ପତ୍ନୀ Anal Sex ପ୍ରତି ଆଗହୀ ନ ହେଲେ କଣ କରିବା ଉଚିତ୍; ପଢନ୍ତୁ ଏକ୍ସପର୍ଟଙ୍କ ମତ

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 13, 2021, 5:56 PM IST
ପ୍ରଶ୍ନ: ମୁଁ anal sex ପସନ୍ଦ କରେ କିନ୍ତୁ ମୋ ପତ୍ନୀ ଏହା ପାଇଁ ପ୍ରସ୍ତୁତ ନୁହଁନ୍ତି
ଜୀବନରେ ଆମେ ଚାହୁଁଥିବା ସମସ୍ତ ଜିନିଷ ପାଇ ନ ଥାନ୍ତି । ଆମ ପାଖରେ ଯେଉଁ ଜିନିଷଗୁଡିକ ଅଛି ତାକୁ ଉପଭୋଗ କରିବା ଉଚିତ୍ । ଅନେକ ଥର ଆମକୁ ଜୀବନରେ ସାଲିସ କରି ଚାଲିବାକୁ ପଡିବ । ବିଶେଷତଃ ଯେତେବେଳେ ଆମେ ଯାହା ଚାହୁଁ ସେତେବେଳେ ଅନ୍ୟ କୌଣସି ବ୍ୟକ୍ତିର ଭାଗିଦାରୀ ଥାଏ । ଯଦି ଆପଣ ଆନାଲ୍ ସେକ୍ସ କରିବାକୁ ପ୍ରସ୍ତୁତ ଅଛନ୍ତି ଓ ଆପଣଙ୍କ ସ୍ତ୍ରୀ ଏହା କରିବାକୁ ଇଚ୍ଛା କରନ୍ତି ନାହିଁ । ତେବେ ଆପଣ ଅନ୍ୟ କାହାକୁ ଖୋଜିବା ଉଚିତ୍ ଯିଏ ଏହା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଆପଣଙ୍କ ସ୍ତ୍ରୀ ଏହା ବିଷୟରେ ଜାଣିବା ଉଚିତ୍ ଓ ଏହା ତାଙ୍କ ସମ୍ମତି ସହିତ କରାଯିବା ଉଚିତ୍ । ଆପଣ ଅପାଙ୍କ ଅପଣଙ୍କ ପତ୍ନୀଙ୍କୁ ଏ ବିଷୟରେ ଚାପ ପକାଇବା ଉଚିତ୍ ନୁହେଁ ।
ତଥାପି ଆପଣ ଏହି ପ୍ରସଙ୍ଗରେ ତାଙ୍କ ସହ କଥାବାର୍ତ୍ତା କରିପାରିବେ ଓ ଜାଣିପାରିବେ ଯେ ସେ ଏହାକୁ କାହିଁକି ପସନ୍ଦ କରନ୍ତି ନାହିଁ କିମ୍ବା କୌଣସି ଭୟ କିମ୍ବା ଚିନ୍ତା କାରଣରୁ ସେ ଏହା କରିବାକୁ ଚାହାଁନ୍ତି ନାହିଁ । ଯଦି କାରଣ ଭୟ କିମ୍ବା ଚିନ୍ତା ତେବେ ଆପଣ ତାଙ୍କୁ ଏହି ବିଷୟରେ ଆଲୋଚନା କରି ଉତ୍ସାହିତ କରନ୍ତୁ । ନିଜେ ଏହି ବିଷୟରେ ସୂଚନା ସଂଗ୍ରହ କରନ୍ତୁ ଓ ତାଙ୍କୁ ସମାନ କାର୍ଯ୍ୟ କରିବାକୁ କୁହନ୍ତୁ । ବୁଝାମଣା ଦ୍ୱାରା ଏହି ସମସ୍ୟାର ସମାଧାନ ହେଲେ ଭଲ । ଅନ୍ୟଥା ଅନୁମାନ କର ଯେ ସେ କୌଣସି ଜିନିଷକୁ ଭୟ କରନ୍ତି ଯାହାପାଇଁ ସେ ଏହାକୁ ଏଡାଇବାକୁ ଚାହାଁନ୍ତି ଓ ଆପଣ ଏହାକୁ ପୁନର୍ବାର ଗ୍ରହଣ କରନ୍ତୁ । ଆମେ ସବୁବେଳେ ଶବ୍ଦରେ ଭୟ ଓ ଚିନ୍ତା ବ୍ୟକ୍ତ କରିପାରିବା ନାହିଁ । ଅନେକ ଥର ଜଣେ ବ୍ୟକ୍ତି କିଛି ବିଷୟରେ ଭୟ କରେ କିମ୍ବା ଚିନ୍ତିତ ହୁଏ କିନ୍ତୁ ଏହା କାହିଁକି ଘଟେ ସେ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିପାରନ୍ତି ନାହିଁ । ଆମେ ଏହାକୁ ଗ୍ରହଣ କରିବା ଓ ଜୀବନରେ ଆଗକୁ ବଢ଼ିବା ଉଚିତ ।