News18 Odia Digital
ନୂଆ ଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ଭାରତ ସରକାର କଡ଼ା ବିରୋଧ କରିଛନ୍ତି ଓ ସେଠାରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତରେ ଥିବା ପାକିସ୍ତାନୀ ଦୂତାବାସର ଜଣେ ଉଚ୍ଚ ଅଧିକାରୀଙ୍କୁ ଡକାଇ ଦୃଢ଼ ଭାବେ କହିଛନ୍ତି । ପାକିସ୍ତାନରେ ଏହି ଘଟଣାରେ ସମ୍ପୃକ୍ତ ୧୪ ଜଣ ଲୋକଙ୍କୁ ଗିରଫ କରାଯାଇଛି ।
ରହୀମ ୟାର୍ ଖାନ୍ ଜିଲ୍ଲାର ଭୋଙ୍ଗ୍ ଗ୍ରାମରେ ଥିବା ଏକ ଗଣେଶ ମନ୍ଦିରରେ ଅଗଷ୍ଟ ୪ ତାରିଖ ଦିନ ଶହ ଶହ ଲୋକ ଭଙ୍ଗାରୁଜା କରୁଥିବା ଘଟଣାର ଭିଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା । ସେହି ଲୋକମାନେ ରାଜପଥକୁ ବି ଅବରୋଧ କରିଥିଲେ । ଏହି ଭିଡିଓ କ୍ଲିପ୍ ଉଭୟ ଦେଶର ଲୋକେ ସୋସିଆଲ ମିଡି଼ଆ ପ୍ଲାଟଫର୍ମରେ ବହୁ ସଂଖ୍ୟାରେ ଶେୟାର୍ କରିଥିଲେ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ୨ ତାଲା ଘର ଥିବା ଲୋକଙ୍କୁ ମିଳୁଛି’ପାକିସ୍ତାନ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଗୁଲଜାର୍ ଅହମ୍ମଦ ଗୁରୁବାର ଦିନ ଏହି ଘଟଣାର ସଜ୍ଞାନ ନେଇଥିଲେ । ତାଙ୍କୁ ପାକିସ୍ତାନ ହିନ୍ଦୁ ପରିଷଦର ପୃଷ୍ଠପୋଷକ ତଥା ସାଂସଦ ରମେଶ କୁମାର ଭାଙ୍କିୱାଣି ଭେଟି ମନ୍ଦିର ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ କହିଥିଲେ ।
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ପଞ୍ଜାବ ପ୍ରଦେଶରେ ଏକ ଗଣେଶ ମନ୍ଦିର ଶହ ଶହ ଲୋକ ଆକ୍ରମଣ କରିଥିଲେ ଓ ସେଠାରେ ଥିବା ପବିତ୍ର ମୂର୍ତ୍ତିଗୁଡ଼ିକୁ ଅପବିତ୍ର କରି ମନ୍ଦିର ପରିସରରେ ନିଆଁ ଲଗାଇ ଦେଇଥିଲେ । ମନ୍ଦିର ଉପରେ ଆକ୍ରମଣ କରିବା ପରେ ସେମାନେ ହିନ୍ଦୁ ସମ୍ପ୍ରଦାୟର କେତେକ ଘର ଉପରେ ମଧ୍ୟ ଆକ୍ରମଣ କରିଥିଲେ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ‘‘ତୁମ ସ୍ବାଗତ ପାଇଁ ଅପେକ୍ଷା କରିଛୁ’’: Olympics ବିଜୟୀ ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କଲେ ନବୀନଘଟଣା ପଛରେ କାରଣ ଏମିତି ଥିଲାଏହି ମନ୍ଦିର ଆକ୍ରମଣ ଘଟଣା ପଛରେ ଏକ ସ୍ଥାନୀୟ କୋର୍ଟର ନିଷ୍ପତ୍ତି ଓ ତାକୁ ଗ୍ରହଣ କରିବାରେ ମୁସଲିମ୍ ଲୋକଙ୍କ ଅନିଚ୍ଛା ରହିଥିବା ଜଣାପଡ଼ିଛି । ଜଣେ ମୁସଲମାନ ଧର୍ମଗୁରୁ ଜୁଲାଇ ମାସରେ ଅଭିଯୋଗ କରିଥିଲେ ଯେ ଜଣେ ହିନ୍ଦୁ ବାଳକ ଏକ ମୁସଲିମ୍ ଧାର୍ମିକ ସଂସ୍ଥା ଭିତରେ ପରିସ୍ରା କରିଛି । ସେହି ଅଭିଯୋଗ ଆଧାରରେ ଭୋଙ୍ଗ୍ ଗାଁର ପୋଲିସ ଜୁଲାଇ ୨୫ ତାରିଖରେ ପାକିସ୍ତାନ ଦଣ୍ଡବିଧି ସଂହିତା ଅନୁଯାୟୀ ସେହି ହିନ୍ଦୁ ବାଳକକୁ ଗିରଫ କରିଥିଲା ।
ଏହା ବି ପଢ଼ନ୍ତୁ | ଖଲ୍ଲିକୋଟ MLA ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଆକ୍ରମଣ କଲେ ଦୁର୍ବୃତ୍ତ, ବୋମା ଫିଙ୍ଗିଲେ, ହାତ ହାଣିଲେପିଲାଟି ଗିରଫ ହେବା ପରେ ସ୍ଥାନୀୟ ହିନ୍ଦୁମାନେ ସେହି ମୁସଲିମ୍ ଧାର୍ମିକ ସଂସ୍ଥାର ପ୍ରଶାସନକୁ କ୍ଷମା ମାଗିଥିଲେ । ସେମାନେ କହିଥିଲେ ଯେ ବାଳକଟି ନାବାଳକ ଓ ମାନସିକ ସ୍ତରରେ ବି ଅସୁସ୍ଥ । ସ୍ଥାନୀୟ କୋର୍ଟ ଗିରଫ ହୋଇଥିବା ବାଳକର ବିଚାର କରି ତାକୁ ଜାମିନ ପ୍ରଦାନ କରିଥିଲା । ଏହା ପରେ ସ୍ଥାନୀୟ ମୁସଲମାନ ଲୋକେ ଉତ୍ତେଜିତ ହୋଇଥିଲେ ଓ ଏକତ୍ର ହୋଇ ଗଣେଶ ମନ୍ଦିର ଉପରେ ଆକ୍ରମଣ କରିଥିଲେ ।
ଏଇଠି ଦେଖନ୍ତୁ ଘଟଣାର ଭିଡିଓ ଓ ରିପୋର୍ଟ:
ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ୍ କରାଯାଇଥିବା ଭିଡିଓରେ ଦେଖାଯାଇଥିଲା ଯେ ଲୋକେ ବାଡ଼ି ଓ ଲୁହା ରଡ଼ ଧରି ମନ୍ଦିରର କାଚ କବାଟ, ଝରକା ଓ ଲାଇଟ୍ ବଲ୍ବଗୁଡ଼ିକୁ ଭାଙ୍ଗିପକାଉଛନ୍ତି ଓ ମୂର୍ତ୍ତିଗୁଡ଼ିକୁ ଅପମାନିତ କରୁଛନ୍ତି । ଏହି ଘଟଣା ଉଭୟ ଦେଶର ଲୋକଙ୍କ ମଧ୍ୟରେ ଖୁବ୍ ଉତ୍ତେଜନା ସୃଷ୍ଟି କରିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୟୂରଭଞ୍ଜ: ବାଙ୍ଗିରିପୋଷି ଘାଟିରେ ସିରିଜ୍ ଦୁର୍ଘଟଣା ହେଲା; ଟ୍ରକ୍ ଭାରସାମ୍ୟ ହରେଇ ୫ଟି ଗାଡ଼ିକୁ ପିଟିଲା“ଗତ ବର୍ଷକ ମଧ୍ୟରେ ପାକିସ୍ତାନରେ ବିଭିନ୍ନ ମନ୍ଦିର ଓ ଗୁରୁଦ୍ୱାରା ଉପରେ ଆକ୍ରମଣ କରାଯାଇଛି । ଜାନୁୟାରୀ ୨୦୨୦ରେ ସିନ୍ଧର ମାତା ରାଣୀ ଭାଟିଆନି ମନ୍ଦିର, ଜାନୁଆରୀ ୨୦୨୦ରେ ଗୁରୁଦ୍ୱାରା ଶ୍ରୀ ଜନ୍ମସ୍ଥାନ ଓ ଡିସେମ୍ବର ୨୦୨୦ରେ ଖାଇବର ପଖତୁନଖ୍ୱାର କଡ଼କରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । ଏହି ଘଟଣାଗୁଡ଼ିକ ଉଦ୍ବେଗଜନକ । ପାକିସ୍ତାନର ସରକାର ଓ ସୁରକ୍ଷା ସଂସ୍ଥାମାନେ ସଂଖ୍ୟାଲଘୁ ସମ୍ପ୍ରଦାୟ ତଥା ସେମାନଙ୍କ ପୂଜାପାଠ ସ୍ଥଳ ଉପରେ ହେଉଥିବା ଆକ୍ରମଣକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି,’’ କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ।
ପାକିସ୍ତାନର ସୁପ୍ରିମ କୋର୍ଟ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ବିଷୟରେ ଅଗଷ୍ଟ ୬ ତାରିଖରେ ଶୁଣାଣି କରିବେ । ପଞ୍ଜାବ ପ୍ରଦେଶର ମୁଖ୍ୟ ଶାସନ ସଚିବ ତଥା ପୋଲିସ ମୁଖ୍ୟଙ୍କୁ ଏହି ଘଟଣାର ରିପୋର୍ଟ ଦେବା ପାଇଁ ଓ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁ୍ପ୍ରିମ କୋର୍ଟ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।