ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଅସୁରକ୍ଷିତ ଶାରୀରିକ ସମ୍ପର୍କ ଦ୍ୱାରା ଗର୍ଭବତୀ ହେବାର ଆଶଙ୍କା କେତେ ପ୍ରତିଶତ ଥାଏ; ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଅସୁରକ୍ଷିତ ଶାରୀରିକ ସମ୍ପର୍କ ଦ୍ୱାରା ଗର୍ଭବତୀ ହେବାର ଆଶଙ୍କା କେତେ ପ୍ରତିଶତ ଥାଏ; ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଅସୁରକ୍ଷିତ ଶାରୀରିକ ସମ୍ପର୍କ ଦ୍ୱାରା ଗର୍ଭବତୀ ହେବାର ଆଶଙ୍କା କେତେ ପ୍ରତିଶତ ଥାଏ; ଜାଣନ୍ତୁ ଏକ୍ସପର୍ଟଙ୍କ ମତ
ଅସୁରକ୍ଷିତ ଶାରୀରିକ ସମ୍ପର୍କ ରଖିଲେ ଗର୍ଭବତୀ ହେବାର ବିପଦ ସର୍ବଦା ରହିଥାଏ
  • News18 Odia
  • Last Updated: December 3, 2020, 6:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପ୍ରଶ୍ନ ୧୩- ମୋର ପ୍ରଶ୍ନ ଏକ ଝିଅ ସହିତ ଶାରୀରିକ ସମ୍ପର୍କକୁ ନେଇ ଜଡି଼ତ । ଯଦି ମୁଁ କୌଣସି ଝିଅ ସହିତ ଅସୁରକ୍ଷିତ ଶାରୀରିକ ସମ୍ପର୍କ ରଖେ ତେବେ ସେ ଗର୍ଭବତୀ ହୋଇଯିବେ କି? କଣ ଏହା ସତ ଅଟେ ? ନା ମୁଁ ଭୁଲ କହୁଛି ? ଗର୍ଭବତୀ ହେବାର ଏକ ନିର୍ଦ୍ଦିଷ୍ଟ ସମୟ ଅଛି କି ? ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ଯକୌଣସି ସମୟରେ ଗର୍ଭବତୀ ହେବାର ଆଶଙ୍କା ଅଛି କି? ଝିଅଟି କୌଣସି ସୁରକ୍ଷା ସହିତ ଯୌନ ସମ୍ପର୍କକୁ ମନା କରିଦେଇଥିଲା, ତେଣୁ ମୋତେ ଅସୁରକ୍ଷିତ ଯୌନ ସମ୍ପର୍କରେ ଭାଗ ନେବାକୁ ପଡିଲା କିନ୍ତୁ ସେ ଗର୍ଭବତୀ ହେବାର ଆଶଙ୍କା ମୋ ମନରେ ଥିଲା । ଦୟାକରି ମୋର ଦ୍ୱନ୍ଦ୍ୱକୁ ଦୂର କରନ୍ତୁ?

ଯଦି ତୁମେ ତୁମର ଗର୍ଲଫ୍ରେଣ୍ଡ ସହିତ କୌଣସି ସୁରକ୍ଷା ବିନା ଶାରୀରିକ ସମ୍ପର୍କ ରଖୁଛ । ତେବେ ଝିଅଟି ଗର୍ଭବତୀ ହେବାର ବିପଦ ସର୍ବଦା ରହିଥାଏ । ଗର୍ଭବତୀ ହେବାର ଆଶଙ୍କା ଅଧିକ ଓ ଯଦି ଆପଣ ସନ୍ତାନ ପ୍ରସବ କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣଙ୍କୁ ସୁରକ୍ଷା ବ୍ୟବସ୍ଥା ବ୍ୟବହାର କରିବାକୁ ପଡିବ । ଯେଉଁ ସମୟରେ ଜଣେ ମହିଳା ଓଭୁଲେସନ ସମୟ ଦେଇ ଗତି କରନ୍ତି । ସେତେବେଳେ ସେ ଗର୍ଭବତୀ ହେବାର ସମ୍ଭାବନା ଅଧିକ ଥାଏ କିନ୍ତୁ ଯେତେବେଳେ ସେ ପିରିୟଡ୍ ସମୟ ଦେଇ ଗତି କରନ୍ତି ସେତେବେଳେ ସେ ମଧ୍ୟ ଗର୍ଭବତୀ ହେବାର ସମ୍ଭାବନା ଆହୁରି ଅଧିକ ଥାଏ । ଯେକୌଣସି ସମୟରେ ଅସୁରକ୍ଷିତ ଯୌନସମ୍ପର୍କ ରଖିବା ଠିକ୍ ନୁହେଁ । ତେଣୁ ଯେତେବେଳେ ବି ଆପଣ ଯୌନ ସମ୍ପର୍କ ରଖନ୍ତି । ସେତେବେଳେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ ।

ଏହା ବି ପଢ଼ନ୍ତୁ | ବିବାହ ପରେ ବି ଅଫେୟାର୍ ଚଳାଇଥିଲା; ପତ୍ନୀ ଦେଲା ନିଆରା ଦଣ୍ଡ; ହାତଗୋଡ଼ ବାନ୍ଧିବା ପରେ...

ଅନେକ ପ୍ରତିରକ୍ଷା ବ୍ୟବସ୍ଥା ଉପଲବ୍ଧ ରହିଛି । ସବୁଠାରୁ ପ୍ରଭାବଶାଳୀ ଓ ଶସ୍ତା କଣ୍ଡୋମ ହେଉଛି ବାହ୍ୟ ପୁରୁଷ କଣ୍ଡୋମ ଓ ଆଭ୍ୟନ୍ତରୀଣ ମହିଳା କଣ୍ଡୋମ । କଣ୍ଡୋମର ବ୍ୟବହାର ଆପଣଙ୍କୁ ରୋଗରୁ ରକ୍ଷା କରିଥାଏ ଯାହା ଯୌନ ସମ୍ପର୍କ ଯୋଗୁଁ ପରସ୍ପରକୁ ବ୍ୟାପିଥାଏ । କିନ୍ତୁ ଯଦିଓ ଆପଣଙ୍କ ସାଥୀ କଣ୍ଡୋମ ବ୍ୟବହାର ବିରୁଦ୍ଧରେ ଅଛନ୍ତି ତେବେ ସେଠାରେ ଆହୁରି ଅନେକ ସ୍ୱଳ୍ପ ମିଆଦି ପ୍ରତିରକ୍ଷା ବ୍ୟବସ୍ଥା ଅଛି ଯାହାକୁ ଗ୍ରହଣ କରାଯାଇପାରିବ ।

ଏଥି ମଧ୍ୟରୁ ଗୋଟିଏ ହେଉଛି ଇଞ୍ଜେକ୍ସନ୍ ଯାହା 1 ରୁ 3 ମାସ ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ । ଅନ୍ୟାନ୍ୟ ପ୍ରକାରର ଗର୍ଭନିରୋଧକ ମଧ୍ୟ ଉପଲବ୍ଧ ଯେପରିକି ଡାୟାଫ୍ରାମ୍ (diaphragm), ଶୁକ୍ରାଣୁ ମାରୁଥିବା (spermicide), ସ୍ପଞ୍ଜ, ଗର୍ଭାଶୟ କ୍ୟାପ୍ ଓ ରିଙ୍ଗ ଯାହା ଯୌନ ସମ୍ପର୍କ ପୂର୍ବରୁ ବ୍ୟବହାର କରାଯିବା ଉଚିତ ।

ଏହା ବି ପଢ଼ନ୍ତୁଗର୍ଭବତୀ ଅନୁଷ୍କା ଶର୍ମା ଗୋଟେ ପରେ ଗୋଟେ ଶୁଟିଂ କରିବା ଆରମ୍ଭ କରିଛନ୍ତି; ମେ ମାସରୁ ପୂର୍ବ ପରି ସୁଟିଂ କରିବେ

ଏହା ବ୍ୟତୀତ ବଜାରରେ ହରମୋନ୍ ଆଧାରିତ ଗର୍ଭନିରୋଧକ ଔଷଧ ମଧ୍ୟ ଉପଲବ୍ଧ । ଅଧିକାଂଶ ହରମୋନରେ ପ୍ରୋଜେଷ୍ଟେରନ୍ କିମ୍ବା ପ୍ରୋଜେଷ୍ଟେରନ୍ ଓ ଇଷ୍ଟ୍ରୋଜେନର ମିଶ୍ରଣ ରହିଥାଏ ଯାହା ମହିଳାମାନଙ୍କ ଋତୁସ୍ରାବକୁ ନିୟନ୍ତ୍ରଣ କରିଥାଏ ଓ ଏହିପରି ତାଙ୍କୁ ଗର୍ଭବତୀ ହେବାକୁ ରୋକିଥାଏ ।



ଅନ୍ୟ କେତେକ ବିକଳ୍ପ ଯାହାକୁ ଆପଣ ଗ୍ରହଣ କରିବାକୁ ବିଚାର କରିପାରନ୍ତି ହର୍ମୋନାଲ IUD, ଜନ୍ମ ନିୟନ୍ତ୍ରଣ ବଟିକା, ପ୍ରତିରୋପଣ କିମ୍ବା ପ୍ୟାଚ୍ । ଏହି ବିକଳ୍ପଗୁଡ଼ିକ ବିଷୟରେ ଆପଣ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ କଥା ହୋଇପାରିବେ ।
Published by: Jagdish Barik
First published: December 3, 2020, 6:28 PM IST