News18 Odia Digital
ଭାରତରେ ୩ ଟି ମଙ୍କି ପକ୍ସର ମାମଲା ବାହାରିବା ପରେ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ମଙ୍କି ପକ୍ସ ମାମଲାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ମଙ୍କି ପକ୍ସ କ’ଣ ଓ କେଉଁ ଲୋକମାନଙ୍କ ପାଇଁ ଏଥିରୁ ଅଧିକ ବିପଦରେ ଅଛି? ଆସନ୍ତୁ, ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡିକ ଜାଣ-
କେଉଁ ଲୋକମାନେ ଅଧିକ ପ୍ରଭାବିତ ହେବେଯେଉଁମାନଙ୍କର ମଙ୍କି ପକ୍ସ ଥିବା ବ୍ୟକ୍ତିଙ୍କ ସହିତ ଘନିଷ୍ଠ ସମ୍ପର୍କ ଅଛି, ଭାଇରସଠାରୁ ସୁରକ୍ଷିତ ରହିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଉଚିତ୍। ଏହା ସହିତ, ମୂଷା ପ୍ରଜାତିର ଅନ୍ୟ ଯିବି ମାନଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ନେବା ଉଚିତ।
ମଙ୍କିପକ୍ସ ରୋଗୀଙ୍କ ଯତ୍ନ ନେଉଥିବା ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ସଜାଗ ରହିବା ଉଚିତ ଓ ନିଜକୁ ରକ୍ଷା କରିବା ପାଇଁ ଅତିରିକ୍ତ ପଦକ୍ଷେପ ନେବା ଉଚିତ୍।
WHO ଅନୁଯାୟୀ ଶିଶୁ, ଛୋଟ ପିଲା ଓ ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଏଥିରୁ ଦୂରେଇ ରହିବା ଉଚିତ୍। ଏହି ଲୋକମାନଙ୍କର ଏହି ରୋଗ ହେବାର ଆଶଙ୍କା ଅଧିକ।
ମଙ୍କି ପକ୍ସର ପ୍ରାରମ୍ଭିକ ଲକ୍ଷଣମାଙ୍କଡ଼ପକ୍ସର ଲକ୍ଷଣ ସାଧାରଣତଃ ୬-୧୩ ଦିନରେ ଦେଖାଯିବା ଆରମ୍ଭ କରେ। ତଥାପି, ବେଳେବେଳେ ସେମାନଙ୍କ ଦେଖାଯିବା ପାଇଁ ଏହା ତିନି ସପ୍ତାହ ପର୍ଯ୍ୟନ୍ତ ସମୟ ନେଇପାରେ ଓ ଏହା ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ରହିପାରେ। ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ରିପୋର୍ଟ କରିଛି ଯେ ପ୍ରଥମ ଲକ୍ଷଣ ଦେଖାଯିବା ପାଇଁ ୫ ରୁ ୨୧ ଦିନ ଲାଗିପାରେ।
- ଉଚ୍ଚ ଜ୍ୱର
- ମୁଣ୍ଡବିନ୍ଧା
- ମାଂସପେଶୀ ଯନ୍ତ୍ରଣା
- ପିଠି ବ୍ୟଥା
- ଗ୍ରନ୍ଥି ଫୁଲିବା
- କମ୍ପିବା (ଥଣ୍ଡା)
- କ୍ଲାନ୍ତ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।