ମୃତ୍ୟୁ ପୂର୍ବରୁ କେଉଁ ୨ଟି ଶବ୍ଦ କୁହନ୍ତି ଅଧିକାଂଶ ଲୋକ? ଖୁଲାସା କଲେ ଡାକ୍ତର

What happens just before death: ମୃତ୍ୟୁର ଠିକ ପୂର୍ବରୁ କେଉଁ ୨ଟି ଶବ୍ଦ କହିଥାନ୍ତି ଲୋକେ। ବିଶେଷଜ୍ଞ ମତରେ କ'ଣ ରହିଛି ସତ୍ୟତା ଆସନ୍ତୁ ଜାଣିବା...

 ମୃତ୍ୟୁ ପୂର୍ବରୁ କେଉଁ ୨ଟି ଶବ୍ଦ କୁହନ୍ତି ଅଧିକାଂଶ ଲୋକ?

ମୃତ୍ୟୁ ପୂର୍ବରୁ କେଉଁ ୨ଟି ଶବ୍ଦ କୁହନ୍ତି ଅଧିକାଂଶ ଲୋକ?

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

What happens just before death: ଜୀବନ ଅଛି ମାନେ ମୃତ୍ୟୁ (Death) ବି ଅଛି। ଦିନେ ନା ଦିନେ ସମସ୍ତଙ୍କର ମୃତ୍ୟୁ ହୋଇଥାଏ। ହେଲେ ମୃତ୍ୟୁ ପୂର୍ବରୁ ଲୋକମାନେ କଣ ଭାବିଥାନ୍ତି ଓ କାହାକୁ ମନେ ପକାଇଥାନ୍ତି ଏସବୁର ଉତ୍ତର ରଖିଛନ୍ତି ଆମେରିକାର କିଛି ଡାକ୍ତର (America Doctors)।

ମୃତ୍ୟୁ (Death) ପୂର୍ବରୁ କେଉଁ ଦୁଇଟି ଶବ୍ଦ କହିଥାନ୍ତି ଲୋକେ ଏସମ୍ପର୍କରେ ମଧ୍ୟ ବିଶେଷ ବିବରଣୀ ଦେଇଛନ୍ତି ଡାକ୍ତର।

ସୁଚନା ଅନୁଯାୟୀ ସାନ ଫ୍ରାନ୍ସିସ୍କୋର ଡକ୍ଟର ମୀନା ଚାଙ୍ଗ କହିଛନ୍ତି ଯେ ଅଧିକାଂଶ ରୋଗୀ କୌଣସି ଦୁଃଖ ନାହିଁ କହୁଥିବା ବେଳେ, ହସ୍ପିସ୍ ନର୍ସ ଜୁଲି ମ୍ୟାକଫେଡେନ୍ କହିଛନ୍ତି ଯେ ବୟସ୍କ ଲୋକମାନେ ପରିବାରଠାରୁ ଅଲଗା ହୋଇଥିବାରୁ କିମ୍ବା ଅଧିକ ପରିଶ୍ରମ କରିଥିବାରୁ ଦୁଃଖ ପ୍ରକାଶ କରଥାନ୍ତି।

କିଛି ଲୋକ ମରିଯାଇଥିବା ନିଜ ବାପା-ମାଙ୍କୁ ମନେ ପକାଉଥିବା ବେଳେ ଆଉ କିଛି ଲୋକ ଏକ୍ସ ବୟଫ୍ରେଣ୍ଡ ଓ ଏକ୍ସ ଗର୍ଲଫ୍ରେଣ୍ଡକୁ ମଧ୍ୟ ମନେ ପକାଇ ଥାନ୍ତି।

ଆଇ ଲଭ ୟୁ କହୁନ୍ତି ଏବଂ କ୍ଷମା ମଧ୍ୟ ମାଗନ୍ତି

ଖାଲି ଏତିକି ନୁହେଁ ଡକ୍ଟର ଚାଙ୍ଗଙ୍କ ଅନୁସାରେ ଅନେକ ଲୋକ ନିଜ ପ୍ରିୟଜନଙ୍କୁ ମନେ ପକାଇ ଆଇ ଲଭ ୟୁ (I LOVE YOU) କହିଥାନ୍ତି ଓ କ୍ଷମା (Sorry) ମଧ୍ୟ ମାଗିଥାନ୍ତି। ଏହା ମଧ୍ୟ କୁହନ୍ତି ଯେ ‘‘ମୁଁ ତୁମକୁ କ୍ଷମା କରୁଛି।’’

ମୃତ୍ୟୁ ସମୟରେ ଦେହର ରଙ୍ଗ ପରିବର୍ତ୍ତନ ହୋଇଯାଏ

କାଲିଫର୍ନିଆର ଲସ୍ ଆଞ୍ଜେଲ୍ସର ନର୍ସ ଜୁଲି ସୋସିଆଲ ମିଡ଼ିଆରେ ମ୍ୟାକଫେଡେନ୍ ହସ୍ପିସ୍ କେୟାରରେ ୧୫ ବର୍ଷରୁ ଅଧିକ ସମୟ ଧରି ନର୍ସ ଭାବରେ କାର୍ଯ୍ୟ କରୁଆସୁଛନ୍ତି। ନିକଟରେ ସେ ମୃତ୍ୟୁ ଉପରେ ଏକ ଭିଡିଓ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ।

ପଢ଼ନ୍ତୁ ଏହି ଖବର:  Dream Interpretation: ସ୍ବପ୍ନରେ ମୃତ୍ୟୁ ଦେଖିବା ଦ୍ବାରା କଣ ହୁଏ? ଏହାର ଲାଭ-କ୍ଷତି ଜାଣନ୍ତୁ

ବର୍ତ୍ତମାନ ତାଙ୍କର ଭିଡିଓକୁ ୧୨ ଲକ୍ଷରୁ ଅଧିକ ଫଲୋ କରିବା ସହିତ ପ୍ରାୟ ୧.୩ କୋଟି ଲୋକ ଦେଖିସାରିଲେଣି। ସେଥିରେ ଜୁଲି କହିଛନ୍ତି ଯେ ମୃତ୍ୟୁ ପୂର୍ବରୁ ସେ ଅଧିକାଂଶ ରୋଗୀଙ୍କ ଶ୍ୱାସକ୍ରିୟାରେ ପରିବର୍ତ୍ତନକୁ ଲକ୍ଷ୍ୟ କରିଥିଲେ। ଏହା ଛଡ଼ା ରୋଗୀଙ୍କ ଶରୀରର ରଙ୍ଗ ବଦଳିବା ସହ ଜ୍ୱର ଆସିବା ଓ ନିଜ ଲୋକଙ୍କୁ ମନେ ପକାଇବାର ଦୃଶ୍ୟ ସେ ଦେଖିଛନ୍ତି। ଖାଲି ଏତିକି ନୁହେଁ କିଛି ଲୋକଙ୍କୁ ମରି ଯାଇଥିବା ଲୋକ ମଧ୍ୟ ଦେଖା ଯାଇଥାନ୍ତି।
Published by:Lipina Das
First published: