କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

NCB ଅଧିକାରୀଙ୍କ ପଚରାଉଚରା ବେଳେ ଦୀପିକା ପାଦୁକୋନ ଡ୍ରଗ୍ସ ବ୍ୟବହାରକୁ ଅସ୍ୱୀକାର କରିଥିଲେ ମଧ୍ୟ ଏକ ବିଶେଷ ପ୍ରକାରର ସିଗାରେଟ ଟାଣୁଥିବା କଥା ସ୍ୱୀକାର କରିଛନ୍ତି ଯାହାକୁ ‘ଡୁବ୍ସ୍’ ବୋଲି କୁହାଯାଉଛି ।

ଜେରା ପାଇଁ NCB ଅଫିସରେ ପହଞ୍ଚପଛନ୍ତି ଦୀପିକା ପାଦୁକୋନ୍ ।

ଜେରା ପାଇଁ NCB ଅଫିସରେ ପହଞ୍ଚପଛନ୍ତି ଦୀପିକା ପାଦୁକୋନ୍ ।

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ କନେକ୍ସନର (Bollywood drug connection) ଗୋଟିଏ ପରେ ଗୋଟିଏ ପରସ୍ତ ଖୋଲିବା ପରେ ରୂପେଲି ପରଦା ଉପରେ ଡ୍ରଗ୍ସର କଳା ଛାୟା ବ୍ୟାପିଥିବା ଦେଖିବାକୁ ମିଳିଛି । ମୁମ୍ବାଇରେ ବଲିଉଡ ସେଲିବ୍ରିଟିଙ୍କ ଡ୍ରଗ୍ସ ବ୍ୟବହାର ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଚାଲିଥିବା ଅନୁସନ୍ଧାନରେ ନୂଆ ତଥ୍ୟ ବାହାରୁଛି । ଶୁକ୍ରବାର ଦିନ ଏନସିବି ଅଧିକାରୀଙ୍କ ପଚରାଉଚରା ବେଳେ ଦୀପିକା ପାଦୁକୋନ (Deepika Padukone) ଡ୍ରଗ୍ସ ବ୍ୟବହାରକୁ ଅସ୍ୱୀକାର କରିଥିଲେ ମଧ୍ୟ ଏନସିବି ସୂତ୍ରରୁ ପ୍ରକାଶ ଯେ ଦୀପିକା ଏକ ବିଶେଷ ପ୍ରକାରର ସିଗାରେଟ ଟାଣୁଥିବା କଥା ସ୍ୱୀକାର କରିଛନ୍ତି ଯାହାକୁ ‘ଡୁବ୍ସ୍‌’ ବୋଲି କୁହାଯାଉଛି (Deepika Padukone special cigarette) ।

ଏବେ ପ୍ରଶ୍ନ ଉଠିଛି ଯେ ଏହି ‘ଡୁବ୍ସ’ ନାମକ ସିଗାରେଟ୍ ବାସ୍ତବରେ କ’ଣ? ଏଥିରେ କୌଣସି ପ୍ରକାରର ଡ୍ରଗ୍ସ ଥାଏ କି ନା? ଆଉ NDPS ଆକ୍ଟ ଏହା ବିଷୟରେ କ’ଣ କହୁଛି? News18 ଏହା ବିଷୟରେ ଅନୁସନ୍ଧାନ କରିଥିଲା । ସେଥିରୁ ଅନେକ ବିଶେଷ ତଥ୍ୟ ବାହାରକୁ ଆସିଛି ।

ଦିଲ୍ଲୀ ପୋଲିସର (Delhi Police) ନାର୍କୋଟିକ୍ସ ଶାଖାରେ ଅବସ୍ଥାପିତ ଜଣେ ଅଧିକାରୀ କହିଛନ୍ତି ଯେ ‘ଡୁବ୍ସ’ ପ୍ରକୃତରେ ଏକ ହାତରେ ରୋଲ୍‌ କରି ତିଆରି କରାଯାଉଥିବା ସିଗାରେଟ୍ (hand-rolled cigarette), ଅର୍ଥାତ୍ ବଜାରରେ ମିଳୁଥିବା ସିଗାରେଟର କାଗଜକୁ ବାହାର କରି ତାକୁ ରୋଲ୍‌ କରି ଟାଣିବା । ନିଶା କରିବା ପାଇଁ ଏହି ପ୍ରକାରର ସିଗାରେଟ ବହୁ ସଂଖ୍ୟାରେ ବ୍ୟବହୃତ ହୁଏ । ଏହି ନିଶା ଯେକୌଣସି ପ୍ରକାରର ହୋଇପାରେ । ଏହି ସିଗାରେଟରେ ତମାଖୁ ପୂରେଇ ଦିଆଯାଇପାରେ ବା ଗଞ୍ଜେଇ ଓ ଏପରିକି କୋକେନ୍ ବି ।

ତାଙ୍କ ପୂରା ଗୃପ୍ ଏହି ‘ଡୁବ୍ସ’ ସିଗାରେଟ୍ ବ୍ୟବହାର କରେ ବୋଲି କହିଛନ୍ତି ଦୀପିକା ।


ରିପୋର୍ଟ ଅନୁଯାୟୀ ଦୀପିକା ଏନସିବି ଅଧିକାରୀଙ୍କୁ କହିଛନ୍ତି ଯେ ତାଙ୍କର ପୂରା ଗୃପ୍‌ ଏହି ‘ଡୁବ୍ସ’ ସିଗାରେଟ୍‌ ବ୍ୟବହାର କରନ୍ତି ଓ ଏହା ଏକ ବିଶେଷ ପ୍ରକାରର ସିଗାରେଟ୍ । ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ଡୁବ୍ସ ସିଗାରେଟରେ ଡ୍ରଗ୍ସ ଥାଏ କି ନା, ସେ ନୀରବ ରହିଥିଲେ ।

ଏହା ଉପରେ ସେହି ଅଧିକାରୀ କହିଛନ୍ତି ଯେ ଅଧିକାଂଶ ଲୋକେ ଏହି ‘ଡୁବ୍ସ’ ସିଗାରେଟରେ କୋକେନ୍ ପିଅନ୍ତି । ଯେଉଁମାନେ କୋକେନର ସବୁ ଠୁ ଅଧିକ ଆଡିକ୍ଟ ହୋଇଥାନ୍ତି ସେମାନେ ଏହି ସିଗାରେଟକୁ ବହୁ ସଂଖ୍ୟାରେ ବ୍ୟବହାର କରନ୍ତି ବୋଲି ସେ କହିଛନ୍ତି । ଏହି ପ୍ରକାରର ସିଗାରେଟ କେବଳ ପାର୍ଟିରେ ବ୍ୟବହୃତ ହୁଏ ନାହିଁ, ବରଂ ସାଧାରଣ ଧୂମପାନରେ ବି ବ୍ୟବହୃତ ହୁଏ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଚିଟ୍ ଫଣ୍ଡ୍ ସ୍କାମ୍: ଖୋଲିଲା ସି-ସୋର ଫାଇଲ; BJD MLA ଦେବୀ ପ୍ରସାଦ ମିଶ୍ରଙ୍କ ଘରେ CBI ରେଡ଼ କଲା

ଏହା ବି ପଢ଼ନ୍ତୁ କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣ

ନିଶା ଆଇନ ଏହା ବିଷୟରେ କହେ ଓ କେତେ ଦଣ୍ଡ ଅଛି?

ଆଡଭୋକେଟ ତଥା କାର୍ଯ୍ୟକର୍ତ୍ତା ଅମିତ ସାହନିଙ୍କ ଅନୁଯାୟୀ ନାର୍କୋଟିକ୍ ଡ୍ରଗ୍ ଓ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ ୧ ୧୯୮୫1 ଅନୁସାରେ (ଯାହାକୁ ସାଧାରଣ ଭାଷାରେ NDPS ଆକ୍ଟ କହନ୍ତି) ଯଦି କୌଣସି ବ୍ୟକ୍ତି ଏହି ଆଇନରେ ଥିବା ନିୟମ ବିରୁଦ୍ଧରେ ଡ୍ରଗ୍ସ ତିଆରି କରେ, ରଖେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଆମଦାନୀ-ରପ୍ତାନି, ପରିବହନ ବା କିଣାବିକା କରେ ତେବେ ସେ Sହି ଆଇନକୁ ଉଲ୍ଲଙ୍ଘନ କରେ ।



‘‘ଆଇନ ଅନୁଯାୟୀ ନିଷିଦ୍ଧ ଡ୍ରଗର କ୍ଷୁଦ୍ର କ୍ୱାଣ୍ଟିଟି ଘଟଣାରେ ଅଭିଯୁକ୍ତକୁ ଛଅ ମାସ ଜେଲ୍‌ ବା ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦିଆଯାଏ ବା ଉଭୟ ଦଣ୍ଡ ଦିଆଯାଏ । ବ୍ୟାବସାୟିକ ପରିମାଣଠାରୁ କମ୍ କିନ୍ତୁ ଅଳ୍ପ ପରିମାଣ ଠାରୁ ଅଧିକ ହୋଇଥିଲେ ଅଭିଯୁକ୍ତଙ୍କୁ ୧୦ ବର୍ଷରୁ ଅଧିକ ଜେଲ୍‌ ଓ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ଦଣ୍ଡ ହୋଇପାରେ । ଯଦି ଏହି ଡ୍ରଗ ବ୍ୟାବସାୟିକ ପରିମାଣର ହୋଇଥାଏ ତେବେ ଅଭିଯୁକ୍ତଙ୍କୁ ସର୍ବନିମ୍ନ ୧୦ ବର୍ଷର ଜେଲ୍‌ ଓ ସର୍ବାଧିକ ୨୦ ବର୍ଷ ଜେଲ୍‌ ସହିତ ସହିତ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇପାରେ ।
Published by:Anand Shankar Thankur Das
First published: