯୋଗାଣ ପ୍ରଭାବିତ ନହୁଏ, ଏହି ସଙ୍କଟର ସମାଧାନ ପାଇଁ କିଛି ବଡ଼ ଦେଶ ଲାଗି ପଡ଼ିଛନ୍ତି । ସେପଟେ କୁଏତ ତା'ର ନାଗରିକମାନଙ୍କୁ ଇରାକ ଛାଡିବାକୁ କହିସାରିଛି ଏବଂ ଇରାକ ଯାତ୍ରା ସ୍ଥଗିତ ରଖିବାକୁ ନାଗରିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଇରାନ ମଧ୍ୟ ଇରାକକୁ ସମସ୍ତ ବିମାନକୁ ବାତିଲ କରିଦେଇଛି ।
Published by:Soubhagya Mishra
First published: